• padmabati kund

ପୁରୁଷମାନେ କେଶ ଝଡ଼ିବା ବନ୍ଦ କରିବାକୁ ଆପଣାନ୍ତୁ ଏହି ୬ଟିପ୍ସ


(ବେତାର ବ୍ୟୁରୋ) କେଶର ସଠିକ ଭାବରେ  ଯତ୍ନ ନେବା ମହିଳାଙ୍କ ପାଇଁ ଯେତିକି ଗୁରୁତ୍ୱପୂର୍ଣ୍ଣ ହୋଇଥାଏ, ପୁରୁଷଙ୍କ ପାଇଁ ମଧ୍ୟ ସେତିକି ଜରୁରୀ ହୋଇଥାଏ। କେଶକୁ ସୁସ୍ଥ ଓ ମଜଭୁତ ରଖିବା ପାଇଁ ନିୟମିତ ଭାବରେ କେଶର ଯତ୍ନ ନେବାକୁ ପଡିବ। କେଶର ସଠିକ ଯତ୍ନ ନନେବା କାରଣରୁ ପୁରୁଷଙ୍କ କେଶ ସମୟ ଆଗରୁ ଝଡିବାକୁ ଲାଗିଥାଏ। କେଶର ଯତ୍ନ ନେବା କିଛି କଠିନ କାମ ନୁହେଁ। ଆପଣଙ୍କ କେଶ କେଉଁ ପ୍ରକାରର ଓ ଆପଣ ଏହାକୁ କିପରି ସୁସ୍ଥ ଓ ସୁନ୍ଦର ରଖିପାରିବେ ତାହା ଜାଣିବା ଜରୁରୀ।

ତେବେ ପୁରୁଷମାନେ ନିଜ କେଶର କିପରି ଯତ୍ନ ନେବେ ସେଥିପାଇଁ ଜାଣିରଖନ୍ତୁ କିଛି ସହଜ ଟିପ୍ସ।

୧.ସବୁଦିନ କେଶକୁ ଧୁଅନ୍ତୁ ନାହିଁ: ଅଧିକାଂଶ ପୁରୁଷ ପ୍ରତିଦିନ କେଶକୁ ଧୋଇଥାଆନ୍ତି। ପ୍ରତିଦିନ କେଶକୁ ଧୋଇବା ଉଚିତ ନୁହେଁ। ଏପରି କରିବା ଦ୍ଵାରା କେଶମୂଳରେ ଥିବା ଏସେନ୍ସିଆଲ ଅଏଲ ସରିଯାଇଥାଏ। ଏଥିପାଇଁ ପ୍ରତିଦିନ କେଶକୁ ନଧୋଇ କିଛି ଦିନର ବ୍ୟବଧାନରେ କେଶକୁ ଧୁଅନ୍ତୁ। ସପ୍ତାହକୁ ଦୁଇ ତିନି ଥର କେଶ ଧୋଇବା ପର୍ଯ୍ୟାପ୍ତ ଅଟେ।

୨.ସୂର୍ଯ୍ୟକିରଣରୁ ବଞ୍ଚାଇ ରଖନ୍ତୁ: ସୂର୍ଯ୍ୟଙ୍କ ଦେହରୁ ବାହାରୁଥିବା ହାନିକାରକ କିରଣ ମନୁଷ୍ୟର ତ୍ଵଚା ସହିତ କେଶ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଏଥିପାଇଁ ସୂର୍ଯ୍ୟକିରଣରୁ କେଶକୁ ସବୁବେଳେ ଲୁଚେଇ ରଖିବାକୁ ଚେଷ୍ଟା କରନ୍ତୁ। ସୂର୍ଯ୍ୟଙ୍କର କ୍ଷତିକାରକ ଅତିବାଇଇଗଣୀ ରଶ୍ମିରୁ କେଶକୁ ବଞ୍ଚାଇବା  ପାଇଁ ବଜାରରେ ଅନେକ ପ୍ରକାରର ପ୍ରଡ଼କ୍ଟ ଉପଲବ୍ଧ ହେଉଛି। ଆପଣ ସେହିସବୁ ପ୍ରଡ଼କ୍ଟ ମଧ୍ୟ ବ୍ୟବହାର କରିପାରିବେ।

୩.ନିୟମିତ ବ୍ୟବଧାନରେ କେଶ କାଟନ୍ତୁ: କେଶକୁ ପରିଷ୍କାର ଓ ସୁସ୍ଥ ରଖିବା ପାଇଁ ଏହାକୁ ନିୟମିତ ବ୍ୟବଧାନରେ କାଟିବା ଜରୁରୀ। ଏଥିପାଇଁ ପ୍ରତି ୪-୬ ସପ୍ତାହ ବ୍ୟବଧାନରେ କେଶକୁ  କାଟନ୍ତୁ।

୪.ସନ୍ତୁଳିତ ଭାବରେ ହେୟାର ଡ୍ରାୟର ବ୍ୟବହାର କରନ୍ତୁ: କେଶକୁ ଶୁଖାଇବା ପାଇଁ ହେୟାର ଡ୍ରାୟରର ବ୍ୟବହାର କରାଯାଇଥାଏ। ତେବେ ବ୍ୟବହାର କରୁଥିବା ଏହି ଡ୍ରାୟରରୁ ବାହାରୁଥିବା ଗରମ ପବନ ଆପଣଙ୍କର କେଶକୁ ଦୁର୍ବଳ କରିଦେଇଥାଏ। ଏଥିପାଇଁ ହେୟାର ଡ୍ରାୟର କମ ବ୍ୟବହାର କରନ୍ତୁ। କେଶ ଓଦା ହୋଇଥିଲେ

ଏହାକୁ ପ୍ରାକୃତିକ ଉପାୟରେ ଶୁଖାଇବାକୁ ଚେଷ୍ଟା କରନ୍ତୁ।

୫.ଓଦା କେଶକୁ କୁଣ୍ଡାନ୍ତୁ ନାହିଁ: ଯେତେବେଳେ ଆପଣଙ୍କ କେଶ ଓଦା ହୋଇଥାଏ ସେତେବେଳେ ଏହା ସବୁଠାରୁ ଅଧିକ ଦୁର୍ବଳ ସ୍ଥିତିରେ ଥାଏ। ଏହି ସମୟରେ କେଶକୁ ପାନିଆରେ କୁଣ୍ଡାଇବା ଦ୍ଵାରା ଏହା ଝଡିବାର ଅଧିକ ଆଶଙ୍କା ରହିଥାଏ। ପୁରୁଷମାନେ କେଶ ଓଦା ଥିବା ସମୟରେ କୁଣ୍ଡାଇଥାନ୍ତି। ଯଦି ଆପଣ ଓଦା କେଶକୁ କୁଣ୍ଡାଇବାକୁ ଚାହୁଁଛନ୍ତି ତେବେ ବଡ ଦାନ୍ତ ଥିବା ପାନିଆରେ କୁଣ୍ଡାନ୍ତୁ।

୬.ଅଧିକ ଚାପି ହେଉଥିବା ଟୋପି ପିନ୍ଧନ୍ତୁ ନାହିଁ: ଖରାରୁ ବଞ୍ଚିବା ପାଇଁ ପୁରୁଷମାନେ ଟୋପି ପିନ୍ଧିଥାଆନ୍ତି। ତେବେ ଟୋପି ପିନ୍ଧିବା ସମୟରେ କିଛି କଥାକୁ ଧ୍ୟାନ ଦେବାକୁ ପଡିବ। ଆପଣଙ୍କ ମୁଣ୍ଡରେ ଅଧିକ ଚାପି ହୋଇ ରହୁଥିବା ଟୋପି ପିନ୍ଧନ୍ତୁ ନାହିଁ। ଏହାଦ୍ଵାରା ଆପଣଙ୍କ କେଶ ଝଡିଥାଏ ଓ ଆପଣ ଚନ୍ଦା ହେବାର ଆଶଙ୍କା ରହିଥାଏ।    

#haircare #mensfashion

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon