• padmabati kund

ଜିନ୍ସକୁ ନୂଆ ପରି ରଖିବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଟିପ୍ସ


(ବେତାର ବ୍ୟୁରୋ) ଜିନ୍ସ ବର୍ତ୍ତମାନ ସମୟରେ ସମସ୍ତଙ୍କର ପ୍ରିୟ କପଡା ଅଟେ। ପ୍ରାୟ ଅଧିକାଂଶ ଲୋକ ଏହାକୁ ବ୍ୟବହାର କରୁଛନ୍ତି। ଦିନଯାକ ଏହି କପଡା ପିନ୍ଧିକି ରହିବା ପାଇଁ ସମସ୍ତେ ପସନ୍ଦ କରୁଛନ୍ତି। ଜିନ୍ସ ପିନ୍ଧିବା ଦ୍ଵାରା ଆପଣଙ୍କୁ  ଏକ ଷ୍ଟାଇଲିସ ଲୁକ ମିଳିଥାଏ ଓ ଏହା ଆପଣଙ୍କ ବ୍ୟକ୍ତିତ୍ଵକୁ ଆହୁରି ଭଲ ଦେଖାଇଥାଏ। କିନ୍ତୁ ଜିନ୍ସ ଯଦି ଅପରିଷ୍କାର ହୋଇଥାଏ ଓ ଏଥିରୁ ଦୁର୍ଗନ୍ଧ ବାହାରୁଥାଏ ତେବେ ଏହା ବହୁତ ଖରାପ ଦେଖାଯାଇଥାଏ। ରଙ୍ଗ ଫିକା ପଡିଥିବା ଜିନ୍ସ ବର୍ତ୍ତମାନ ଫ୍ୟାଶନରେ ରହିଛି କିନ୍ତୁ ଭୁଲ ଜାଗାରେ ଯଦି ଜିନ୍ସର ରଙ୍ଗ ଫିକା ପଡିଥାଏ ବା ଅପରିଷ୍କାର ହୋଇଥାଏ ତେବେ ଏହା ଭଲ ଦେଖାଯାଇନଥାଏ।

ଯଦି ଆପଣଙ୍କୁ ଜିନ୍ସ କପଡା ବହୁତ ପସନ୍ଦ ଲାଗୁଥାଏ ଓ ନିଜେ ପିନ୍ଧୁଥିବା ଜିନ୍ସକୁ ସବୁବେଳେ  ନୂଆ ପରି ରଖିବାକୁ ଚାହୁଁଛନ୍ତି ତେବେ ଆପଣାନ୍ତୁ କିଛି ସହଜ ଟିପ୍ସ।

୧.ହାତରେ ସଫା କରନ୍ତୁ: ଜିନ୍ସ କପଡାକୁ ସବୁବେଳେ ହାତରେ ସଫା କରିବା ଉଚିତ। ହାତରେ ସଫା କରିବା ଦ୍ଵାରା ଏହାର କପଡା ଖରାପ ହୋଇନଥାଏ। ଜିନ୍ସ କପଡା ଦେଖିବାକୁ ଯେତିକି ରଫ ଲାଗିଥାଏ ଏହା ସେତିକି ରଫ ହୋଇନଥାଏ। ଏହାର ସଠିକ ଭାବରେ ଯତ୍ନ ରଖିବାକୁ ପଡିବ। ଏକ ବାଲ୍ଟିରେ ପାଣି ନେଇ ସେଥିରେ ଡିଟରଜେଣ୍ଟ ମିଶାନ୍ତୁ। ଏଥିରେ କପଡାକୁ ବତୁରାଇ ଦିଅନ୍ତୁ। ଏହାପରେ ହାତରେ ସଫା କରି ଶୁଖାନ୍ତୁ। ଏପରି କରିବା ଦ୍ଵାରା ଜିନ୍ସ ନୂଆ ପରି ଲାଗିଥାଏ।

୨.ଜିନ୍ସକୁ ଫ୍ରିଜରରେ ରଖନ୍ତୁ: ଜିନ୍ସ କପଡାକୁ ନୂଆ କରି ରଖିବା ପାଇଁ ଓ ଏଥିରୁ ଦୁର୍ଗନ୍ଧ ଦୂର କରିବା ପାଇଁ ଆପଣ ଏହାକୁ ଫ୍ରିଜରରେ ମଧ୍ୟ ରଖିପାରିବେ। ଫ୍ରିଜରରେ ରଖିବା ଦ୍ଵାରା ଜିନ୍ସରେ ଥିବା ବ୍ୟକ୍ଟେରିଆ ଓ ହାନିକାରକ ପଦାର୍ଥ ନଷ୍ଟ ହୋଇଯାଇଥାଏ। ଏଥିପାଇଁ ଏକ ପ୍ଲାଷ୍ଟିକ ବ୍ୟାଗରେ ଜିନ୍ସକୁ ରଖି ଏହାକୁ ଭଲ ଭାବରେ ସିଲ କରିଦିଅନ୍ତୁ। ଏହାପରେ ଫ୍ରିଜରରେ ରଖନ୍ତୁ। ଫ୍ରିଜରରେ ରଖିବା ଦ୍ଵାରା ଏଥିରୁ ବାହାରୁଥିବା ଦୁର୍ଗନ୍ଧ ଦୂର ହୋଇଥାଏ।

୩.ଜିନ୍ସରେ ଥିବା ଟ୍ୟାଗକୁ ପଢନ୍ତୁ: ଜିନ୍ସ କିଣିବା ସମୟରେ ସେଥିରେ ଲାଗିଥିବା ଟ୍ୟାଗ ବହୁତ ଗୁରୁତ୍ୱପୂର୍ଣ୍ଣ ଜିନିଷ ଅଟେ। ଜିନ୍ସରେ କେଉଁ କପଡାର ବ୍ୟବହାର କରାଯାଇଛି ଓ ଏହାକୁ କିପରି ଭାବରେ ଧୋଇବେ ଏହା ଟ୍ୟାଗରେ ଉଲ୍ଲେଖ ରହିଥାଏ। ତେଣୁ ଜିନ୍ସକୁ ନୂଆ ପରି ରଖିବା ପାଇଁ ଏଥିରେ ଲାଗିଥିବା ଟ୍ୟାଗକୁ ଭଲ ଭାବରେ ଚେକ କରନ୍ତୁ।

୪.ଡ୍ରାଇ କ୍ଳିନ କରନ୍ତୁ: ଜିନ୍ସ କପଡାକୁ ସବୁବେଳେ ଡ୍ରାଇ କ୍ଳିନ କରିବା ଆବଶ୍ୟକ। ଡ୍ରାଇ କ୍ଳିନ କରିବା ଦ୍ଵାରା ଏଥିରେ ଲାଗିଥିବା ଧୁଳି,କୀଟାଣୁ ଓ ଦାଗ ସହଜରେ ଛାଡି ଯାଇଥାଏ। ଡ୍ରାଇ କ୍ଳିନ କରିବା ପାଇଁ ଅଧିକ ଖର୍ଚ୍ଚ ହୋଇଥାଏ କିନ୍ତୁ ପ୍ରତି ମାସରେ ଥରେ ଏହାକୁ କରିବା ଜରୁରୀ। ଏହାଦ୍ଵାରା ଜିନ୍ସ ନୂଆ ପରି ରହିଥାଏ।

୫.ଖରାରେ ଶୁଖାନ୍ତୁ ନାହିଁ: ଜିନ୍ସ କପଡାକୁ କେବେବି ଖରାରେ ଶୁଖାନ୍ତୁ ନାହିଁ। ଖରାରେ ଶୁଖାଇବା ଦ୍ଵାରା କପଡା ଉପରେ ପ୍ରଭାବ ପଡିଥାଏ। ଏହାକୁ ସଫା କରିବା ପରେ ପବନ ହେଉଥିବା ସ୍ଥାନରେ ଶୁଖାନ୍ତୁ ଓ ସିଧା ଖରାରେ ଶୁଖାନ୍ତୁ ନାହିଁ। ଏମିତି ଜିନ୍ସ ଶୁଖିବା ପାଇଁ ଅଧିକ ସମୟ ଲାଗିଥାଏ କିନ୍ତୁ ଏହା କପଡାକୁ ନୂଆ ପରି ରଖିବାରେ ସାହାଯ୍ୟ କରିଥାଏ।

#fashion #jeans

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon