• padmabati kund

ଫିଲ୍ମ ରୋଜଗାରରେ ରଜନୀକାନ୍ତଙ୍କ ଫିଲ୍ମ ‘2.0’ର ନୂଆ ରେକର୍ଡ


(ବେତାର ବ୍ୟୁରୋ) ସୁପରଷ୍ଟାର ରଜନୀକାନ୍ତ ଓ ଅକ୍ଷୟକୁମାରଙ୍କ ଅଭିନୀତ ଫିଲ୍ମ ‘2.0’ ଗତ ନଭେମ୍ବର 29ତାରିଖରେ ରିଲିଜ ହୋଇଯାଇଛି। ଦର୍ଶକମାନେ ବହୁଦିନ ଧରି ଅପେକ୍ଷା କରିଥିବା ଏହି ଫିଲ୍ମଟି ରିଲିଜ ହେବା ପରେ ବକ୍ସ ଅଫିସରେ ଫିଲ୍ମଟି ବହୁତ ଭଲ ରୋଜଗାର ମଧ୍ୟ କରିଛି। ଦର୍ଶକମାନେ ଏହି ଫିଲ୍ମକୁ ଖୁବ ପସନ୍ଦ କରିବା ସହିତ ରଜନୀକାନ୍ତ ଓ ଅକ୍ଷୟ କୁମାରଙ୍କ ଜାଦୁ ମଧ୍ୟ ଦେଖିବାକୁ ମିଳିଛି। ଫିଲ୍ମଟି ରିଲିଜ ହେବାର ଦ୍ଵିତୀୟ ସପ୍ତାହରେ ଏହା ସମଗ୍ର ଦୁନିଆରେ 620କୋଟିରୁ ଅଧିକ ରୋଜଗାର କରିବା ସହିତ ଅନେକ ନୂଆ ନୂଆ ରେକର୍ଡ ମଧ୍ୟ ସୃଷ୍ଟି କରିଚାଲିଛି।

ଘରୋଇ ବକ୍ସ ଅଫିସରେ ଫିଲ୍ମ ରିଲିଜ ହେବାର ଦ୍ଵାଦଶ ଦିନରେ ଏହା ବକ୍ସଅଫିସରେ 3କୋଟି 75ଲକ୍ଷ ଟଙ୍କା ରୋଜଗାର କରିଛି ଓ ଏହାସହିତ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ହିନ୍ଦୀ ଭର୍ସନରେ ମୋଟ 170କୋଟି 50ଲକ୍ଷ ଟଙ୍କା ରୋଜଗାର କରିଛି।

ବକ୍ସଅଫିସ ଇଣ୍ଡିଆ ତରଫରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଫିଲ୍ମଟି ରିଲିଜ ହେବାର ପ୍ରଥମ ଦିନରେ 20କୋଟି, ଦ୍ଵିତୀୟ ଦିନରେ 18କୋଟି, ତୃତୀୟ ଦିନରେ 24କୋଟି, ଚତୁର୍ଥ ଦିନରେ 33କୋଟି 25ଲକ୍ଷ, ପଞ୍ଚମ ଦିନରେ 13କୋଟି 50ଲକ୍ଷ, ଷଷ୍ଠଦିନରେ 11କୋଟି 50ଲକ୍ଷ, ସପ୍ତ,ମ ଦିନରେ 9କୋଟି 50ଲକ୍ଷ ଓ ଅଷ୍ଟମ ଦିନରେ 7କୋଟି 75ଲକ୍ଷ ଟଙ୍କା ରୋଜଗାର କରିଥିଲା। ସେହିପରି ଦ୍ଵିତୀୟ ସପ୍ତାହରେ ମୋଟ 26କୋଟିରୁ ଅଧିକ ରୋଜଗାର କରିଛି।

ଚଳିତ ବର୍ଷ ବକ୍ସ ଅଫିସରେ ସବୁଠାରୁ ଅଧିକ ରୋଜଗାର କରିଥିବା ଫିଲ୍ମ ମଧ୍ୟରେ ଏହି ଫିଲ୍ମଟି ତୃତୀୟ ସ୍ଥାନରେ ରହିଛି। ଏହି ତାଲିକାରେ ରଣବୀର କପୁରଙ୍କ ଅଭିନୀତ ଫିଲ୍ମ ‘ସଞ୍ଜୁ’ ପ୍ରଥମ ସ୍ଥାନରେ ରହିଛି। ଏହା ବକ୍ସ ଅଫିସରେ ମୋଟ 342କୋଟି 53ଲକ୍ଷ ଟଙ୍କା ରୋଜଗାର କରିଥିଲା। ସେହିପରି ଦ୍ଵିତୀୟ ସ୍ଥାନରେ ଦୀପିକା ପାଦୁକୋନଙ୍କ ଫିଲ୍ମ ‘ପଦ୍ମାବତ’ ରହିଛି। ଏହା ବସ୍କଅଫିସରେ 302କୋଟି 15ଲକ୍ଷ ଟଙ୍କା ରୋଜଗାର କରିଥିଲା।

‘2’0’ ଫିଲ୍ମଟି ତେଲୁଗୁ ଓ ତାମିଲ ଭର୍ସନରେ ମଧ୍ୟ ଖୁବ ଭଲ ରୋଜଗାର କରିଛି। ଚେନ୍ନାଇ ବକ୍ସ ଅଫିସରେ ଏହା ସବୁଠାରୁ ଅଧିକ ରେକର୍ଡ ଭାଙ୍ଗିଛି। ଚେନ୍ନାଇ ବକ୍ସ ଅଫିସରେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଫିଲ୍ମଟି 19କୋଟି 3ଲକ୍ଷ ଟଙ୍କା ରୋଜଗାର କରିଛି। ଏହା ପୂର୍ବରୁ ପ୍ରଭାସଙ୍କ ଫିଲ୍ମ ‘ବାହୁବଳୀ’ ଚେନ୍ନାଇ ବକ୍ସ ଅଫିସରେ ମୋଟ 18କୋଟି 85ଲକ୍ଷ ଟଙ୍କା ରୋଜଗାର କରିଥିଲା। ସମଗ୍ର ତାମିଲନାଡୁରେ ଏହି ଫିଲ୍ମଟି ପାଖାପାଖି 100କୋଟିର ରୋଜଗାର କରିସାରିଲାଣି।

ସାରାଦୁନିଆରେ ଏହି ଫିଲ୍ମ କରିଥିବା ରୋଜଗାରକୁ ନେଇ ମଧ୍ୟ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଫିଲ୍ମ ରିଲିଜ ହେବାର 11ଦିନ ମଧ୍ୟରେ ଏହା ସମଗ୍ର ଦେଶରେ ମୋଟ 620କୋଟି ରୋଜଗାର କରିସାରିଲାଣି। ଭାରତରେ ଏହି ଫିଲ୍ମ ମୋଟ 485କୋଟି ରୋଜଗାର କରିଥିବା ବେଳେ ଭାରତ ବାହାରେ ଏହି ଫିଲ୍ମ 135କୋଟି ରୋଜଗାର କରିଛି।

ତେବେ ଏହି ଫିଲ୍ମରେ ରଜନୀକାନ୍ତକୁ ବୈଜ୍ଞାନିକ ଭସିକରଣ ଓ ରୋବଟ ଭୂମିକାରେ ଦେଖିବାକୁ ମିଳିଛି ଏବଂ ଅକ୍ଷୟକୁମାରଙ୍କୁ ଖଳନାୟକ ଭୂମିକାରେ ଦେଖିବାକୁ ମିଳିଛି। ଏହାବ୍ୟତୀତ ଆମି ଜାକ୍ସନ ମଧ୍ୟ ଅନ୍ୟ ଏକ ରୋବଟ ଭୂମିକାରେ ଅଭିନୟ କରିଛନ୍ତି। ଏମାନଙ୍କ ସହିତ ସୁଧାଂଶୁ ପାଣ୍ଡେ, ଆଦିଲ ହୁସେନ ଓ ରିୟାଜ ଖାନ ମଧ୍ୟ ଏଥିରେ ଅଭିନୟ କରିଛନ୍ତି। ଫିଲ୍ମକୁ ତିଆରି କରିବା ପାଇଁ ମୋଟ 550କୋଟି ଟଙ୍କା ଖର୍ଚ୍ଚ ହୋଇଛି ଓ ଏହା ବର୍ତ୍ତମାନ ପର୍ଯ୍ୟନ୍ତ ଭାରତର ସବୁଠାରୁ ବଡ ବଜେଟର ଫିଲ୍ମ ଅଟେ।

#entertainmetnt #20 #bollywoodboxoffice

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon