• padmabati kund

ଆଡିଲେଡ ଟେଷ୍ଟରେ ଭାରତର ବିଜୟ ପରେ ଶେଷ କ୍ୟାଚକୁ ନେଇ ଉଠିଲା ବିବାଦ


(ବେତାର ବ୍ୟୁରୋ) ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଡିଲେଡରେ ଖେଲାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚକୁ ଭାରତ 31ରନରେ ଜିତିବା ସହିତ ଏକ ନୂଆ ଇତିହାସ ମଧ୍ୟ ସୃଷ୍ଟି କରିଛି। ଦୀର୍ଘ ଦଶ ବର୍ଷ ପରେ ଭାରତ ଅଷ୍ଟ୍ରେଲିଆରେ ଏକ ଟେଷ୍ଟ ମ୍ୟାଚ ଜିତିବାରେ ସଫଳ ହୋଇପାରିଛି। ଏହି ବିଜୟ ସହିତ ଭାରତ ଏହି ଚାରିଟିକିଆ ଟେଷ୍ଟ ମ୍ୟାଚ ସିରିଜରେ 1-0ରେ ଆଗୁଆ ରହିଛି। ଭାରତୀୟ ଖେଳାଳୀ ଓ ପ୍ରଶଂସକମାନେ ଏଥିପାଇଁ ବହୁତ ଖୁସି ଥିବାବେଳେ ଅଷ୍ଟ୍ରେଲିଆର ସ୍ପୋର୍ଟ୍ସ ଚ୍ୟାନେଲ ଏହି ପରାଜୟକୁ ନେଇ ଖୁସି ନାହିଁ।

ଭାରତ ପ୍ରଥମ ଟେଷ୍ଟ ମ୍ୟାଚରେ ବିଜୟ ହାସଲ କରିବା ପରେ ଅଷ୍ଟ୍ରେଲିଆର ସ୍ପୋର୍ଟ୍ସ ଚ୍ୟାନେଲ ଫକ୍ସ କ୍ରିକେଟ ତରଫରୁ ଟ୍ଵିଟରରେ ଏକ ଭିଡିଓ ଶେୟାର କରାଯାଇଛି। ଏହି ଭିଡିଓ ଶେୟାର କରାଯିବା ପରେ ଭାରତ ତରଫରୁ କେ.ଏଲ ରାହୁଲ ଧରିଥିବା ମ୍ୟାଚର ଶେଷ କ୍ୟାଚକୁ ନେଇ ବିବାଦ ଦେଖାଯାଇଛି। ଫକ୍ସ କ୍ରିକେଟ ଏହି ଭିଡିଓକୁ ଶେୟାର କରି ପ୍ରଶ୍ନ କରିଛି ଯେ, “ଏହି କ୍ୟାଚ କଣ ସଂପୂର୍ଣ୍ଣ ଭାବରେ କ୍ଳିନ ଥିଲା କି?”

ଭାରତୀୟ ଦଳର ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ଵିନୀ ଅଷ୍ଟ୍ରେଲିଆର ଖେଳାଳୀ ଯଶ ହେଜଲଉଡଙ୍କୁ ଆଉଟ କରିଥିଲେ। ଯଶ ହେଜଲଉଡଙ୍କ କ୍ୟାଚ ଦ୍ଵିତୀୟ ସ୍ଲିପରେ ଠିଆ ହୋଇଥିବା କେ.ଏଲ ରାହୁଲ ଧରିଥିଲେ। ଏହି କ୍ୟାଚ ସହିତ ଭାରତ ଟେଷ୍ଟ ମ୍ୟାଚ ଜିତିଯାଇଥିଲା। ତେବେ ଫକ୍ସ କ୍ରିକେଟ ତରଫରୁ ଶେୟାର କରାଯାଇଥିବା ଏହି ଭିଡିଓରେ ବଲଟି କେ.ଏଲ ରାହୁଲଙ୍କ ହାତରୁ ହାଲକା ଖସିଯିବାର ଦେଖିବାକୁ ମିଳିଛି। କିନ୍ତୁ ସେ ଏହି କ୍ୟାଚକୁ ଆରାମରେ ଧରିପାରିଥିଲେ ଓ ତାଙ୍କ ହାତର ଆଙ୍ଗୁଳି ବଲ ତଳେ ରହିଥିଲା।

ଏହି ଭିଡିଓ ଶେୟାର କରିବା ପରେ ଫ୍ୟାନମାନେ ଫକ୍ସ କ୍ରିକେଟକୁ ଟ୍ରୋଲ କରିଛନ୍ତି। ଜଣେ ଫ୍ୟାନ ଏହି ଭିଡିଓରେ କମେଣ୍ଟ ଦେଇ ଲେଖିଛନ୍ତି ଯେ, ବର୍ତ୍ତମାନ ଅଷ୍ଟ୍ରେଲିଆ ମଧ୍ୟ ପାକିସ୍ଥାନ ଓ ବାଂଲାଦେଶ ପରି ବାହାନା କରିବା ଆରମ୍ଭ କଲାଣି।“

ତେବେ କେବଳ ଫକ୍ସ କ୍ରିକେଟ ନୁହେଁ, ଅଷ୍ଟ୍ରେଲିଆର ପୂର୍ବ ଖେଳାଳୀ ଓ କମେଣ୍ଟେଟର ଡିନ୍ ଜୋନ୍ସ ମଧ୍ୟ ଏହି କ୍ୟାଚକୁ ନେଇ ପ୍ରଶ୍ନ କରିଛନ୍ତି। ସେ ଟ୍ଵିଟ କରି ଲେଖିଛନ୍ତି ଯେ, ‘ମୋ ମତରେ ଅମ୍ପାୟାରଙ୍କୁ ଏହି କ୍ୟାଚକୁ ଚେକ କରିବାର ଥିଲା। ଏହି ବଲ ‘ନୋ ବଲ’କି ନୁହେଁ ତାହା ମଧ୍ୟ ଚେକ କରିବାର ଥିଲା। ସବୁ ୱିକେଟ ଯିବା ସମୟରେ ଏହା ଚେକ କରାଯାଇଥାଏ, ତେବେ ଏହି ୱିକେଟ ଯିବାବେଳେ ଏହା ଚେକ କରାଗଲା ନାହିଁ କାହିଁକି?”

ତେବେ ଡିନ୍ ଜୋନ୍ସଙ୍କ ଏହି ଟ୍ଵିଟରେ ଭାରତୀୟ ଫ୍ୟାନମାନେ ନିରାଶ ପ୍ରଦର୍ଶନ କରିଥିଲେ। ଏହାର କିଛି ସମୟ ପରେ ଡିନ୍ ଅନ୍ୟ ଏକ ଟ୍ଵିଟ କରି ଭାରତ ଭଲ ଖେଳିଥିଲା ଓ କ୍ୟାଚ ସଂପୂର୍ଣ୍ଣ କ୍ଳିନ ଥିଲା ବୋଲି ମଧ୍ୟ କହିଥିଲେ।

#cricket #aushtraliavsindia #testmatch

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon