• ବେତାର ବ୍ୟୁରୋ

ଅଟଳ ବିହାରୀ ବାଜପେୟୀଙ୍କ ନାମରେ ଆସିବ 100ଟଙ୍କିଆ ମୁଦ୍ରା


(ବେତାର ବ୍ୟୁରୋ) ସ୍ୱର୍ଗୀୟ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ 94ତମ ଜନ୍ମଦିବସ (ଡିସେମ୍ବର 25) ଅବସରରେ କେନ୍ଦ୍ର ସରକାର ଦେଶରେ ଖୁବଶୀଘ୍ର 100ଟଙ୍କିଆ ମୁଦ୍ରା ବାହାର କରିବାକୁ ଯାଉଛନ୍ତି । ଏହି ମୁଦ୍ରାରେ ଅଟଳ ବିହାରୀ ବାଜପେୟୀଙ୍କ ଚିତ୍ର ସହିତ ତାଙ୍କ ନାମ ମଧ୍ୟ ଲେଖାଯିବ। ଏହି ମୁଦ୍ରାର ଓଜନ ୩୫ ଗ୍ରାମ ହେବ । ସରକାର ଏହି ମୁଦ୍ରାକୁ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନ ଅବସରରେ ବାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଏନେଇ ସରକାରଙ୍କ ତରଫରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଏହି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଯେ, ମୁଦ୍ରାର ଗୋଟିଏ ପାର୍ଶ୍ଵରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଫଟୋ ରହିବ ଏବଂ ତାଙ୍କ ନାମ ଇଂରାଜୀ ଓ  ଦେବନାଗରୀ ଭାଷାରେ ଲେଖାଯିବ । ଏହାସହିତ ମୁଦ୍ରାରେ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମତିଥି ୧୯୨୮ ଏବଂ ମୃତ୍ୟୁବର୍ଷ ୨୦୧୮ ମଧ୍ୟ ଲିଖିତ ହେବ।

ଜାରି କରାଯାଇଥିବା ବିଜ୍ଞପ୍ତି ମୁତାବକ ମୁଦ୍ରାର ଅନ୍ୟ ପାର୍ଶ୍ଵରେ ଅଶୋକ ସ୍ତମ୍ଭ ଏବଂ ଦେବନାଗରୀ ଲିପିରେ ସତ୍ୟମେବ ଜୟତେ ମଧ୍ୟ ଲେଖାଥିବାର ଦେଖାଯିବ । ଏହାସହ ମୁଦ୍ରାର ଏକ ପାଖରେ ଦେବନାଗରୀ ଲିପିରେ ‘ଭାରତ’ ଏବଂ ଅନ୍ୟପଟେ ଇଂରାଜୀରେ ‘ଇଣ୍ଡିଆ’ ଲେଖାଯିବ । ମୁଦ୍ରାରେ ଥିବା ଅଶୋକ ସ୍ତମ୍ଭର ନିମ୍ନରେ ଟଙ୍କାର ସଂକେତ ଏବଂ ‘୧୦୦ ଟଙ୍କା’ ଲେଖାଯିବ ।

ଚଳିତ ବର୍ଷ ଅଗଷ୍ଟ ମାସ 16 ତାରିଖରେ ଅଟଳ ବିହାରୀ ବାଜପେୟୀ 93ବର୍ଷ ବୟସରେ ମୃତ୍ୟୁ ବରଣ କରିଥିଲେ। ସେ 1996 ମସିହାରେ 13ଦିନ ପାଇଁ, 1998 ମସିହାରେ 13ମାସ ପାଇଁ ଓ 1999ରୁ 2004 ମସିହା ପର୍ଯ୍ୟନ୍ତ ଭାରତର ପ୍ରଧାନମନ୍ତ୍ରୀ ଥିଲେ।

ତାଙ୍କ ସ୍ମୃତିରେ ବିଭିନ୍ନ ସ୍ଥାନର ନାମକୁ ମଧ୍ୟ ପରିବର୍ତ୍ତନ କରାଯାଇଛି। ବାଜପେୟୀଙ୍କ ନାମରେ ହିମାଳୟର ୪ ଟି ଶୃଙ୍ଗର ନାମ ରଖାଯାଇଛି। ଛତିଶଗଡରେ ନୂଆ ରାୟପୁରର ନାମ ମଧ୍ୟ ବାଜପେୟୀଙ୍କ ନାମରେ ରଖାଯାଇଛି। ସେହିପରି ଉତ୍ତରାଖଣ୍ଡର ସରକାର ଡେରାଡୁନ ଏୟାରପୋର୍ଟର ନାମକୁ ବାଜପେୟୀଙ୍କ ନାମରେ ରଖିବା ପାଇଁ ସ୍ଥିର କରିଛନ୍ତି ଓ ଲକ୍ଷ୍ନୌର ପ୍ରସିଦ୍ଧ ହଜରତଗଞ୍ଜ ଚୋରାହାର ନାମ ବଦଳାଇ ଅଟଳଚୌକ ରଖାଯାଇଛି।

ତେବେ ଗତ ମାସରେ ମଧ୍ୟ ସରକାରଙ୍କ ତରଫରୁ ଘୋଷଣା କରଯାଇଥିଲା ଯେ, ନେତାଜୀ ସୁବାଷଚନ୍ଦ୍ର ବୋଷଙ୍କ 75ତମ ବାର୍ଷିକୀ ଅବସରରେ 75ଟଙ୍କାର ମୁଦ୍ରା ବାହାର କରାଯିବ।

#atalbiharivajpayee #100rupeecoin

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon