• padmabati kund

ହ୍ଵାଟସଅପର ନୂଆ ଫିଚର : ଚାଟ କରୁଥିବା ସମୟରେ ଦେଖିପାରିବେ ଭିଡିଓ


(ବେତାର ବ୍ୟୁରୋ) ହ୍ଵାଟସଅପରେ ବ୍ୟବହାରକାରୀଙ୍କୁ ଭଲ ଅନୁଭୂତି ଦେବା ପାଇଁ ହ୍ଵାଟସଅପରେ ଅନେକ ନୂଆ ନୂଆ ଫିଚର ଯୋଡା ଯାଉଛି। ଆଣ୍ଡ୍ରଏଡ ମୋବାଇଲରେ ମେସେଞ୍ଜିଙ୍ଗ ଆପ ହ୍ଵାଟସଅପରେ ଏକ ନୂଆ ଫିଚର ଯୋଡା ଯାଇଛି। ହ୍ଵାଟସଅପରେ ପିକ୍ଚର-ଇନ-ପିକ୍ଚର ମୋଡ (PIP mode)କୁ ଲଞ୍ଚ କରାଯାଇଛି। ଏହି ଫିଚର ଚଳିତ ବର୍ଷ ପ୍ରାରମ୍ଭରୁ ଆପଲ ଫୋନ ବ୍ୟବହାରକାରୀଙ୍କ ନିମନ୍ତେ ଲଞ୍ଚ କରଯାଇଥିଲା। 

ଏହି ନୂଆ ଫିଚର ଲଞ୍ଚ ହେବା ପରେ ଆପଣ ହ୍ଵାଟସଅପରେ ଚାଟ କରୁଥିବା ସମୟରେ ଭିଡିଓ ମଧ୍ୟ ଦେଖିପାରିବେ।

ଆଣ୍ଡ୍ରଏଡ ବ୍ୟବହାରକାରୀମାନେ ଏହି  ପିକ୍ଚର-ଇନ-ପିକ୍ଚର ମୋଡ (PIP mode) ହ୍ଵାଟସଅପର ଷ୍ଟେବଲ ଭର୍ସନ 2.18.380 ସହିତ ପ୍ଲେ-ଷ୍ଟୋର ଜରିଆରେ ପାଇପାରିବେ। ଏହି ଫିଚରକୁ ବ୍ୟବହାର କରିବା ପାଇଁ ପ୍ରଥମେ ହ୍ଵାଟସଅପକୁ ଅପଡେଟ କରିବାକୁ ପଡିବ।

ଏହି ନୂଆ ଫିଚର ସାହାଯ୍ୟରେ ହ୍ଵାଟସଅପ ବ୍ୟବହାର କରୁଥିବା ଆଣ୍ଡ୍ରଏଡ ବ୍ୟବହାରକାରୀ ମାନେ ହ୍ଵାଟସଅପରେ ଚାଟ କରୁଥିବା ସମୟରେ ମଧ୍ୟ ଭିଡିଓ ଦେଖିପାରିବେ। ଅର୍ଥାତ, ଯଦି ଜଣେ ହ୍ଵାଟସଅପରେ ଚାଟିଙ୍ଗ କରୁଛି ଓ ସେହି ସମୟରେ ଏକ ଭିଡିଓ ଲିଙ୍କ ଆସେ ତେବେ ହ୍ଵାଟସଅପ ବନ୍ଦ ନକରି ମଧ୍ୟ ସେହି ଭିଡିଓକୁ ଦେଖିପାରିବେ।

ତେବେ ଏହି ଫିଚର ୟୁ-ଟ୍ୟୁବ, ଫେସବୁକ ଓ ଇନଷ୍ଟାଗ୍ରାମରୁ ଆସୁଥିବା ଭିଡିଓ ପାଇଁ କାମ କରିବ। ହ୍ଵାଟସଅପରେ ଚାଟ କରୁଥିବା ସମୟରେ ଏହି ସବୁ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ଭିଡିଓ ଲିଙ୍କ ଆସିଲେ ତୁରନ୍ତ ଏହି ପିକ୍ଚର-ଇନ-ପିକ୍ଚର ମୋଡ (PIP mode) ଫିଚର ଆକ୍ଟିଭ ହୋଇଯିବ। ଲିଙ୍କ ଉପରେ କ୍ଲିକ କରିବା ମାତ୍ରେ ଭିଡିଓଟି ପିକ୍ଚର-ଇନ-ପିକ୍ଚର ମୋଡ (PIP mode)ରେ ପ୍ଲେ ହେବ। ଏଥିପାଇଁ ବ୍ୟବହାରକାରୀଙ୍କୁ ଚାଟ ବନ୍ଦ କରିବାକୁ ପଡିବ ନାହିଁ। ଏହି ଫିଚରକୁ ଗ୍ରୁପ ଚାଟ କରୁଥିବା ସମୟରେ ମଧ୍ୟ ବ୍ୟବହାର କରିପାରିବେ।କିନ୍ତୁ ଅନ୍ୟ କୌଣସି ଲିଙ୍କରୁ ଆସୁଥିବା ଭିଡ଼ିଓ (ମୋବାଇଲରେ ଉଠାଯାଇଥିବା, forward ହେଇଥିବା) ପାଇଁ ଏହି ଫିଚର କାମ କରିବ ନାହିଁ।

ଏହାସହିତ ହ୍ଵାଟସଅପ ଏହାର ବ୍ୟବହାରକାରୀଙ୍କ ପାଇଁ ଅନେକ ନୂଆ ନୂଆ ଫିଚର ମଧ୍ୟ ଲଞ୍ଚ କରିବାକୁ ଯାଉଛି। ଏହି ନୂଆ ଫିଚରରେ ଗୁଡିକ ମଧ୍ୟରେ ରହିଛି ଡାର୍କମୋଡ, ମଲ୍ଟି ଶେୟାର ଫାଇଲ୍ସ ଓ କ୍ୟୁଆର କୋଡ ଜରିଆରେ ଫଟୋ ଏବଂ ଅନ୍ୟାନ୍ୟ ଫାଇଲ ଶେୟାର କରିବା। ହ୍ଵାଟସଅପ ଲଞ୍ଚ ହେବାକୁ ଯାଉଥିବା ଡାର୍କମୋଡ ଫିଚର ୟୁଟ୍ୟୁବ, ଗୁଗୁଲ ମ୍ୟାପ ଓ ଟ୍ଵିଟରରେ ଥିବା ଡାର୍କମୋଡ ସହିତ ସମାନ ଅଟେ। ଏହାବ୍ୟତୀତ ହ୍ଵାଟସଅପ ତରଫରୁ ଆଇଫୋନ ବ୍ୟବହାରକାରୀଙ୍କ ପାଇଁ ଗ୍ରୁପ ଭିଡିଓ କଲ ପାଇଁ ନୂଆ ଫିଚର ଲଞ୍ଚ କରାଯାଇଛି।

#mobile #whatsapp #pictureinpicturemode

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon