- padmabati kund
ରୋଷେଇ ଘରୁ ଦୁର୍ଗନ୍ଧ ଦୂରକରିବା ପାଇଁ ଅପଣାନ୍ତୁ 5 ଟିପ୍ସ

(ବେତାର ବ୍ୟୁରୋ) ରୋଷେଇ କରିବା ସମୟରେ ଖାଦ୍ୟର ସ୍ଵାଦ ବଢାଇବା ପାଇଁ ଆମେ ଅନେକ ପ୍ରକାରର ମସଲା ବ୍ୟବହାର କରିଥାଉ। ଏହି ମସଲାର ବାସ୍ନାରେ ସଂପୂର୍ଣ୍ଣ ରୋଷେଇ ଘର ମହକି ଯାଇଥାଏ। କିଛି ସମୟ ସମୟ ପର୍ଯ୍ୟନ୍ତ ଏହି ବାସ୍ନା ଶୁଙ୍ଘିବାକୁ ଭଲ ଲାଗିଥାଏ କିନ୍ତୁ କିଛି ସମୟ ପରେ ଏହା ଦୁର୍ଗନ୍ଧରେ ପରିଣତ ହୋଇଯାଇଥାଏ। ଏହି ସମସ୍ୟାକୁ ନେଇ ଘରର ମହିଳାମାନେ ସବୁବେଳେ ଚିନ୍ତିତ ରହିଥାଆନ୍ତି। ବେଳେବେଳେ ହଠାତ ରୋଷେଇ ଘରେ ପ୍ରବେଶ କରିବା ପରେ ଏହି ଦୁର୍ଗନ୍ଧ ହୋଇଥାଏ ଓ ଆପଣ ରୋଷେଇ ଘରେ ପଶିପାରିନଥାନ୍ତି।
ତେବେ ବଜାରରେ ଏହି ଦୁର୍ଗନ୍ଧ ଦୂର କରିବା ପାଇଁ ଅନେକ ପ୍ରକାରର ପ୍ରଡ଼କ୍ଟ ମିଳୁଛି। ଏହାବ୍ୟତୀତ ଆପଣ କିଛିଟା ସହଜ ଟିପ୍ସ ଆପଣେଇ ଏହି ଦୁର୍ଗନ୍ଧକୁ ଦୂର କରିପାରିବେ। ଖାଦ୍ୟ ପ୍ରସ୍ତୁତ କରିବା ପରେ ଯଦି ରୋଷେଇଘରୁ ବାସ୍ନା ଯାଉନାହିଁ, ତେବେ ଆପଣାନ୍ତୁ ଏହି ଟିପ୍ସ।
୧.କମଳା ଚୋପାର ପାଣି: ରୋଷେଇ ଘରୁ ବାହାରକୁ ଦୁର୍ଗନ୍ଧକୁ ଦୂର କରିବା ପାଇଁ ଆପଣ କମଳା ଚୋପାର ବ୍ୟବହାର କରିପାରିବେ। ଏଥିପାଇଁ ଏକ ପାଣିରେ ଅଳ୍ପ ପାଣି ନିଅନ୍ତୁ ଓ ଏହାକୁ ଗରମ କରନ୍ତୁ। ଏହି ଗରମ ପାଣିରେ କମଳା ଚୋପା ମିଶାନ୍ତୁ। ଦୁଇମିନିଟ ପର୍ଯ୍ୟନ୍ତ ଫୁଟିବା ପରେ ଏଥିରେ ଡାଲଚିନି ପକାନ୍ତୁ। ଯଦି ଆପଣ ଚାହିଁବେ ଗୁଜୁରାତି ମଧ୍ୟ ମିଶେଇ ପାରିବେ। ଏହି ପାଣିରୁ ବାହାରୁଥିବା ବାମ୍ଫ ରୋଷେଇ ଘରୁ ଦୁର୍ଗନ୍ଧ ଦୂର ହୋଇଯିବ।

୨.ବେକିଙ୍ଗ ସୋଡା: ଏହା ପ୍ରତ୍ୟେକଙ୍କ ରୋଷେଇ ଘରେ ମିଳିଥାଏ। ଏହାକୁ ଖାଦ୍ୟପ୍ରସ୍ତୁତିରେ ବ୍ୟବହାର କରିବା ସହିତ ରୋଷେଇ ଘରୁ ଦୁର୍ଗନ୍ଧ ଦୂର କରିବା ପାଇଁ ମଧ୍ୟ ବ୍ୟବହାର କରିପାରିବେ। ଖାଦ୍ୟ ପ୍ରସ୍ତୁତ କରୁଥିବା ପାତ୍ରରେ ବେକିଙ୍ଗ ସୋଡା ପକାଇବା ଦ୍ଵାରା ଏଥିରୁ ବାହାରୁଥିବା ଦୁର୍ଗନ୍ଧ ଦୂର ହୋଇଥାଏ। ଏହାସହିତ ପୋଡା ଗନ୍ଧକୁ ମଧ୍ୟ ଏହା ଦୂର କରିଥାଏ।
୩.ଲେମ୍ବୁପାଣି: ରୋଷେଇ ଘରୁ ବାହାରୁଥିବା ଦୁର୍ଗନ୍ଧ ହେଉ ବା ଫ୍ରିଜରୁ ବାହାରୁଥିବା ଦୁର୍ଗନ୍ଧ ଦୂର କରିବା ପାଇଁ ଲେମ୍ବୁପାଣି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ଏକ ପାତ୍ରରେ ଅଳ୍ପ ପାଣିରେ ଲେମ୍ବୁରସ ମିଶାଇ ରଖନ୍ତୁ। ଅଳ୍ପ ସମୟ ପରେ ରୋଷେଇ ଘରୁ ଦୁର୍ଗନ୍ଧ ଦୂର ହୋଇଯିବ।

୪.ଭିନେଗାର: ରୋଷେଇଘରୁ ବାହାରୁଥିବା ଦୁର୍ଗନ୍ଧ ଦୂର କରିବା ପାଇଁ ଭିନେଗାରର ମଧ୍ୟ ବ୍ୟବହାର କରିପାରିବେ। ଏକ ପାତ୍ରରେ ଭିନେଗାର ନିଅନ୍ତୁ ଓ ଏଥିରେ ଡାଲଚିନି ମିଶାନ୍ତୁ। ଏହାକୁ ରୋଷେଇ ଘରେ ରଖିବା ଦ୍ଵାରା ଦୁର୍ଗନ୍ଧ ଦୂର ହୋଇଯିବ। ରୋଷେଇ ଘର ପୋଛା ଲଗାଇବା ପାଇଁ ମଧ୍ୟ ଆପଣ ଏହାକୁ ବ୍ୟବହାର କରିପାରିବେ।
୫.ଚିନି: ଆମିଷ ଖାଦ୍ୟ ପ୍ରସ୍ତୁତ କରିବା ପରେ ହାତ ସହିତ ରୋଷେଇ ଘରେ ମଧ୍ୟ ଦୁର୍ଗନ୍ଧ ହୋଇଥାଏ। ହାତରୁ ଏହି ଦୁର୍ଗନ୍ଧକୁ ଦୂର କରିବା ପାଇଁ ପ୍ରଥମେ ଅଳ୍ପ ଚିନି ନେଇ ହାତରେ ଘଷନ୍ତୁ ଓ ଏହାପରେ ସାବୁନରେ ଧୁଅନ୍ତୁ। ଏହାବ୍ୟତୀତ ସାବୁନ ପାଣିରେ ଚିନି ମିଶାଇ ରୋଷେଇ ଘରେ ରଖିପାରିବେ, ଏହାଦ୍ଵାରା ଦୁର୍ଗନ୍ଧ ଦୂର ହୋଇଯିବ।