• padmabati kund

ଶୀତଦିନେ ସୁସ୍ଥ ରହିବାକୁ ଏହି ସବୁ ଖାଦ୍ୟ ନିଶ୍ଚିତ ଖାଆନ୍ତୁ


(ବେତାର ବ୍ୟୁରୋ) ବର୍ତ୍ତମାନ ଶୀତଋତୁ ଆସିଗଲାଣି। ଶୀତରୁ ଶରୀରକୁ ରକ୍ଷା କରିବା ପାଇଁ ଆପଣ ସ୍ଵେଟର, କମ୍ବଳ ଇତ୍ୟାଦିର ବ୍ୟବହାର କରୁଥିବେ। ତେବେ ଏହିସବୁ କେବଳ ଆମ ଶରୀରର ବାହ୍ୟ ଅଙ୍ଗକୁ ସୁରକ୍ଷା ଦେଇଥାଏ କିନ୍ତୁ ଶରୀରର ଅଭ୍ୟନ୍ତରରେ ଥିବା ଅଙ୍ଗ ଗୁଡିକୁ ମଧ୍ୟ ସୁରକ୍ଷା ଦେବା ନିହାତି ଜରୁରୀ। ଶୀତଦିନେ ଥଣ୍ଡା କାଶ ପରି ରୋଗ ହେବାର ଅନେକ ଆଶଙ୍କା ରହିଥାଏ। ଏପରି ସ୍ଥିତିରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଆପଣଙ୍କୁ କିଛି ଖାଦ୍ୟ ନିହାତି ଖାଇବାକୁ ପଡିବ।

ଶୀତଦିନେ ଶରୀରକୁ ଗରମ ପ୍ରଦାନ କରୁଥିବା ଖାଦ୍ୟ ନିହାତି ଭାବରେ ଖାଆନ୍ତୁ। ତେବେ ଜାଣିରଖନ୍ତୁ ଏପରି କିଛି ଖାଦ୍ୟ ବିଷୟରେ ଯାହାକୁ ଖାଇବା ଦ୍ଵାରା ଆପଣଙ୍କ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢିଥାଏ ଓ ଏହା ଆପଣଙ୍କୁ ଶୀତଦିନେ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ।

୧.କମଳା: ଶୀତଦିନେ କମଳା ନିହାତି ଭାବରେ ଖାଆନ୍ତୁ। କମଳା କିମ୍ବା କମଳା ଜୁସ ଆପଣଙ୍କ ଶରୀରକୁ ଶୀତରୁ ଲଢିବା ପାଇଁ ଶକ୍ତି ଯୋଗାଇଥାଏ। ଏଥିରେ ବହୁତ ମାତ୍ରାରେ ଭିଟାମିନ-ସି ଓ ଆଣ୍ଟିଅକ୍ସିଡ଼ାଣ୍ଟ ରହିଥାଏ, ଯାହାକି ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ।

୨.ପାଳଙ୍ଗ ଶାଗ: ଶୀତଦିନରେ ଏହା ବହୁଳ ମାତ୍ରାରେ ଉପଲବ୍ଧ ହୋଇଥାଏ। ଏଥିରେ ଆଇରନ ଓ ପୌଷ୍ଟିକ ତତ୍ତ୍ଵ ଅଧିକ ମାତ୍ରାରେ ରହିଥାଏ। ଯାହାକି ଶରୀରକୁ ସୁସ୍ଥ ରଖିବାରେ ଓ ରୋଗଠାରୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ।

୩.ବାଦାମ: ଶୀତଦିନରେ ଭଜା ବାଦାମ ବା ଲୁଣ ସହିତ ସିଝା ହୋଇଥିବା ବାଦାମ ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏହା ଶରୀରକୁ ଗରମ ପ୍ରଦାନ କରିବା ସହିତ ପ୍ରୋଟିନ ମଧ୍ୟ ଯୋଗାଇଥାଏ। ତେଣୁ ଏହାକୁ ଶୀତଦିନେ ନିହାତି ଖାଆନ୍ତୁ।

୪.ପିଜୁଳି: ଏଥିରେ ଲାଇଫୋପାଇନ ନାମକ ଏକ ତତ୍ତ୍ଵ  ରହିଥାଏ ଯାହାକି ହୃତପିଣ୍ଡକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ତେଣୁ ଶୀତଦିନେ ଏହାକୁ ନିୟମିତ ଖାଇବା ଦ୍ଵାରା ଶିରା ଓ ଧମନୀରେ ଦେଖାଯାଉଥିବା ସମସ୍ୟା ମଧ୍ୟ ଦୂର ହୋଇଥାଏ।

୫.ଗାଜର: ଏଥିରେ ପ୍ରଚୁର ପରିମାଣର ଭିଟାମିନ-ଏ, ଭିଟାମିନ-ବି, ଭିଟାମିନ-ସି, ଭିଟାମିନ-ଡି, ଭିଟାମିନ-ଇ ଓ ଭିଟାମିନ-କେ ରହିଥାଏ। ଏହା ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ। ଏହାର ଜୁସ ବା ଗାଜର ହାଲୁଆ କରି ଖାଇପାରିବେ।

୬.ପିଆଜ: ଏଥିରେ ଭିଟାମିନ-ସି ରହିଥାଏ। ଏହାକୁ ଖାଇବା ଦ୍ଵାରା ଶୀତଦିନେ ଦେଖାଯାଉଥିବା ପେଟ ସମସ୍ୟାକୁ ଦୂର କରିଥାଏ। ଏହା ଶରୀରରୁ କୋଲେଷ୍ଟେରଲ ମାତ୍ରା କମ ରଖିଥାଏ ଓ ଦୃଷ୍ଟିଶକ୍ତି ବଢାଇବାରେ ମଧ୍ୟ ସାହାଯ୍ୟ କରିଥାଏ।

୭.କଖାରୁ: ଶୀତଦିନେ ସୁସ୍ଥ ରହିବା ପାଇଁ ନିଜ ଖାଦ୍ୟରେ କଖାରୁକୁ ସାମିଲ କରନ୍ତୁ। ଏଥିରେ ଭିଟାମିନ-ଇ, କୈରୋଇନାଇଡ, ଲିୟୁଇନ ଓ ମିନେରାଲ ରହିଥାଏ। ଏହାକୁ ଖାଇବା ଦ୍ଵାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ। ଆପଣ କଖାରୁ ମଞ୍ଜିକୁ ମଧ୍ୟ ଖାଇପାରିବେ।

୮.ସେଓ: ଏହି ଫଳକୁ ପ୍ରତିଦିନ ଖାଇବା ଦ୍ଵାରା କ୍ୟାନସର ଓ ଏହାପରି ଅନେକ ବଡ ବଡ ରୋଗରୁ ରକ୍ଷା ମିଳିଥାଏ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଓ ପ୍ରୋଟିନ ରହିଥାଏ ଯାହାକି ଶରୀରକୁ ସୁସ୍ଥ ରହିବାକୁ ସାହାଯ୍ୟ କରିଥାଏ।

୯.ଅଁଳା: ଏଥିରେ ଭିଟାମିନ-ସି ରହିଥାଏ। ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ। ଆମ ଶରୀରରେ ଥିବା ହାନିକାରକ ରାସାୟନିକ ପଦାର୍ଥକୁ ବାହାର କରିବାରେ ଏହା ସାହାଯ୍ୟ କରିଥାଏ। ଏହାକୁ ନିୟମିତ ଖାଇବା ଦ୍ଵାରା ରକ୍ତଚାପ ମଧ୍ୟ ନିୟନ୍ତ୍ରିତ ରହିଥାଏ।

#health #foodforwinter

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon