- ବେତାର ବ୍ୟୁରୋ
ସାପ୍ତାହିକ ରାଶିଫଳ : ଜାଣନ୍ତୁ କେଉଁ ରାଶିକୁ ରାଗିବା ମନା

(ବି ଦ୍ର : ରାଶିଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଲଗ୍ନ ଓ ଦଶା ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ।)
(ବେତାର ବ୍ୟୁରୋ)
ମେଷ: ଆୟ ସହିତ ବ୍ୟୟ ମଧ୍ୟ ବୃଦ୍ଧି ପାଇବ। ସପ୍ତାହର ମଧ୍ୟ ଭାଗରେ ଆପଣଙ୍କ ସମୟଟି ଭଲରେ କଟିବ। କୌଣସି ଧାର୍ମିକ ସ୍ଥାନକୁ ପରିବାର ସହିତ ବୁଲିବାକୁ ଯିବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ଶତ୍ରୁତା ବୃଦ୍ଧି ପାଇପାରେ। ଏଥିପାଇଁ ସଚେତନ ରୁହନ୍ତୁ।
ବୃଷ: କଠିନ ପରିଶ୍ରମ କରିବାକୁ ପଡିବ। ସପ୍ତାହର ଶେଷଭାଗରେ ଦିନଗୁଡିକ ଆପଣଙ୍କ ପାଇଁ ଭଲ ରହିବ। ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ। କର୍ମକ୍ଷେତ୍ରରେ ସିନିୟର ଅଧିକାରୀଙ୍କ ସହଯୋଗ ପାଇବେ। ନିଜ କାମ ପାଇଁ ପ୍ରଶଂସିତ ହେବେ।
ମିଥୁନ: ଜୀବନସାଥୀଙ୍କ ସହ କୌଣସି କଥାକୁ ନେଇ ଝଗଡା ହୋଇପାରେ। କର୍ମକ୍ଷେତ୍ରରେ ମାନ ସମ୍ମାନ ବୃଦ୍ଧି ପାଇବ। ପିତାଙ୍କ ସ୍ୱାସ୍ଥ୍ୟରେ ଅବନତି ଦେଖାଦେଇପାରେ। ପରିବାର ମଧ୍ୟରେ ଶାନ୍ତି ବଜାୟ ରହିବ। ଛାତ୍ରଛାତ୍ରୀମାନଙ୍କୁ ସଫଳତା ପାଇବା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ।
କର୍କଟ: ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ। ମାନସିକ ଦୁଃଶ୍ଚିନ୍ତା ବଢିପାରେ। ଅଧିକ କ୍ରୋଧୀ ହୋଇପାରନ୍ତି।
ଖାଦ୍ୟପେୟ ପ୍ରତି ସଚେତନ ରୁହନ୍ତୁ। କୌଣସି କଥାକୁ ନେଇ ଭୟଭୀତ ରହିବେ। କୌଣସି କଥାକୁ ନେଇ ଅଧିକ ଚିନ୍ତା କରନ୍ତୁ ନାହିଁ।
ସିଂହ: ପରିବାର ମଧ୍ୟରେ କୌଣସି ଶୁଭକାର୍ଯ୍ୟ ଅନୁଷ୍ଠିତ ହୋଇପାରେ। ସପ୍ତାହର ମଧ୍ୟ ଭାଗରେ ଅଫିସ କାର୍ଯ୍ୟ ପାଇଁ ବିଦେଶ ଯାତ୍ରା କରିପାରନ୍ତି। ବ୍ୟୟ ବୃଦ୍ଧି ପାଇବ। ଚାକିରୀରେ ପଦୋନ୍ନତି ହୋଇପାରେ। ସନ୍ତାନଙ୍କ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ।
କନ୍ୟା: ଆର୍ଥିକ ସ୍ଥିତି ସ୍ଵଚ୍ଛଳ ରହିବ। ପରିବାର ପାଇଁ କିଛି ଜିନିଷ କିଣିପାରନ୍ତି। ପ୍ରତିଯୋଗୀତାମୂଳକ ପରୀକ୍ଷାରେ ଭାଗ ନେଉଥିବା ଛାତ୍ରଛାତ୍ରୀମାନେ ସଫଳତା ପାଇବେ। ଅନ୍ୟଉପରେ ଅଧିକ ନିର୍ଭର କରନ୍ତୁ ନାହିଁ। ନିଜ କଥା କହିବା ଶୈଳୀରେ ଅନ୍ୟକୁ ପ୍ରଭାବିତ କରିପାରିବେ।
ତୁଳା: ଅନ୍ୟମାନଙ୍କୁ ନିଜ ବ୍ୟକ୍ତିତ୍ଵ ଦ୍ଵାରା ଆକର୍ଷିତ କରିପାରିବେ। ମନ ଭିତରୁ ଖୁସି ଅନୁଭବ କରିବେ। ପରିବାର ମଧ୍ୟରେ ଅଶାନ୍ତି ଦେଖାଦେଇପାରେ। ଛାତ୍ରଛାତ୍ରୀମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବ। ଆୟ ବୃଦ୍ଧି ପାଇବ।
ବିଛା: ସପ୍ତାହଟି ଆପଣଙ୍କ ପାଇଁ ବହୁତ ଭଲରେ କଟିବ। ସପ୍ତାହର ମଧ୍ୟ ଭାଗରେ ଆପଣ ଅଧିକ କ୍ରୋଧୀ ହୋଇପାରନ୍ତି। ଧନ ସଞ୍ଚୟ କରିବା ଉପରେ ଅଧିକ ଧ୍ୟାନ ଦେବେ। ନୂତନ ଜମି କ୍ରୟ କରିପାରନ୍ତି। ନିଜ ପରିଶ୍ରମର ସୁଫଳ ପାଇବେ।
ଧନୁ: ଆୟ ବୃଦ୍ଧି ପାଇବ। ଦୂରସ୍ଥାନକୁ ଯାତ୍ରା ଯୋଗ ରହିଛି। କର୍ମକ୍ଷେତ୍ରରେ ସିନିୟର ଅଧିକାରୀଙ୍କ ସହାୟତା ପାଇବେ। ପରିବାର ମଧ୍ୟରେ ଶାନ୍ତି ବଜାୟ ରହିବ। ଧାର୍ମିକ କାର୍ଯ୍ୟରେ ମନ ବଳାଇବେ। ଆପଣଙ୍କ ସନ୍ତାନ’ଙ୍କ ପାଇଁ ସମୟ ବହୁତ ଭଲ ରହିବ।
ମକର: ଧାର୍ମିକ କାର୍ଯ୍ୟରେ ଯୋଗଦେବେ। ବ୍ୟୟ ବୃଦ୍ଧି ପାଇବ। ଅନ୍ୟକୁ କିଛି କହିବା ସମୟରେ ବିଶେଷ ଧ୍ୟାନ ଦିଅନ୍ତୁ ଏହା ଅନ୍ୟକୁ ଆଘାତ କରିପାରେ। ପୂର୍ବରୁ କରିଥିବା କାମ ପାଇଁ ପ୍ରଶଂସିତ ହେବେ। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ।
କୁମ୍ଭ: କର୍ମକ୍ଷେତ୍ରରେ ପଦୋନ୍ନତି ହୋଇପାରେ। ଅଧିକ କ୍ରୋଧୀ ହୋଇପାରନ୍ତି। ପରିବାର ସଦସ୍ୟ କିମ୍ବା ଅନ୍ତରଙ୍ଗ ବନ୍ଧୁଙ୍କ ସହ ବୁଲିବାକୁ ଯାଇପାରନ୍ତି। କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ପାଇବ। ଛାତ୍ରଛାତ୍ରୀ ମାନେ ପରିଶ୍ରମର ସୁଫଳ ପାଇବେ।
ମୀନ: ସପ୍ତାହଟି ବହୁତ ଶାନ୍ତିପୂର୍ଣ୍ଣ ରହିବ ଓ ଧାର୍ମିକ କାର୍ଯ୍ୟପ୍ରତି ମନ ବଳାଇବେ। ପରିବାର ମଧ୍ୟରେ କୌଣସି କଥାକୁ ନେଇ ବିବାଦ ଦେଖାଦେଇପାରେ। ପରିବାର ସହିତ କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ଚାକିରୀରେ ସ୍ଥାନାନ୍ତର ହୋଇପାରେ।