- padmabati kund
‘ସ୍ତ୍ରୀ’ର ସଫଳତା ପରେ ଆସୁଛି ରାଜକୁମାରଙ୍କ ଆଉ ଏକ ହରର କମେଡି ଫିଲ୍ମ

(ବେତାର ବ୍ୟୁରୋ) ବଲିଉଡ ଅଭିନେତା ରାଜକୁମାର ରାଓଙ୍କ ଅଭିନୀତ ‘ସ୍ତ୍ରୀ’ ବକ୍ସ ଅଫିସରେ ଭଲ ରୋଜଗାର କରିବା ସହିତ ଦର୍ଶକମାନେ ମଧ୍ୟ ଏହି ଫିଲ୍ମକୁ ଖୁବ ପସନ୍ଦ କରିଥିଲେ। ହରର ଫିଲ୍ମ ‘ସ୍ତ୍ରୀ’ର ସଫଳତା ପରେ ରାଜକୁମାରଙ୍କୁ ଅନ୍ୟ ଏକ ହରର କମେଡି ଫିଲ୍ମରେ ଦେଖିବାକୁ ମିଳିବ। ତେବେ ବର୍ତ୍ତମାନ ଯାଏଁ ଫିଲ୍ମର ନାମ ଘୋଷଣା କରାଯାଇ ନାହିଁ।
ଏହି ଫିଲ୍ମରେ ରାଜକୁମାରଙ୍କୁ ଏକ ଛୋଟମୋଟ ଗୁଣ୍ଡା ର ଅଭିନୟ କରୁଥିବାର ଦେଖିବାକୁ ମିଳିବ,ଯିଏକି ଏହିସବୁ ଅସାମାଜିକ କାର୍ଯ୍ୟକଳାପ କଲାବେଳେ ଆଶ୍ଚର୍ଯ୍ୟଜନକ ଶକ୍ତିର ସାମ୍ନା କରିଛନ୍ତି ଓ ଏହାକୁ ନେଇ କାହାଣୀଟି ଆଗକୁ ବଢିଛି। ‘ସ୍ତ୍ରୀ’ ଫିଲ୍ମରେ ଏକ ଲେଡିଜ ଟେଲର ଭୂମିକାରେ ଦେଖାଯାଇଥିବା ରାଜକୁମାର ଏହି ଆଗାମୀ ଫିଲ୍ମରେ ମଧ୍ୟ ଚମତ୍କାର ଅଭିନୟ କରିବେ ବୋଲି ଆଶଙ୍କା କରାଯାଉଛି।
ଏହି ହରର କମେଡି ଫିଲ୍ମକୁ 2020 ମସିହା ପ୍ରଥମ ଭାଗରେ ରିଲିଜ କରାଯିବାର ଯୋଜନା ରହିଛି। ଏଥିରେ ରାଜକୁମାରଙ୍କ ସହିତ ବରୁଣ ଶର୍ମାଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଫିଲ୍ମଟି ଉତ୍ତରପ୍ରଦେଶର ମୁରାଦାବାଦରେ ସୁଟିଙ୍ଗ କରାଯିବ।
ତେବେ ରାଜକୁମାର ଆଗକୁ ଅଭିନୟ କରିବାକୁ ଯାଉଥିବା ଏହି ଫିଲ୍ମରେ ମ୍ରିଗଦୀପ ସିଂ ଲାମ୍ବା ନିର୍ଦ୍ଦେଶନା ଦେବେ। ମ୍ରିଗଦୀପ ସିଂ ଲାମ୍ବା ଆଗରୁ ‘ଫୁକରେ’ ଫିଲ୍ମରେ ନିର୍ଦ୍ଦେଶନା ଦେଇଥିଲେ। ଏହାସହିତ ଫିଲ୍ମର ପ୍ରୋଯାଜନା କରିବେ ଦିନେଶ ଭିଜାନ। ଏହା ପୂର୍ବରୁ ସେ ରାଜକୁମାରଙ୍କ ଅଭିନୀତ ଫିଲ୍ମ ‘ସ୍ତ୍ରୀ’ରେ ପ୍ରଯୋଜନା କରିଥିଲେ। ବର୍ତ୍ତମାନ ମଧ୍ୟ ସେ ରାଜକୁମାରଙ୍କ ଅଭିନୀତ ‘ମେଡ ଇନ ଚାଇନା’ରେ ପ୍ରଯୋଜନ କରୁଛନ୍ତି।

ରାଜକୁମାର ରାଓ ଓ ବରୁଣ ଶର୍ମାଙ୍କ ଯୋଡିକୁ ଦର୍ଶକମାନେ ଖୁବ ପସନ୍ଦ କରିବେ ବୋଲି ନିର୍ଦ୍ଦେଶକ ମ୍ରିଗଦୀପ ସିଂ ଲାମ୍ବା ଆଶା ରଖିଛନ୍ତି। ଏହାସହିତ ସେ କହିଛନ୍ତି, “ ରାଜକୁମାର ଆଗରୁ ‘ବରେଲୀ କି ବରଫି’ ଓ ‘ସ୍ତ୍ରୀ’ ପରି ଫିଲ୍ମରେ ଅଭିନୟ କରି ନିଜ ଅଭିନୟର ଜାଦୁ ଦେଖେଇ ସାରିଛନ୍ତି। ଏହି ଫିଲ୍ମରେ ମଧ୍ୟ ସେ ଗାଁ’ର ଜଣେ ଛୋଟ ମୋଟ ଗୁଣ୍ଡାର ଚରିତ୍ରକୁ ସଠିକ ଭାବରେ ଉପସ୍ଥାପନ କରିବେ, ଯିଏକି ଜଣେ ବୋକା ମଧ୍ୟ ଅଟେ।“
ଫିଲ୍ମରେ ରାଜକୁମାରଙ୍କ ବିପକ୍ଷରେ କେଉଁ ଅଭିନେତ୍ରୀ ଅଭିନୟ କରିବେ ତାହା ଠିକ କରାଯାଇ ନାହିଁ, କିନ୍ତୁ ପ୍ରଯୋଜକ ଦିନେଶଙ୍କ ମତରେ ‘ସ୍ତ୍ରୀ’ପରି ଏହି ଫିଲ୍ମରେ ନାୟିକା ଜଣକ ମୁଖ୍ୟ ଚରିତ୍ର ଅଟନ୍ତି।“
ଏହାବ୍ୟତୀତ ରାଜକୁମାର ବର୍ତ୍ତମାନ ‘ମେଡ ଇନ ଚାଇନା’ରେ ଅଭିନୟ କରୁଛନ୍ତି। ଏହି ଫିଲ୍ମରେ ତାଙ୍କ ସହିତ ମୌନୀ ରୟ ମଧ୍ୟ ଅଭିନୟ କରିଛନ୍ତି। ଏହାସହିତ କଙ୍ଗନା ରାଣାୱତଙ୍କ ସହିତ ‘ମେଣ୍ଟାଲ ହେ କ୍ୟା’ ଫିଲ୍ମରେ ମଧ୍ୟ ସେ ଅଭିନୟ କରିବେ।