• padmabati kund

ପର୍ଥ ଟେଷ୍ଟରେ ବିରାଟ କୋହଲିଙ୍କ ଶତକ ଭାଙ୍ଗିଲା ଏହିସବୁ ରେକର୍ଡ


(ବେତାର ବ୍ୟୁରୋ) ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚାରିଟିକିଆ ଟେଷ୍ଟ ସିରିଜର ଦ୍ଵିତୀୟ ଟେଷ୍ଟ ମ୍ୟାଚ ପର୍ଥରେ ଖେଳାଯାଉଛି। ଦ୍ଵିତୀୟ ଟେଷ୍ଟର ତୃତୀୟ ଦିନ(16 ଡିସେମ୍ବର, ଶନିବାର)ରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଭଲ ବ୍ୟାଟିଙ୍ଗ କରି 123ରନ ସଂଗ୍ରହ କରିଥିଲେ। ବିରାଟ କୋହଲି ଯେତେବେଳେ ବି ଅଧିକ ରନ ସଂଗ୍ରହ କରିଥାନ୍ତି ସେତେବେଳେ କୌଣସି ନା କୌଣସି ବିଶ୍ଵରେକର୍ଡ ସୃଷ୍ଟି କରିଥାଆନ୍ତି ଅଥବା କୌଣସି ଖେଳାଳୀଙ୍କ ରେକର୍ଡ ଭାଙ୍ଗିଥାଆନ୍ତି।

ଦ୍ଵିତୀୟ ଟେଷ୍ଟରେ ଏହି ଶତକ ସହିତ ସେ ଅନେକ ବିଶ୍ଵରେକର୍ଡ କରିଛନ୍ତି ଓ ଅନେକ ବଡ ବଡ ଖେଳାଳୀଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି। ତେବେ ଜାଣନ୍ତୁ ସେହି ରେକର୍ଡ ଗୁଡିକ କଣ କଣ।

. ବିରାଟ କୋହଲିଙ୍କ ଟେଷ୍ଟ କ୍ୟାରିୟରର ଏହା ହେଉଛି ୨୫ତମ ଶତକ। ଏହାସହିତ ସେ ସବୁଠାରୁ ଅଧିକ ଶତକ ହାସଲ କରିଥିବା ତିନିଜଣ ଖେଳାଳୀ ଯଥା ବିବିୟନ ରିଚାର୍ଡ୍ସ, ଗ୍ରେଗ ଚୈପେଲ ଓ ମହମ୍ମଦ ଯୁଶୁଫଙ୍କୁ ପଛରେ ପକାଇ ଦେଇଛନ୍ତି। ଟେଷ୍ଟ କ୍ରିକେଟରେ ସବୁଠାରୁ ଅଧିକ ଶତକ ସଚିନ ତେନ୍ଦୁଲକରଙ୍କ ନାମରେ ରହିଛି। ସଚିନ ମୋଟ ୫୧ଟି ଶତକ ମାରିଛନ୍ତି।

. ବିରାଟ କୋହଲି ୨୦୧୮ରେ ୨୬୦୦ରୁ ଅଧିକ ରନ ସଂଗ୍ରହ କରିସାରିଲେଣି। ସେ ୨୦୧୭ ମସିହାରେ ମଧ୍ୟ ୨୮୧୮ରନ ସଂଗ୍ରହ କରିଥିଲେ। ସେ ବିଶ୍ଵରେ ପ୍ରଥମ ଖେଳାଳୀ ଅଟନ୍ତି ଯିଏକି, ଲଗାତର ଦୁଇବର୍ଷ ଅନ୍ତର୍ଜାତିକ କ୍ରିକେଟରେ ୨୬୦୦ରୁ ଅଧିକ ରନ ସଂଗ୍ରହ କରିଛନ୍ତି।

.ୱାନଡେ କ୍ରିକେଟ ଓ ଟେଷ୍ଟ କ୍ରିକେଟକୁ ମିଶାଇ ବିରାଟ ମୋଟ ୬୩ଟି ଶତକ ମାରିସାରିଲେଣି। ସର୍ବାଧିକ ଆନ୍ତର୍ଜାତିକ ଶତକ ତାଲିକାରେ ଜ୍ୟାକ କାଲିସ(୬୨ଶତକ)ଙ୍କୁ  ପଛରେ ପକାଇଦେଇଛନ୍ତି। ଏହି ତାଲିକାରେ ପ୍ରଥମ ସ୍ଥାନରେ ସଚିନ ତେନ୍ଦୁଲକର(୧୦୦ଶତକ) ଓ ଦ୍ଵିତୀୟ ସ୍ଥାନରେ ରିକି ପଣ୍ଟିଙ୍ଗ(୭୧ଶତକ) ରହିଛନ୍ତି।

.ବିରାଟ କୋହଲି ନିଜର ୧୨୭ତମ ଟେଷ୍ଟ ଇନିଙ୍ଗ୍ସରେ ୨୫ତମ ଶତକ ହାସଲ କରିଛନ୍ତି। ଏହାସହିତ ସବୁଠାରୁ କମ ଇନିଙ୍ଗ୍ସରେ ୨୫ତମ ଶତକ ଲଗାଇବାରେ ସଚିନ ତେନ୍ଦୁଲକର(୧୩୦ତମ ଇନିଙ୍ଗ୍ସ) ଓ ସୁନୀଲ ଗାଭାସ୍କର(୧୩୮ତମ ଇନିଙ୍ଗ୍ସ)ଙ୍କୁ  ପଛରେ ପକାଇଦେଇଛନ୍ତି।

.ବିରାଟ କୋହଲି ଅଷ୍ଟ୍ରେଲିଆ ବିରୁଦ୍ଧରେ ଅଷ୍ଟ୍ରେଲିଆରେ ମାତ୍ର ୧୯ତମ ଇନିଙ୍ଗ୍ସରେ ଛଅଟି ଶତକ ହାସଲ କରିଛନ୍ତି। ଏହି ମାମଲାରେ ସେ ସଚିନ ତେନ୍ଦୁଲକର ଓ ହର୍ବଟ ସଟକ୍ଲିଫଙ୍କୁ ପଛରେ ପକାଇଦେଇଛନ୍ତି। ସଚିନ ତେନ୍ଦୁଲକର ଅଷ୍ଟ୍ରେଲିଆରେ ଅଷ୍ଟ୍ରେଲିଆ ବିରୁଦ୍ଧରେ ୩୮ଇନିଙ୍ଗ୍ସରେ ଛଅଟି ଶତକ ହାସଲ କରିଥିଲେ।

.ଜଣେ ଅଧିନାୟକ ଭାବରେ ବିରାଟ କୋହଲି ୩୪ଟି ଆନ୍ତର୍ଜାତୀୟ ଶତକ ହାସଲ କରିଛନ୍ତି। ଏହି ତାଲିକାରେ ସେ ଗ୍ରୀମ ସ୍ମିଥ(୩୩ଶତକ)ଙ୍କୁ ପଛରେ ପାକିଦେଇଛନ୍ତି। ଅଧିନାୟକ ଭାବରେ ରିକି ପଣ୍ଟିଙ୍ଗ ୪୧ଟି ଶତକ ହାସଲ କରି ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି।

.ଦଳର ଅଧିନାୟକ ଭାବରେ ବିଦେଶରେ ଏକ  ବର୍ଷ ମଧ୍ୟରେ ସବୁଠାରୁ ଅଧିକ ରନ ସଂଗ୍ରହ କରିବାରେ ବିରାଟ କୋହଲି ଅଷ୍ଟ୍ରେଲିଆର ବବ ସିମ୍ପସନ(୧୦୧୮ରନ)ଙ୍କୁ ପଛରେ ପକାଇଦେଇଛନ୍ତି। ଚଳିତ ବର୍ଷ ବିଦେଶରେ ବିରାଟ କୋହଲି ଅଧିନାୟକ ଭାବରେ ୧୦୨୯ରନ ସଂଗ୍ରହ କରିଛନ୍ତି।

. ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏହି ଦ୍ଵିତୀୟ ଟେଷ୍ଟମ୍ୟାଚ ପର୍ଥରେ ଖେଳଯାଉଛି। ଏହି ଗ୍ରାଉଣ୍ଡରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯାଉଛି ଓ ବିରାଟ କୋହଲି ପର୍ଥରେ ଶତକ ମାରିବାରେ ପ୍ରଥମ ଖେଳାଳୀ ହୋଇପାରିଛନ୍ତି।

#cricket #viratkohli

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon