• ବେତାର ବ୍ୟୁରୋ

ଧନୁ ରାଶିରେ ସୂର୍ଯ୍ୟଙ୍କ ପ୍ରବେଶ : କଣ ରହିବ ରାଶି ଉପରେ ପ୍ରଭାବ


(ବି ଦ୍ର : ଗ୍ରହ ଚଳନର ଫଳାଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଲଗ୍ନ ରାଶି ତଥା ଦଶା ଫଳ ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ)

(ବେତାର ବ୍ୟୁରୋ) ବେଦରେ ସୂର୍ଯ୍ୟଙ୍କୁ ଜଗତର ଆତ୍ମା ବୋଲି କୁହାଯାଇଥାଏ। ସୂର୍ଯ୍ୟଦେବ ସମସ୍ତ ଗ୍ରହଙ୍କର ଆତ୍ମା ଅଟନ୍ତି। ସୂର୍ଯ୍ୟଗ୍ରହ ଡିସେମ୍ବର ୧୬ତାରିଖ ୨୦୧୮ ରବିବାର ସକାଳ ୯.୨୫ଘଣ୍ଟାରେ ଧନୁରାଶିରେ ଗୋଚର କରିସାରିଛନ୍ତି।

ଧନୁ ହେଉଛି ବୃହସ୍ପତିଙ୍କ ରାଶି ଓ ଏକ ଅଗ୍ନି ରାଶି ଭାବେ ଜଣାଯାଏ। ଅଗ୍ନି ରାଶିରେ ସୂର୍ଯ୍ୟର ପ୍ରବେଶ ଏକ ଗୁରୁତ୍ବପୂର୍ଣ୍ଣ ଘଟଣା। ଏଥିପାଇଁ ଏହି ଗ୍ରହଚଳନ ସମୟରେ ସମସ୍ତ ରାଶି ଉପରେ କଣ କଣ ପ୍ରଭାବ ପଡିବ ଜାଣିରଖନ୍ତୁ।

ମେଷ: ଏହି ସମୟରେ ଉଚ୍ଚ ଶିକ୍ଷା ପାଇଁ କୌଣସି ଯୋଜନା ପ୍ରସ୍ତୁତ କରିବେ। ପ୍ରେମ ସମ୍ପର୍କରେ ମଧୁରତା ଭରିଯିବ। ପରୋପକାରୀ କାର୍ଯ୍ୟରେ ବ୍ୟସ୍ତ ରହିବେ। ସୂର୍ଯ୍ୟଙ୍କ ଶୁଭ ପ୍ରଭାବରେ ଆପଣଙ୍କ ପିତାଙ୍କର ମାନ ସମ୍ମାନ ବୃଦ୍ଧି ପାଇବ। ପୂର୍ବରୁ କରିଥିବା ଭଲ କାର୍ଯ୍ୟର ସୁଫଳ ପାଇବେ।

ବୃଷ: ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ମନ ବଳାଇବେ। କୌଣସି ବିବାଦରେ ଫସି ପାରନ୍ତି, ଏଥିପାଇଁ ସାବଧାନ ରୁହନ୍ତୁ। ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ଯାନବାହାନ ଚଳାଚଳରେ ସାବଧାନତା ଅବଲମ୍ବନ କରନ୍ତୁ। ପରିବାର ମଧ୍ୟରେ ଝଗଡା ହୋଇପାରେ।

ମିଥୁନ: ଜୀବନସାଥୀଙ୍କ ସହିତ ମତଭେଦ ହୋଇପାରେ। ଅଯଥାରେ କୌଣସି ବିବାଦରେ ପଶନ୍ତୁ ନାହିଁ। ସୂର୍ଯ୍ୟଙ୍କ ପ୍ରଭାବରେ ଆପଣ ଅଧିକ କ୍ରୋଧୀ ହେବେ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ ଓ ନିୟମିତ ଦିନଚର୍ଯ୍ୟା ପ୍ରସ୍ତୁତ କରନ୍ତୁ।

କର୍କଟ: ଏହି ସମୟରେ ସମାଜରେ ଆପଣଙ୍କ ପ୍ରତିଷ୍ଠା ବୃଦ୍ଧି ପାଇବ। ଶତ୍ରୁଙ୍କୁ ଜୟ କରିବେ। ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ। କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଏହି ସମୟରେ ଧନହାନୀ ହୋଇପାରେ। ପରିବାର ମଧ୍ୟରେ ଅଶାନ୍ତି ଦେଖାଦେଇପାରେ।

ସିଂହ: ଏହି ସମୟରେ ଆପଣଙ୍କର ଆୟରେ ବୃଦ୍ଧି ହେବ। ସନ୍ତାନଙ୍କ ଖାଦ୍ୟପେୟ ଓ ସ୍ଵଚ୍ଛତା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ। ଧାର୍ମିକ କାର୍ଯ୍ୟ ପ୍ରତି ମନ ବଳାଇବେ। ପ୍ରେମ ସମ୍ପର୍କରେ କିଛିଟା ସମସ୍ୟା ଦେଖାଦେଇପାରେ।

କନ୍ୟା: ଆର୍ଥିକ ସ୍ଥିତି ସ୍ଵଚ୍ଛଳ ରହିବ। ଦୁରସ୍ଥାନକୁ ଯାତ୍ରା କରିବା ପାଇଁ ଯୋଜନା କରିବେ। ଜୀବନସାଥୀଙ୍କୁ ସଫଳତା ମିଳିବ। ବ୍ୟକ୍ତିଗତ ଜୀବନରେ ଅଶାନ୍ତି ଦେଖାଦେବ। କର୍ମକ୍ଷେତ୍ର ଓ ପରିବାର ମଧ୍ୟରେ ଉତ୍ତମ ସନ୍ତୁଳନ ରକ୍ଷା କରନ୍ତୁ।

ତୁଳା: ଏହି ଗୋଚର ଆପଣଙ୍କ ଉପରେ ଭଲ ପ୍ରଭାବ ପକାଇବ। ବନ୍ଧୁବାନ୍ଧବ ଓ  ଭାଇଭଉଣୀଙ୍କର ସହଯୋଗ ପାଇବେ। ନିଜର ଲକ୍ଷ୍ୟ ହାସଲ କରିବା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ। ବ୍ୟବସାୟକୁ ନେଇ ଚିନ୍ତା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ।

ବିଛା: ଆୟ ବୃଦ୍ଧି ପାଇବ। ଚକ୍ଷୁ ସମସ୍ୟା ଦେଖା ଦେଇପାରେ। ପ୍ରିୟଜନଙ୍କ ଠାରୁ ଆବଶ୍ୟକ ଠାରୁ ଅଧିକ ଆଶା ରଖିଲେ ନିରାଶ ହୋଇପାରନ୍ତି। ପରିବାର ସଦସ୍ୟଙ୍କ ମଧ୍ୟରେ ବିବାଦ ଦେଖାଦେଇପାରେ। ଏଥିପାଇଁ ମାନସିକ ଦୁଃଶ୍ଚିନ୍ତା ବଢିବ। କର୍ମକ୍ଷେତ୍ରରେ ଆଶାନୁଯାୟୀ ସଫଳତା ପାଇବେ।

ଧନୁ: ଆଶା ନକରିଥିବା ଦିଗରୁ ସଫଳତା ପାଇବେ। ଏହି ସମୟରେ ଆପଣଙ୍କ ମଧ୍ୟରେ ଅହଂକାର ବୃଦ୍ଧି ପାଇବ। ଯାହା ଆପଣଙ୍କ ପାଇଁ ପରବର୍ତ୍ତୀ ସମୟରେ ସମସ୍ୟା ସୃଷ୍ଟି କରିପାରେ। ଏଥିପାଇଁ ଆପଣଙ୍କ ବୈବାହିକ ଜୀବନ ପ୍ରଭାବିତ ହେବ। ସ୍ୱାସ୍ଥ୍ୟପ୍ରତି ସଚେତନ ରୁହନ୍ତୁ।

ମକର: ଏହି ସମୟରେ ଆପଣଙ୍କର ଖର୍ଚ୍ଚ ବଢିବ। ଧନହାନୀ ମଧ୍ୟ ହୋଇପାରେ। ଏହି ସମୟ ଆପଣଙ୍କ ପ୍ରେମ ସମ୍ପର୍କ ପାଇଁ ଭଲ ନୁହେଁ। ନିଜ ଅନିଚ୍ଛା ସତ୍ତ୍ୱେ ବିଦେଶ ଯାତ୍ରା କରିପାରନ୍ତି। ଏଥିପାଇଁ ଆପଣ ଚିନ୍ତିତ ରହିବେ।

କୁମ୍ଭ: ବର୍ଷ ବର୍ଷ ଧରି ଅପେକ୍ଷା କରିଥିବା କାର୍ଯ୍ୟରେ ସଫଳତା ପାଇବେ। କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ପାଇବେ। ଆର୍ଥିକ ଲାଭ ମିଳିବ ଓ କାର୍ଯ୍ୟ ପୂରଣ ହେବା କାରଣରୁ ମନ ପ୍ରସନ୍ନ ରହିବ।

ମୀନ: ନୂତନ ଚାକିରୀ ଖୋଜୁଥିଲେ ଆପଣ ସଫଳତା ପାଇବେ। ଚାକିରୀରେ ପଦୋନ୍ନତି ହୋଇପାରେ। ପରିବାର ମଧ୍ୟରେ ସାମାନ୍ୟ ଝଗଡା ହୋଇପାରେ। ଜୀବନସାଥୀଙ୍କ ସହ ଝଗଡା ହୋଇପାରେ। ଏହି ସମୟରେ କଠିନ ପରିଶ୍ରମର ସୁଫଳ ପାଇବେ।

#astrology #suntransit #sagittarius

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon