• padmabati kund

ଫ୍ୟାଶନ ଗହଣାକୁ ଅଧିକ ଦିନ ଯାଏଁ ନୂଆ କରି ରଖିବା ପାଇଁ 5 ଟିପ୍ସ


(ବେତାର ବ୍ୟୁରୋ) ବର୍ତ୍ତମାନ ସମୟରେ ଫ୍ୟାସନେବଲ୍‌ ଗହଣାର ଟ୍ରେଣ୍ଡ ଚାଲିଛି। ଯୁବତୀମାନେ ଏହି ଗହଣାକୁ ଖୁବ ପସନ୍ଦ କରୁଛନ୍ତି। ସବୁପ୍ରକାରର ପୋଷାକ ସହିତ ଯୁବତୀମାନେ ଭିନ୍ନ ଭିନ୍ନ ଫ୍ୟାଶନେବଲ ଅଳଙ୍କାର ପିନ୍ଧିବାକୁ ଭଲ ପାଉଛନ୍ତି। ତେବେ ଏହି ଦାମୀ ଗହଣା ଗୁଡ଼ିକୁ ଅଧିକ ଦିନ ପର୍ଯ୍ୟନ୍ତ ବ୍ୟବହାର କରିବାକୁ ଚାହୁଁଥିଲେ ଏଗୁଡ଼ିକର ଭଲ ଭାବରେ ଧ୍ୟାନ ନେବାକୁ ପଡିଥାଏ। କାରଣ ଏହାର ଯତ୍ନ ନନେଲେ ଏହାର ଚମକ ଅଧିକ ଦିନ ଯାଏ ରହିନଥାଏ। ଖୁବଶୀଘ୍ର ଏହି ଗହଣା ଗୁଡ଼ିକ କଳା ପଡ଼ିଯାଏ କିମ୍ବା ଏଥିରୁ ପଥର ଖସିଯାଏ ବା ଏହା ନଷ୍ଟ ହୋଇଯାଏ।

ଆଗ୍ରହର ସହ କିଣିଥିବା ଏହି ଗହଣା ଗୁଡିକ ଶୀଘ୍ର ଖରାପ ହୋଇଗଲେ, ଆପଣ ମନ ଦୁଃଖ ହୋଇଥାଏ। ତେଣୁ ଏଗୁଡ଼ିକୁ ଅଧିକ ଦିନ ଯାଏ ବ୍ୟବହାର କରିବାକୁ ହେଲେ, ଏ ସବୁର ଯତ୍ନ ନେବା ନିହାତି ଆବଶ୍ୟକ। ତେବେ ନିଜ ଫ୍ୟାଶନେବଲ ଗହଣାର ଚମକକୁ ବହୁଦିନ ପର୍ଯ୍ୟନ୍ତ ବଜାୟ ରଖିବା ପାଇଁ କଣ କରିବାକୁ ପଡିବ ସେଥିପାଇଁ ଜାଣିରଖନ୍ତୁ କିଛି ଟିପ୍ସ।

.ଏହି ଗହଣା ଗୁଡ଼ିକୁ ସବୁବେଳେ ବ୍ୟବହାର କରନ୍ତୁ ନାହିଁ। ଏହାକୁ ପ୍ରତିଦିନ ପିନ୍ଧିଲେ, ଏହାର ରଙ୍ଗ ଓ ଚମକରେ ପରିବର୍ତ୍ତନ ଆସିଥାଏ। ତେବେ ଏହି ଫ୍ୟାଶନେବଲ ଗହଣାକୁ ଏସିଡ, ଆଲକୋହଲ, ଭିନେଗାର ବା ଆମୋନିଆରେ ସଫା କରନ୍ତୁ ନାହିଁ।

.ଏହି ଗହଣା ଗୁଡିକୁ ସବୁବେଳେ ସଫା ଓ ଶୁଖିଲା ରଖନ୍ତୁ। ଏହାକୁ କୌଣସି ପ୍ରକାରର କ୍ରିମ, ରାସାୟନିକ ପଦାର୍ଥ, ଲୋସନ, ପରଫ୍ୟୁମ, ତେଲ ସଂସ୍ପର୍ଶରେ ଆଣନ୍ତୁ ନାହିଁ। ପାଣି ସଂସ୍ପର୍ଶରେ ଆସିଲେ ଏହି ଗହଣା ଗୁଡିକର ରଙ୍ଗ ପରିବର୍ତ୍ତନ ହୋଇଯାଇଥାଏ।

. ଏହି ଅଳଙ୍କାର ଗୁଡ଼ିକୁ ଯତ୍ନର ସହ ରଖିଲେ, ଏହା ଶୀଘ୍ର ଖରାପ ହୁଏ ନାହିଁ। ଗହଣା ଗୁଡ଼ିକୁ ସାବଧାନତାର ସହ ତୁଳା, ଭେଲଭେଟ ବାକ୍ସ ବା ଚେନ ଥିବା ବ୍ୟାଗରେ ରଖନ୍ତୁ। ବାକ୍ସରେ ଅଳଙ୍କାର ଗୁଡିକୁ ଅଲଗା ଅଲଗା କରି ରଖନ୍ତୁ। ଏକାଠି ରଖିବା ଦ୍ୱାରା ଏ ସବୁ ଏକାଠି ଛନ୍ଦି ହୋଇ ଛିଣ୍ଡିବ ନାହିଁ କି ଏଥିରୁ ମାଳି ଓ ପଥର ଖସିଯିବ ନାହିଁ।

. ପିତ୍ତଳ, ତମ୍ବା ବା ବ୍ରୋଞ୍ଜର ଅଳଙ୍କାର ଗୁଡିକ ଅକ୍ସିଡାଇଜ୍ଡ ହୋଇ ନିଜର ଅସଲି ରଙ୍ଗ ହରାଇଥାନ୍ତି। ସେଥିପାଇଁ କ୍ରିମ, ଲୋସନ ଓ ପରଫ୍ୟୁମ ଆଦି ଲଗାଇବା ପୂର୍ବରୁ ନିଜ ଗହଣାକୁ କାଢି ରଖି ଦିଅନ୍ତୁ।

. ଝାଳ ଓ ମଇଳା ଦ୍ୱାରା ଅଳଙ୍କାରର ଚମକ ଫିକା ପଡିଥାଏ। ତେଣୁ ନିଜ ଗହଣାକୁ ଅଧିକ ଦିନ ବ୍ୟବହାର କରିବା ପାଇଁ ଏହାକୁ ବ୍ୟବହାର କରିବା ପରେ ପ୍ରତ୍ୟେକ ଥର ସଫା କରିବାକୁ ଭୁଲନ୍ତୁ ନାହିଁ। ଏହାକୁ ନରମ କପଡ଼ା କିମ୍ବା ତୁଳା ଦ୍ୱାରା ସଫା କରନ୍ତୁ।

#fashion #jewellary

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon