- ବେତାର ବ୍ୟୁରୋ
ଡିପ୍ଲୋମାଧାରୀ, +2 ପାସଙ୍କ ପାଇଁ ଏୟାରଫୋର୍ସରେ ନିଯୁକ୍ତି ସୁଯୋଗ

(ବେତାର ବ୍ୟୁରୋ) ଭାରତୀୟ ବାୟୁସେନା ତରଫରୁ ଗ୍ରୁପ-x ଓ ଗ୍ରୁପ-y ଏୟାରମ୍ୟାନ ପଦରେ ନିଯୁକ୍ତି ପାଇଁ ଆଗ୍ରହୀ ପ୍ରାର୍ଥୀଙ୍କ ଠାରୁ ଦରଖାସ୍ତ ଆହ୍ଵାନ କରାଯାଇଛି। ଯୁକ୍ତଦୁଇ ଓ ଡିପ୍ଲୋମା ପାସ କରିଥିବା ଭାରତୀୟ ଅବିବାହିତ ଯୁବକମାନେ ଏହି ପଦ ପାଇଁ ଅନଲାଇନରେ ଆବେଦନ କରିପାରିବେ।
ପଦବୀ ସଂଖ୍ୟା
ଏହି ବିଜ୍ଞପ୍ତିରେ ପଦବୀ ସଂଖ୍ୟା ଉଲ୍ଲେଖ କରାଯାଇ ନାହିଁ। ତେବେ ବିଭାଗର ଆବଶ୍ୟକତା ଅନୁଯାୟୀ ପଦବୀ ସଂଖ୍ୟା ସ୍ଥିର କରାଯିବ।
ଆବେଦନ ତାରିଖ
ଏହି ପଦ ଗୁଡିକରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ଆସନ୍ତା ଜାନୁୟାରୀ 2 ତାରିଖ 2019ରୁ ଜାନୁୟାରୀ 21 ତାରିଖ 2019 ମଧ୍ୟରେ ଆବେଦନ କରିପାରିବେ। ଏଥିପାଇଁ କେବଳ ଅନଲାଇନରେ ଆବେଦନ କରିବାକୁ ପଡିବ। ଅନଲାଇନ ପରୀକ୍ଷା ମାର୍ଚ୍ଚ 14ରୁ ମାର୍ଚ୍ଚ 17 ତାରିଖ 2019 ମଧ୍ୟରେ ହେବ।
ଦରମା
ଗ୍ରୁପ-x ପଦ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ନିଯୁକ୍ତି ପରେ ମାସିକ ଟ.33,100 ଦରମା ପ୍ରଦାନ କରାଯିବ। ସେହିପରି ଗ୍ରୁପ-y ପଦ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ମାସିକ ଟ.26,900 ଦରମା ପ୍ରଦାନ କରାଯିବ।
ବୟସସୀମା
ଏହି ପଦରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ 19 ଜାନୁୟାରୀ 1999 ରୁ 1 ଜାନୁୟାରୀ 2003 ମଧ୍ୟରେ ଜନ୍ମ ହୋଇଥିବା ଆବଶ୍ୟକ।
ଶିକ୍ଷାଗତ ଯୋଗ୍ୟତା
ଗ୍ରୁପ-x ପଦରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ କୌଣସି ସ୍ଵୀକୃତିପ୍ରାପ୍ତ ଅନୁଷ୍ଠାନ କିମ୍ବା ବୋର୍ଡରୁ ଯୁକ୍ତଦୁଇ ପାସ କରିଥିବା ଆବଶ୍ୟକ। ଯୁକ୍ତଦୁଇରେ ଗଣିତ, ଫିଜିକ୍ସ ଓ ଇଂରାଜୀରେ 50% ମାର୍କ ରଖି ପାସ କରିଥିବା ଆବଶ୍ୟକ। କିମ୍ବା ତିନିବର୍ଷର ଡିପ୍ଲୋମା କୋର୍ସ କରିଥିବା ଆବଶ୍ୟକ। ଗ୍ରୁପ-y ପଦରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ସ୍ଵୀକୃତିପ୍ରାପ୍ତ ଅନୁଷ୍ଠାନ କିମ୍ବା ବୋର୍ଡରୁ ଯୁକ୍ତଦୁଇରେ 50% ମାର୍କ ରଖି ପାସ କରିଥିବା ଆବଶ୍ୟକ।
ଆବେଦନ ଫି
ଆବେଦନ କରିବା ପାଇଁ ଫି’ ବାବଦରେ ପ୍ରାର୍ଥୀଙ୍କୁ ଟ.250 ଦେବାକୁ ପଡିବ। ଏହି ଆବେଦନ ଫି’କୁ କ୍ରେଡିଟ କାର୍ଡ, ଡେବିଟ କାର୍ଡ, ନେଟ ବ୍ୟାଙ୍କିଙ୍ଗ କିମ୍ବା ଆକ୍ସିସ ବ୍ୟାଙ୍କ ଇ-ଚାଲାଣ ମାଧ୍ୟମରେ ପଇଠ କରିପାରିବେ।
କିପରି ଆବେଦନ କରିବେ
ଏହି ପଦରେ ଆବେଦନ କରିବା ପାଇଁ ଭାରତୀୟ ବାୟୁସେନାର ଅଫିସିଆଲ ୱେବସାଇଟ https://careerindianairforce.cdac.in କିମ୍ବା https://airmenselection.cdac.in/CASB ରେ ଲଗଇନ କରିପାରିବେ। ସମସ୍ତ ଆବଶ୍ୟକୀୟ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ସହିତ ପାସପୋର୍ଟ ସାଇଜ ଫଟୋ, ବାମହାତ ଆଙ୍ଗୁଳିର ଟିପଚିହ୍ନ, ଦସ୍ତଖତ ଓ ପିତାମାତାଙ୍କର ଦସ୍ତଖତକୁ ସ୍କାନ କରିଦେବାକୁ ପଡିବ।
ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ ଭାରତୀୟ ବାୟୁସେନାର ଅଫିସିଆଲ ୱେବସାଇଟ https://careerindianairforce.cdac.in କିମ୍ବା https://airmenselection.cdac.in/CASB ରେ ଲଗଇନ କରନ୍ତୁ।