• ବେତାର ବ୍ୟୁରୋ

ଭାରତୀୟ ସେନାରେ ମାଟ୍ରିକ ପାସଙ୍କ ପାଇଁ ନିଯୁକ୍ତି ସୁଯୋଗ, ଦରମା ଟ.18,000


(ବେତାର ବ୍ୟୁରୋ) ଭାରତୀୟ ସେନା ତରଫରୁ ଇଷ୍ଟର୍ଣ୍ଣ କମାଣ୍ଡ -କଲିକତାରେ ରୋଷେଇଆ, ମେସେଞ୍ଜର,ସଫାଇ କର୍ମଚାରୀ, ବାରିକ, ୱାସରମ୍ୟାନ, ମାଳୀ ଓ ମଜୁରିଆ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ଅନଲାଇନ କିମ୍ବା ରେଜିଷ୍ଟ୍ରର ପୋଷ୍ଟ କରି ମଧ୍ୟ ଆବେଦନ କରିପାରିବେ।

ଆବେଦନ ତାରିଖ

ଏହି ପଦରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ଡିସେମ୍ବର ମାସ 29ତାରିଖ ମଧ୍ୟରେ ଆବେଦନ କରିପାରିବେ।

ପଦବୀ ସଂଖ୍ୟା

ଏହି ବିଜ୍ଞପ୍ତିରେ ମୋଟ 21ଟି ପଦବୀ ପ୍ରକାଶ ପାଇଛି। ସେଥିମଧ୍ୟରୁ ରୋଷେଇଆ ପାଇଁ ତିନିଟି, ମେସେଞ୍ଜର ପାଇଁ ସାତଟି,ସଫାଇ କର୍ମଚାରୀ ପାଇଁ ଚାରିଟି, ବାରିକ ପାଇଁ ଗୋଟିଏ, ୱାସରମ୍ୟାନ ପାଇଁ ଗୋଟିଏ, ମାଳୀ ପାଇଁ ଗୋଟିଏ ଓ ମଜୁରିଆ ପାଇଁ 3ଟି ପଦବୀ ପ୍ରକାଶ ପାଇଛି।

ବୟସସୀମା

ଏହି ପଦରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ବୟସ 18ବର୍ଷରୁ 25ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଅନୁସୂଚିତ ଜାତି, ଜନଜାତି, ଓବିସି, ଶାରୀରିକ ଭାବେ ଅକ୍ଷମ ପ୍ରାର୍ଥୀଙ୍କ ପାଇଁ ସରକାରଙ୍କ ନିୟମ ଅନୁଯାୟୀ ବୟସସୀମା କୋହଳ କରାଯିବ।

ଦରମା

ରୋଷେଇଆ ପଦ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ମାସିକ ଟ.19,990 ଦରମା ପ୍ରଦାନ କରାଯିବ ଓ ଅନ୍ୟ ସମସ୍ତ ପଦ ପାଇଁ ମାସିକ ଟ.18,000 ଦରମା ପ୍ରଦାନ କରାଯିବ।

ଶିକ୍ଷାଗତ ଯୋଗ୍ୟତା

ଏହି ପଦ ଗୁଡିକରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ କୌଣସି ସ୍ଵୀକୃତିପ୍ରାପ୍ତ ବୋର୍ଡରୁ ମାଟ୍ରିକ ପାସ କରିଥିବା ଆବଶ୍ୟକ।

ଆବେଦନ ଫି

ଏହି ପଦ ଗୁଡିକରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ କୌଣସି ଫି’ ଦେବାକୁ ପଡିବ ନାହିଁ।

କିପରି ଆବେଦନ କରିବେ

ଆବେଦନ କରିବା ପାଇଁ ଇଣ୍ଡିଆନ ଆର୍ମିର ଅଫିସିଆଲ ୱେବସାଇଟ www.indianarmy.nic.in ରେ ଲଗଇନ କରନ୍ତୁ। ଏହାପରେ JCO/OR Apply/Login ଅପ୍ସନ ଉପରେ କ୍ଲିକ କରନ୍ତୁ। ଏହାପରେ registration ଅପ୍ସନ ଉପରେ କ୍ଲିକ କରନ୍ତୁ। ଏହାପରେ ସମସ୍ତତଥ୍ୟକୁ ଭଲ ଭାବରେ ପଢିବା ପରେ continue ଉପରେ କ୍ଲିକ କରନ୍ତୁ। ଏହାପରେ ରେଜିଷ୍ଟ୍ରେସନ ଫର୍ମରେ ସମସ୍ତ ଆବଶ୍ୟକୀୟ ତଥ୍ୟ ପୂରଣ କରନ୍ତୁ। ଏହାପରେ submit ଉପରେ କ୍ଲିକ କରନ୍ତୁ ଓ ରେଜିଷ୍ଟ୍ରେସନ ପ୍ରକ୍ରିୟା ପୂରଣ ହୋଇଯିବ। ଏହାପରେ login ପେଜ ଖୋଲି ନିଜର ରେଜିଷ୍ଟ୍ରେସନ ନମ୍ବର ଦେଇ ଆପ୍ଲିକେସନ ଫର୍ମକୁ ପୂରଣ କରନ୍ତୁ।

ଯଦି ଆପଣ ଆନଲାଇନରେ ଆବେଦନ କରିବାକୁ ଚାହୁଁନାହାନ୍ତି ତେବେ ଆବେଦନଫର୍ମକୁ Headquarters Eastern Command, Pin - 908542. C/O 99 APO ଠିକଣାରେ ମଧ୍ୟ ପଠାଇ ପାରିବେ। ଏଥିପାଇଁ ଆବେଦନ ଫର୍ମ ଇଣ୍ଡିଆନ ଆର୍ମି ଅଫିସିଆଲ ୱେବସାଇଟରୁ ଡାଉନଲୋଡ କରିପାରିବେ।

ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ ଇଣ୍ଡିଆନ ଆର୍ମିର ଅଫିସିଆଲ ୱେବସାଇଟ www.indianarmy.nic.in ରେ ଲଗଇନ କରନ୍ତୁ।

#jobs #indianarmy

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon