• padmabati kund

ଦେଖନ୍ତୁ : ଇଶା ଅମ୍ବାନୀଙ୍କ  ବିବାହ ଫୋଟୋ, କିଏ ଆସିଥିଲେ, କଣ ସବୁ ହେଲା


(ବେତାର ବ୍ୟୁରୋ) ଭାରତର ସବୁଠାରୁ ଧନୀ ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ଏକମାତ୍ର ଝିଅ ଇଶା ଅମ୍ବାନୀଙ୍କର ଗତ ଡିସେମ୍ବର 12 ତାରିଖ ବୁଧବାର ଦିନ ବିବାହ ସମ୍ପନ୍ନ ହୋଇଯାଇଛି। ଇଶା ଅମ୍ବାନୀ ଅଜୟ ପିରାମଲଙ୍କ ପୁଅ ଆନନ୍ଦ ପିରାମଲଙ୍କ ସହିତ ବିବାହ କରିଛନ୍ତି। ଇଶା ଓ ଆନନ୍ଦଙ୍କ ବିବାହ ମୁମ୍ବାଇ ସ୍ଥିତ ଅମ୍ବାନୀ ହାଉସ ‘ଏଣ୍ଟିଲିୟା’ରେ ଅନୁଷ୍ଠିତ ହୋଇଯାଇଛି। ଏହି ବିବାହରେ ବଲିଉଡର ଅନେକ ସେଲିବ୍ରିଟି ସମେତ ଅନେକ ବଡ ଉଦ୍ୟୋଗୀମାନେ ମଧ୍ୟ ଉପସ୍ଥିତ ହୋଇଥିଲେ।

ଇଶା ଅମ୍ବାନୀ ଓ ଆନନ୍ଦ ପିରାମଲଙ୍କ ବିବାହର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅନଲାଇନରେ ଫ୍ୟାନପେଜ ଗୁଡିକ ଦ୍ଵାରା ଏହି ଫଟୋ ଗୁଡିକ ଶେୟାର କରାଯାଇଛି। ଏହି ଫଟୋ ଗୁଡିକରେ ଉଭୟ ଇଶା ଓ ଆନନ୍ଦ ବହୁତ ସୁନ୍ଦର ଦେଖାଯାଉଛନ୍ତି। ବିବାହ ପାଇଁ ଇଶା ଗୋଟିଏ ସୁନେଲି ରଙ୍ଗର ଲେହେଙ୍ଗା ପିନ୍ଧିଥିଲେ ଓ ଆନନ୍ଦ ଏକ ଶେରୱାନୀ ପିନ୍ଧିଛନ୍ତି।

ଏହି ବିବାହ ଅବସରରେ ମୁମ୍ବାଇ ସ୍ଥିତ ଅମ୍ବାନୀ ହାଉସ ‘ଏଣ୍ଟିଲିୟା’କୁ ବହୁତ ସୁନ୍ଦର ଭାବରେ ସଜା ଯାଇଥିଲା। ମୁକେଶ ଅମ୍ବାନୀଙ୍କ ଜ୍ଵାଇଁ ଆନନ୍ଦ ପିରାମଲ ଇଶାଙ୍କୁ ବ୍ବିବାହ କରିବା ପାଇଁ ଘୋଡାରେ ବସି ବରଯାତ୍ରୀ ନେଇ ପହଞ୍ଚିଥିଲେ। ସମସ୍ତ ବରଯାତ୍ରୀଙ୍କୁ ମୁକେଶ ଅମ୍ବାନୀ ହସି ହସି ସ୍ଵାଗତ କରିଥିଲେ।

ବରଯାତ୍ରୀ ପହଞ୍ଚିବା ଆଗରୁ ଇଶା ଅମ୍ବାନୀଙ୍କ ଦୁଇ ଭାଇ ଆନନ୍ଦ ଅମ୍ବାନୀ ଓ ଆକାଶ ଅମ୍ବାନୀ ଘୋଡା ଉପରେ ବସି ବରଯାତ୍ରୀଙ୍କ ଅପେକ୍ଷା କରିଥିବାର ଦେଖିବାକୁ ମିଳିଥିଲା। ପ୍ରାୟ ଅଧକିଲୋମିଟର ପର୍ଯ୍ୟନ୍ତ ବରଯାତ୍ରୀ ଆସିଥିଲେ ଓ ଏହା ଦେଖିବାକୁ ମଧ୍ୟ ଖୁବ ଆକର୍ଷକ ଥିଲା। ରାସ୍ତାରେ ବରଯାତ୍ରୀଙ୍କ ସୁରକ୍ଷା ପାଇଁ ଅନେକ ସୁରକ୍ଷା ସୈନିକ ମାନଙ୍କୁ ନିଯୁକ୍ତ କରଯାଇଥିଲା।

ଇଶା ଅମ୍ବାନୀଙ୍କ ବିବାହରେ ବଲିଉଡର ବଡ ବଡ କଳାକାରମାନେ ଗୋଟିଏ ଛାତ ତଳେ ଏକାଠି ହୋଇଥିଲେ। ଏହି ବିବାହରେ  ପ୍ରିୟଙ୍କା ଚୋପ୍ରା, ନିକ ଜୋନାସ, ଶାହରୁଖ ଖାନ, ସଲମାନ ଖାନ, ସାହିଦ କପୁର, ମୀରା ରାଜପୁତ, ଆଲିୟା ଭଟ୍ଟ, ଅଭିଷେକ ଭଚ୍ଚନ, ଐଶ୍ଵର୍ଯ୍ୟା ରାୟ ବଚ୍ଚନ, ଅମିତାଭ ବଚ୍ଚନ, ଜୟା ବଚ୍ଚନ, ସୈଫ ଅଲ୍ଲୀ ଖାନ, କରୀନା କପୁର, ଅମିର ଖାନ, ଜାହ୍ନବୀ କପୁରଙ୍କ ସମେତ ଅନେକ କଳାକାର ଉପସ୍ଥିତ ରହି ବରକନ୍ୟାଙ୍କୁ ଆଶୀର୍ବାଦ ଦେବା ସହିତ ବିବାହ ପାଇଁ ଶୁଭେଚ୍ଛା ଦେଇଥିଲେ।

ଏହାବ୍ୟତୀତ କ୍ରିକେଟର ସଚିନ ତେନ୍ଦୁଲକର ତାଙ୍କ ପରିବାର ସହିତ ବିବାହରେ ପହଞ୍ଚିଥିଲେ। ହରଭଜନ ସିଂ ଓ ଗୀତା ବସେରା ମଧ୍ୟ ବିବାହରେ ପହଞ୍ଚିଥିଲେ। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ଆମେରିକାର ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଲଢିଥିବା ହଲାରୀ କ୍ଲିଣ୍ଟନ ମଧ୍ୟ ଅମ୍ବାନୀଙ୍କ ଝିଅ ବିବାହରେ ଅତିଥି ଭାବରେ ଯୋଗ ଦେଇଥିଲେ। ଏହାପୂର୍ବରୁ ଉଦୟପୁରରେ ହୋଇଥିବା ସଙ୍ଗୀତ ଉତ୍ସବରେ ମଧ୍ୟ ହିଲାରୀ କ୍ଳିଣ୍ଟନ ଉପସ୍ଥିତ ଥିଲେ।

#entertainmetnt #ishaambaneewedding #marriagephoto

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon