• padmabati kund

ଦେଖନ୍ତୁ : ଅମ୍ବାନୀଙ୍କ ଝିଅ ବାହାଘରରେ ଖାଦ୍ୟ ପରଷିଲେ ଅମିତାଭ,ଅମିର


(ବେତାର ବ୍ୟୁରୋ) ଭାରତର ସବୁଠାରୁ ଧନୀ ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ଏକମାତ୍ର ଝିଅ ଇଶା ଅମ୍ବାନୀଙ୍କର ଗତ ଡିସେମ୍ବର 12 ତାରିଖ ବୁଧବାର ଦିନ ବିବାହ ସମ୍ପନ୍ନ ହୋଇଯାଇଛି। ଇଶା ଅମ୍ବାନୀ ଅଜୟ ପିରାମଲଙ୍କ ପୁଅ ଆନନ୍ଦ ପିରାମଲଙ୍କ ସହିତ ବିବାହ କରିଛନ୍ତି। ଇଶା ଓ ଆନନ୍ଦଙ୍କ ବିବାହ ମୁମ୍ବାଇ ସ୍ଥିତ ଅମ୍ବାନୀ ହାଉସ ‘ଏଣ୍ଟିଲିୟା’ରେ ଅନୁଷ୍ଠିତ ହୋଇଥିଲା। ଏହାପରେ ଡିସେମ୍ବର ୧୪ ତାରିଖରେ ମୁମ୍ବାଇରେ ଥିବା ‘ଜିଓ ଗାର୍ଡେନ’ରେ ଏହି ବିବାହର ଗ୍ରାଣ୍ଡ ରିସେପ୍ସନ ମଧ୍ୟ ଅନୁଷ୍ଠିତ ହୋଇଯାଇଛି।

ଏହି ରିସେପ୍ସନରେ ବଲିଉଡର ଅନେକ ସେଲିବ୍ରିଟି ସମେତ ଅନେକ ବଡ ଉଦ୍ୟୋଗୀମାନେ ମଧ୍ୟ ଉପସ୍ଥିତ ହୋଇଥିଲେ। ତେବେ ରିସେପ୍ସନର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ଓ ଦର୍ଶକମାନେ ଏହାକୁ ମଧ୍ୟ ଖୁବ ପସନ୍ଦ କରୁଛନ୍ତି। ଏହି ଭିଡିଓ ମଧ୍ୟରେ ଏପରି ଏକ ଭିଡିଓ ଦେଖିବାକୁ ମିଳିଛି ଯେଉଁଥିରେ ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନ ଓ ଅମିର ଖାନ ଅତିଥିଙ୍କୁ ଖାଦ୍ୟ ପରଷୁଛନ୍ତି। ଏହି ଭିଡିଓଟି ଖୁବ ଭାଇରାଲ ହେବାରେ ଲାଗିଛି।

ପରଷିବା ଏକ ପରମ୍ପରା

ଇଶା ଅମ୍ବାନୀଙ୍କ ବିବାହର ସମସ୍ତ ଉତ୍ସବର ବଲିଉଡର ବହୁ ବଡ ବଡ କଳାକାରମାନେ ଉପସ୍ଥିତ ରହିଥିଲେ। ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନ ଓ ଅମିର ଖାନ ମଧ୍ୟ ନିଜ ପରିବାର ସହିତ ଏଠାରେ ଉପସ୍ଥିତ ହୋଇଥିଲେ। ଅମିତାଭ ବଚ୍ଚନ ଓ ଅମିର ଖାନ ମୁକେଶ ଅମ୍ବାନୀଙ୍କ ଅନ୍ତରଙ୍ଗ ବନ୍ଧୁ ଅଟନ୍ତି। ଅମ୍ବାନୀଙ୍କ ଘରେ ପୂର୍ବରୁ ଏକ ରୀତି ରହିଛି ଯେ, ବରପକ୍ଷର ଲୋକଙ୍କୁ କନ୍ୟାପକ୍ଷର ଲୋକମାନେ ନିଜ ହାତରେ ଖାଦ୍ୟ ପରଷିବେ।

ଏଥିପାଇଁ ଉଭୟ ଅମିର ଖାନ ଓ ଅମିତାଭ ବଚ୍ଚନ କନ୍ୟାପକ୍ଷର ସଦସ୍ୟ ହୋଇ ଅତିଥିଙ୍କୁ ସ୍ଵାଗତ କରୁଥିବାର ଦେଖିବାକୁ ମିଳିଥିଲା ଓ ଅତିଥିଙ୍କୁ ତାଙ୍କ ପସନ୍ଦର ଖାଦ୍ୟ ପରଷୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା। ଏହାବ୍ୟତୀତ ଐଶ୍ଵର୍ଯ୍ୟା ରାୟ ବଚ୍ଚନ, ତାଙ୍କ ଝିଅ ଆରାଧ୍ୟା ଓ ମୁକେଶ ଅମ୍ବାନୀଙ୍କ ହେବାକୁ ଯାଉଥିବା ବୋହୁ ଶ୍ଳୋକା ମେହେତା ମଧ୍ୟ ଅତିଥିଙ୍କୁ ଖାଦ୍ୟ ପରଷୁଥିଲେ। ଏହାପୂର୍ବରୁ ଇଶାଙ୍କ କନ୍ୟାଦାନ ହେବା ସମୟରେ ଅମିତାଭ ବଚ୍ଚନ ସେଠାରେ ଉପସ୍ଥିତ ଥିବା ସମସ୍ତ ଅତିଥିଙ୍କୁ କନ୍ୟାଦନର ମହତ୍ତ୍ଵ ମଧ୍ୟ ଶୁଣାଇଥିଲେ।

ତେବେ ଏହି ଗ୍ରାଣ୍ଡ ରିସେପ୍ସନରେ ବଲିଉଡ ଜଗତର ସମସ୍ତ କଳାକାର ସମେତ ବଡ ବଡ ଉଦ୍ୟୋଗପତି ମାନେ ମଧ୍ୟ ଉପସ୍ଥିତ ରହିଥିଲେ। ଏହି ରିସେପ୍ସନରେ ଜମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତୀ,ମାନବ ସଂସାଧନ ମନ୍ତ୍ରୀ ପ୍ରକାଶ ଜାବଡ଼େକର, ଓକିଲ ରାମ ଜେଠମଲାନି, କିରଣ ବେଦୀ ସମେତ ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଉପସ୍ଥିତ ଥିଲେ।  

#ishaambaneewedding #amitabhbacchan #amirkhan

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon