• ବେତାର ବ୍ୟୁରୋ

ଭାରତୀୟ ନୌସେନାରେ +2 ପାସଙ୍କ ପାଇଁ 2500 ନାବିକ ପଦବୀ ବିଜ୍ଞପ୍ତି


(ବେତାର ବ୍ୟୁରୋ) ଯୁକ୍ତଦୁଇ ପାସ କରିଥିବା ଭାରତୀୟ ଅବିବାହିତ ଯୁବକଙ୍କ ପାଇଁ ଭାରତୀୟ ନୌସେନାରେ ନିଯୁକ୍ତି ପାଇଁ ସୁବର୍ଣ୍ଣ ସୁଯୋଗ ଆସିଛି। ଭାରତୀୟ ନୌସେନା ତରଫରୁ ସିନିୟର ସେକେଣ୍ଡାରୀ ରିକ୍ରୁଟ ନାବିକ ପଦରେ ନିଯୁକ୍ତି ପାଇଁ ଆଗ୍ରହୀ ପ୍ରାର୍ଥୀଙ୍କ ଠାରୁ ଦରଖାସ୍ତ ଆହ୍ଵାନ କରାଯାଇଛି। 157cm ଉଚ୍ଚତା ଓ ସାତ ମିନିଟରେ 1.6km ପର୍ଯ୍ୟନ୍ତ ଦୌଡି ପାରୁଥିବା ପ୍ରାର୍ଥୀମାନେ ଏଥିପାଇଁ ଆବେଦନ କରିପାରିବେ।

ଆବେଦନ ତାରିଖ

ଏହି ପଦରେ ଆବେଦନ କରିବାକୁ ଚାହୁଁଥିବା ଆଗ୍ରହୀ ପ୍ରାର୍ଥୀମାନେ ଡିସେମ୍ବର 14 ତାରିଖରୁ ଡିସେମ୍ବର 30 ତାରିଖ ମଧ୍ୟରେ ଆବେଦନ କରିପାରିବେ।

ପଦବୀ ସଂଖ୍ୟା

ଏହି ବିଜ୍ଞପ୍ତିରେ  ମୋଟ 2500ଟି ପଦବୀ ପ୍ରକାଶ ପାଇଛି।

ଦରମା

ସିନିୟର ସେକେଣ୍ଡାରୀ ନାବିକ ପଦବୀ ପାଇଁ ଯୋଗ୍ୟବିବେଚିତ ପ୍ରାର୍ଥୀଙ୍କୁ ପ୍ରଥମେ ଟ୍ରେନିଙ୍ଗ ଦିଆଯିବ। ଏହି ଟ୍ରେନିଙ୍ଗ ସମୟରେ ମାସକୁ ଟ.14,600 ଷ୍ଟାଇପେଣ୍ଡ ପ୍ରଦାନ କରାଯିବ। ଟ୍ରେନିଙ୍ଗ ସାରିବା ପରେ ମାସକୁ ଟ.21,700-ଟ.69,000 ମଧ୍ୟରେ ଦରମା ପ୍ରଦାନ କରାଯିବ।

ବୟସସୀମା

ଏହି ପଦରେ ଆବେଦନ କରିବା ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ଅଗଷ୍ଟ 1 ତାରିଖ 1998ରୁ 31 ଜୁଲାଇ 2002 ମସିହା ମଧ୍ୟରେ ଜନ୍ମ ହୋଇଥିବା ଆବଶ୍ୟକ।

ଶିକ୍ଷାଗତ ଯୋଗ୍ୟତା

ଏହି ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ଅନୁଷ୍ଠାନ ବା ବୋର୍ଡରୁ ଯୁକ୍ତଦୁଇ ପାସ କରିଥିବା ଆବଶ୍ୟକ। ଯୁକ୍ତଦୁଇରେ ଗଣିତ ଓ ଫିଜିକ୍ସ ବିଷୟ ରଖିଥିବା ଆବଶ୍ୟକ, ଏହାସହିତ କେମେଷ୍ଟ୍ରି, ବାୟୋଲୋଜି ଓ କମ୍ପ୍ୟୁଟର ସାଇନ୍ସ ମଧ୍ୟରୁ ଯେ କୌଣସି ଗୋଟିଏ  ବିଷୟ ରଖିଥିବା ଆବଶ୍ୟକ।

ଆବେଦନ ଫି

ଆବେଦନ କରିବା ପାଇଁ ଫି’ ବାବଦରେ ପ୍ରାର୍ଥୀଙ୍କୁ ଟ.205 ଦେବାକୁ ପଡିବ। ଅନୁସୂଚିତ ଜାତି, ଜନଜାତିର ପ୍ରାର୍ଥୀଙ୍କୁ କୌଣସି ଫି’ ଦେବାକୁ ପଡିବ ନାହିଁ। ଏହି ଫି’କୁ ଅନଲାଇନରେ କ୍ରେଡିଟ କାର୍ଡ, ଡେବିଟ କାର୍ଡରେ ପଇଠ କରିପାରିବେ।

କିପରି ଆବେଦନ କରିବେ

ପ୍ରାର୍ଥୀମାନେ କେବଳ ଅନଲାଇନରେ ଆବେଦନ କରିପାରିବେ। ଏଥିପାଇଁ ପ୍ରଥମେ ଭାରତୀୟ ନୌସେନାର ଅଫିସିଆଲ ୱେବସାଇଟ www.Joinindiannavy.gov.in ରେ ଲଗଇନ କରନ୍ତୁ। ସମସ୍ତ ଆବଶ୍ୟକୀୟ ତଥ୍ୟକୁ ପୂରଣ କରିବା ସହିତ ଆବଶ୍ୟକୀୟ ପ୍ରମାଣପତ୍ରକୁ ସ୍କାନ କରି ଦେବାକୁ ପଡିବ।

ଚୟନ ପଦ୍ଧତି

ଯୋଗ୍ୟ ପ୍ରାର୍ଥୀଙ୍କୁ କମ୍ପ୍ୟୁଟର ବେସ ପରୀକ୍ଷା, ଶାରୀରିକ ଦକ୍ଷତା ପରୀକ୍ଷା ଓ ଡାକ୍ତରୀ ପରୀକ୍ଷା ମାଧ୍ୟମରେ ଚୟନ କରାଯିବ।

ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ ଭାରତୀୟ ନୌସେନାର ଅଫିସିଆଲ ୱେବସାଇଟ www.Joinindiannavy.gov.in ରେ ଲଗଇନ କରନ୍ତୁ।

#jobs #indiannavy #sailorrecruitment

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon