• ବେତାର ବ୍ୟୁରୋ

ଇଞ୍ଜିନିୟରିଙ୍ଗ ପାସଙ୍କ ପାଇଁ BSNLରେ ପ୍ରକାଶ ପାଇଲା ନିଯୁକ୍ତି ବିଜ୍ଞପ୍ତି


(ବେତାର ବ୍ୟୁରୋ)ଭାରତୀୟ ସଂଚାର ନିଗମ ଲିମିଟେଡ (ବିଏସଏନଏଲ)ରେ ଇଞ୍ଜିନିୟରିଙ୍ଗ ପାସ କରିଥିବା ପ୍ରାର୍ଥୀଙ୍କ ପାଇଁ ମ୍ୟାନେଜମେଣ୍ଟ ଟ୍ରେନି ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଗ୍ରହୀ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ। ଲିଖିତ ପରୀକ୍ଷା ପରେ ସାକ୍ଷାତକାର (ଇଣ୍ଟରଭିୟୁ) ମାଧ୍ୟମରେ ପ୍ରାର୍ଥୀ ଚୟନ ହେବ । ଏହି ନିଯୁକ୍ତି ସମଗ୍ର ଭାରତରେ ଯେ କୌଣସି ସ୍ଥାନରେ ହେବ।

ପଦବୀ ସଂଖ୍ୟା

ଏହି ବିଜ୍ଞପ୍ତିରେ ମୋଟ 300ଟି ମ୍ୟାନେଜମେଣ୍ଟ ପଦ ପ୍ରକାଶ ପାଇଛି। ତେବେ 150ଟି ପଦବୀ BSNLର ନିଜସ୍ଵ କର୍ମଚାରୀଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ଅନ୍ୟ 150ଟି ପଦବୀ ମଧ୍ୟରୁ ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ 76ଟି, ଓବିସି ପ୍ରାର୍ଥୀଙ୍କ ପାଇଁ 23ଟି, ଅନୁସୂଚିତ ଜାତିର ପ୍ରାର୍ଥୀଙ୍କ ପାଇଁ 11ଟି ଓ ଅନୁସୂଚିତ ଜନଜାତିର ପ୍ରାର୍ଥୀଙ୍କ ପାଇଁ 40ଟି ପଦବୀ ରହିଛି। ବାକି 150ଟି ପଦବୀ

ଆବେଦନ ତାରିଖ

ଏହି ପଦରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ଡିସେମ୍ବର 26 ତାରିଖ 2018ରୁ ଜାନୁୟାରୀ 26 ତାରିଖ 2019 ମଧ୍ୟରେ ଆବେଦନ କରିପାରିବେ।

ଦରମା

ଏହି ପଦ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ମାସିକ ଟ.24,900 ରୁ ଟ.50,500 ମଧ୍ୟରେ ଦରମା ପ୍ରଦାନ କରାଯିବ।

ବୟସସୀମା

ଆବେଦନ କରିବାକୁ ଆଗ୍ରହୀ ଥିବା ପ୍ରାର୍ଥୀଙ୍କ ବୟସ ଅଗଷ୍ଟ 1ତାରିଖ 2019 ସୁଦ୍ଧା 30ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଅନୁସୂଚିତ ଜାତି ଓ ଜନଜାତିର ପ୍ରାର୍ଥୀଙ୍କ ପାଇଁ 5ବର୍ଷ, ଓବିସି ପ୍ରାର୍ଥୀଙ୍କ ପାଇଁ 3ବର୍ଷଓ ଶାରୀରିକ ଭାବେ ଅକ୍ଷମ ପ୍ରାର୍ଥୀଙ୍କ ପାଇଁ 10ବର୍ଷ କୋହଳ କରାଯିବ।

ଶିକ୍ଷାଗତ ଯୋଗ୍ୟତା

ଏହି ପଦରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ କୌଣସି ସ୍ଵୀକୃତିପ୍ରାପ୍ତ ଅନୁଷ୍ଠାନରୁ ବ୍ୟାଚେଲର ଅଫ ଇଞ୍ଜିନିୟରିଙ୍ଗ (B.E) କିମ୍ବା ବ୍ୟାଚେଲର ଅପ ଟେକ୍ନୋଲୋଜି (B.tech)ରେ 60% ମାର୍କ ରଖି ପାସ କରିଥିବା ଆବଶ୍ୟକ। ଅନୁସୂଚିତ ଜାତି ଓ ଜନଜାତିର ପ୍ରାର୍ଥୀ 55% ମାର୍କ ରଖି ପାସ କରିଥିବା ଆବଶ୍ୟକ।

ଆବେଦନ ଫି

ଆବେଦନ କରିବା ପାଇଁ ଫି’ ବାବଦରେ ସାଧାରଣ ଓ ଓବିସି ବର୍ଗର ପ୍ରାର୍ଥୀଙ୍କୁ ଟ.2200 ଏବଂ ଅନୁସୂଚିତ ଜାତି ଓ ଜନଜାତିର ପ୍ରାର୍ଥୀଙ୍କୁ ଟ.1100 ଦେବାକୁ ପଡିବ।

କିପରି ଆବେଦନ କରିବେ

ଏହି ପଦରେ ଆବେଦନ କରିବା ପାଇଁ ପ୍ରଥମେ ବିଏସଏନଏଲର ଅଫିସିଆଲ ୱେବସାଇଟ www.bsnl.co.in ରେ ଲଗଇନ କରିବେ। ଏଥିରେ ପ୍ରଥମେ ରେଜିଷ୍ଟ୍ରେସନ କରିବେ ଓ ତାପରେ ଆବେଦନ କରିପାରିବେ। ସମସ୍ତ ତଥ୍ୟକୁ ସଠିକ ଭାବରେ ପୂରଣ କରିବେ।

ଚୟନ ପଦ୍ଧତି

ଯୋଗ୍ୟ ପ୍ରାର୍ଥୀଙ୍କୁ ପ୍ରଥମେ ‘online Assessment Process” ଓ ତାପରେ ସାକ୍ଷାତକାର ମାଧ୍ୟମରେ ଚୟନ କରାଯିବ।

ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ ବିଏସଏନଏଲର ଅଫିସିଆଲ ୱେବସାଇଟ www.bsnl.co.in ରେ ଲଗଇନ କରନ୍ତୁ।

#jobs #BSNL #managementtrainne

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon