• padmabati kund

ପଢନ୍ତୁ : ଇୟରଫୋନ, କି-ବୋର୍ଡ ଆଦି ସଫା ରଖିବା ପାଇଁ 7 ଟିପ୍ସ


(ବେତାର ବ୍ୟୁରୋ) ବର୍ତ୍ତମାନ ସମୟରେ ଲୋକମାନେ ଇୟରଫୋନ, କି-ବୋର୍ଡ ପରି ଗ୍ୟାଜେଟ ଗୁଡିକୁ ବହୁତ ମାତ୍ରାରେ ବ୍ୟବହାର କରୁଛନ୍ତି। ଏଜି ଜିନିଷ ଗୁଡିକୁ ଘର ଓ ଘର ବାହାରେ ଆମେ ବ୍ୟବହାର କରିଥାଉ। ଏଥିପାଇଁ ଏଥିରେ ଧୁଳି ମାଟି ଲାଗିଯାଇଥାଏ ଓ ଖୁବ ଶୀଘ୍ର ଏହା ଅପରିଷ୍କାର ହୋଇଯାଇଥାଏ। ଏହାକୁ ସଫା କରିବା ପାଇଁ ଯଦି କୌଣସି କପଡା ରଗଡି ଦେଇଥାଉ ତେବେ ଏହା ଖରାପ ହୋଇଯିବାର ଆଶଙ୍କା ହୋଇଥାଏ।

ଏଥିପାଇଁ ଇୟରଫୋନ ଓ କି-ବୋର୍ଡ ଆଦି ଗୁଡିକୁ ସଫା କରିବା ସମୟରେ ଆମକୁ ସାବଧାନ ରଖିବାକୁ ପଡିଥାଏ। ସଫା କରିବା ପାଇଁ ଏପରି ଜିନିଷ ପ୍ରୟୋଗ କରିବାକୁ ପଡିଥାଏ ଯାହାଦ୍ଵାରା ଏଗୁଡିକର କିଛି କ୍ଷତି ହେବ ନାହିଁ। ତେବେ ଆପଣ ଯଦି ପାଖରେ ଥିବା ଇୟରଫୋନ ବା ଅନ୍ୟାନ୍ୟ ଯାନ୍ତ୍ରିକ ଉପକରଣ ଗୁଡିକୁ ସଫା କରିବାକୁ ଚାହୁଁଛନ୍ତି ତେବେ ଜାଣିରଖନ୍ତୁ କିଛି ଟିପ୍ସ।

.ଆପଣ ନିୟମିତ ଭାବରେ ବ୍ୟବହାର କରୁଥିବା ଇୟରଫୋନର ସ୍ପିକରକୁ ସଫା କରିବା ପାଇଁ ଆପଣ ଟୁଥବ୍ରଶର ବ୍ୟବହାର କରିପାରିବେ। ଏଥିପାଇଁ ଶୁଖିଲା ଓ ନରମ ବ୍ରଶର ବ୍ୟବହାର କରନ୍ତୁ।

.ଇୟରଫୋନକୁ ସଫା କରିବା ପାଇଁ ଆଲକୋହଲର ବ୍ୟବହାର କରିପାରିବେ। ଅଳ୍ପ ତୁଳା ସାହାଯ୍ୟରେ ଆଲକୋହଲକୁ ନେଇ ଇୟରଫୋନର ପ୍ଲାଷ୍ଟିକ ଭାଗକୁ ସଫା କରିପାରିବେ। ଯଦି ଆପଣଙ୍କ ଇୟରଫୋନ ସିଲିକନରେ ତିଆରି ହୋଇଥାଏ ତେବେ ବାସନ ଧୋଉଥିବା ଲିକୁଇଡର ବ୍ୟବହାର କରିପାରିବେ।

.ଆପଣଙ୍କ ସ୍ମାର୍ଟଫୋନ ବା ଅନ୍ୟ କୌଣସି ଯାନ୍ତ୍ରିକ ଉପକରଣର ହେଡଫୋନ ଜ୍ୟାକକୁ  ସଫା କରିବା ପାଇଁ ଇଣ୍ଟର ଡେଣ୍ଟାଲ ବ୍ରଶର ବ୍ୟବହାର କରିପାରିବେ। ଏହି ବ୍ରଶ ଦ୍ଵାରା ହେଡଫୋନ ଜ୍ୟାକକୁ ସହଜ ଓ ସୁବିଧାରେ ସଫା କରିପାରିବେ।

.କମ୍ପ୍ୟୁଟର କିମ୍ବା ଲାପଟପର କି-ବୋର୍ଡ ସଫା କରିବା ପାଇଁ ଝିଅମାନେ ବ୍ୟବହାର କରୁଥିବା ମେକଅପ ବ୍ରଶର ମଧ୍ୟ ବ୍ୟବହାର କରିପାରିବେ। ଏହାଦ୍ଵାରା ସହଜରେ କି-ବୋର୍ଡ ଭିତରେ ଥିବା ଧୁଳି ସଫା ହୋଇଯାଇଥାଏ।

.ମେକଅପ ବ୍ରଶ ବ୍ୟତୀତ କି-ବୋର୍ଡ ସଫା କରିବା ପାଇଁ ଷ୍ଟିକି ନୋଟ (ଅଠା ଲାଗିଥିବା ପେପର)ର ବ୍ୟବହାର କରିପାରିବେ। ଏହା କି-ବୋର୍ଡ ଭିତରେ ଥିବା ଧୁଳିକୁ ଟାଣିବାରେ ସାହାଯ୍ୟ କରିଥାଏ। ଏହାବ୍ୟତୀତ ତୁଳାରେ ଆଲକୋହଲ ନେଇ ମଧ୍ୟ ଏହାକୁ ସଫା କରିପାରିବେ।

. ଘରେ ବ୍ୟବହାର କରୁଥିବା ସ୍ପିକରରେ ଧୁଳି ଜମିଥାଏ। ଏହାକୁ ସଫା କରିବା ଆପଣ ରଙ୍ଗତୁଳୀ ବ୍ୟବହାର କରିପାରିବେ। ସ୍ମାର୍ଟଫୋନ ଓ ଟାବଲେଟର ସ୍ପିକରକୁ ସଫା କରିବା ପାଇଁ ଛୋଟ ରଙ୍ଗ ତୁଳୀର ବ୍ୟବହାର କରନ୍ତୁ।

.ତେବେ ଏହି ସବୁ ଯାନ୍ତ୍ରିକ ଉପକରଣକୁ ସଫା କରିବା ପାଇଁ ବଜାରରେ ଅନେକ ପ୍ରକାରର ଲିକୁଇଡ ମିଳୁଛି। ଯଦି ଆପଣ ଚାହିଁବେ ଏହାକୁ ଆପଣ ଘରେ ମଧ୍ୟ ପ୍ରସ୍ତୁତ କରିପାରିବେ। ଏଥିପାଇଁ ଅଳ୍ପ ଭିନେଗାର କିମ୍ବା ରବିଙ୍ଗ ଆଲକୋହଲ ନିଅନ୍ତୁ। ଏଥିରେ ସମାନ ପରିମାଣର ଡିଷ୍ଟିଲ୍ଦ ୱାଟର ମିଶାନ୍ତୁ। ଏହି ମିଶ୍ରଣକୁ ସଫା କରିବା ପାଇଁ ବ୍ୟବହାର କରନ୍ତୁ।

#mobile #gadget #cleaningtips

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon