• padmabati kund

ଇନଷ୍ଟାଗ୍ରାମରେ ଏବେ ପଠାଇପାରିବେ ‘ଭଏସ ମେସେଜ’


(ବେତାର ବ୍ୟୁରୋ) ଫଟୋ ଶେୟାରିଙ୍ଗ ଆପ ଭାବରେ ଲଞ୍ଚ ହୋଇଥିବା ଇନଷ୍ଟାଗ୍ରାମର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି ଓ ଏହାକୁ ଆଖି ଆଗରେ ରଖି ଏହି ଆପରେ ବ୍ୟବହାରକାରୀଙ୍କ ପାଇଁ ନୂଆ ନୂଆ ଫିଚର ଯୋଡା ଯାଉଛି। ବ୍ୟବହାରକାରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଇନଷ୍ଟାଗ୍ରାମରେ ‘ଭଏସ ମେସେଜ’ ଫିଚର ଯୋଡା ଯାଇଛି। ଏବେଠାରୁ ଇନଷ୍ଟାଗ୍ରାମ ବ୍ୟବହାରକାରୀମାନେ ମେସେଞ୍ଜର ଓ ହ୍ଵାଟସଅପ ପରି ଏଥିରେ ମଧ୍ୟ ‘ଭଏସ ମେସେଜ ପଠାଇ ପାରିବେ।

କିଛିଦିନ ପୂର୍ବରୁ techcrunchରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା ଯେ, ଇନଷ୍ଟାଗରାମ ତରଫରୁ ‘ୱାକି-ଟକି’ ଫିଚର ଉପରେ ପରୀକ୍ଷା କରାଯାଉଛି। ବର୍ତ୍ତମାନ ଏହି ଫିଚର ଅଫିସିଆଲ ଭାବରେ ଲଞ୍ଚ କରିଦିଆଯାଇଛି। ଏଥିପାଇଁ ଇନଷ୍ଟାଗ୍ରାମ ତରଫରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

କେମିତି କରିବେ

ହ୍ଵାଟସଆପରେ ଭଏସ ନୋଟ ପଠାଇବା ଭଳି ଆପଣ ଇନଷ୍ଟାଗ୍ରାମର ଏହି ନୂଆ ଫିଚରକୁ ବ୍ୟବହାର କରିପାରିବେ ।ଏଥିପାଇଁ ଆପଣଙ୍କୁ ପ୍ରଥମେ ଗୁଗୁଲ ପ୍ଲେଷ୍ଟୋରକୁ ଯାଇ ଇନଷ୍ଟାଗ୍ରାମ ଆପକୁ ଅପଡେଟ କରିବାକୁ ପଡିବ। ଏହାପରେ ଇନଷ୍ଟାଗ୍ରାମରେ ଚାଟ ଅପ୍ସନକୁ କ୍ଲିକ କରିବେ। ଏହାପରେ ଆପଣ ଯାହାକୁ ମେସେଜ କରିବାକୁ ଚାହୁଁଛନ୍ତି ତାହା ଉପରେ କ୍ଲିକ କରିବା ପରେ ଟେକ୍ସଟ ବକ୍ସ ପାଖରେ ଏକ ମାଇକର ଚିହ୍ନ ଦେଖିବାକୁ ପାଇବେ।

ଏହି ଚିହ୍ନ ଉପରେ କ୍ଲିକ କରି ରଖି ଆପଣ ‘ଭଏସ ମେସେଜ’ ରେକର୍ଡିଙ୍ଗ କରିପାରିବେ। ରେକର୍ଡିଙ୍ଗ କରିବା ପରେ ଏହାକୁ ପଠେଇବା ପାଇଁ ଏକ ଅପ୍ସନ ଦେଖେଇବ। ସେହି ଅପ୍ସନ ଉପରେ କ୍ଲିକ କରିବା ପରେ ଆପଣ ‘ଭଏସ ମେସେଜ’ଟି ପଠାଇପାରିବେ। ଯଦି ଆପଣ ରେକର୍ଡିଙ୍ଗ କରିଥିବା ଭଏସ ମେସେଜକୁ କାଟିବାକୁ ଚାହୁଁଛନ୍ତି ବା ପଠେଇଥିବା ଭଏସ ମେସେଜକୁ କାଟିବାକୁ ଚାହୁଁଛନ୍ତି ତେବେ ଏହାକୁ ଡ଼ିଲିଟ ମଧ୍ୟ କରିପାରିବେ। ଏଥିପାଇଁ ସେହି ରେକର୍ଡିଙ୍ଗ ଉପରେ ହୋଲ୍ଡ କରନ୍ତୁ, ଆପଣଙ୍କୁ ‘unsend message’ ଅପ୍ସନ ଦେଖାଯିବ।

ଭାରତରେ ଇନଷ୍ଟାଣ୍ଟ ମେସେଞ୍ଜିଙ୍ଗ ଆପ ‘ହ୍ଵାଟସଅପ’ରେ ମଧ୍ୟ ଏହି ଫିଚର ବହୁତ ଲୋକପ୍ରିୟ ଅଟେ। ଉଭୟ ‘ହ୍ଵାଟସଅପ’ ଓ ‘ଇନଷ୍ଟାଗ୍ରାମ’ ଆପରେ ଫେସବୁକର ମାଲିକାନା ରହିଛି ଓ ଉଭୟ ଆପରେ ସମାନ ସମାନ ଫିଚର ଲଞ୍ଚ କରାଯାଉଛି। ଚଳିତ ବର୍ଷ ଇନଷ୍ଟାଗ୍ରାମରେ ଭିଡିଓ କଲ ଅପ୍ସନ ମଧ୍ୟ ଲଞ୍ଚ କରଯାଇଥିଲା।

ଫେସବୁକ ପାଇଁ ଅର୍ଥ ଉପାର୍ଜନ କରିବାର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ଇନଷ୍ଟାଗ୍ରାମ ଅଟେ। ଏଥିପାଇଁ ଏହି ଆପରେ ଦିନକୁ ଦିନ ନୂଆ ନୂଆ ଫିଚର ଯୋଡା ଯାଉଛି। ଦିନକୁ ଦିନ ଚାହିଦା ବଢୁଥିବା ଏହି ଫଟୋ ଶେୟାରିଙ୍ଗ ଆପ ‘ଇନଷ୍ଟାଗ୍ରାମ’ରେ ଯେପରି ବ୍ୟବହାରକାରୀମାନେ ସମସ୍ତ ଫିଚର ପାଇପାରିବେ, ଏହା ଉପରେ ଫେସବୁକ ବେଶି ଗୁରୁତ୍ଵ ଦେଉଛି।

#mobileapp #instagram #newffeature #voicemessage

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon