• padmabati kund

ଆଇପିଏଲ ନିଲାମୀରେ ଏହି ଦୁଇ ଖେଳାଳୀ ବିକ୍ରି ହେଲେ ସର୍ବାଧିକ   ₹8.4 କୋଟିରେ


(ବେତାର ବ୍ୟୁରୋ) ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ଦ୍ଵାଦଶ ସଂସ୍କରଣ ପାଇଁ ମଙ୍ଗଳବାର ଦିନ ଖେଳାଳୀଙ୍କ ନିଲାମ ଶେଷ ହୋଇଯାଇଛି। ଜୟପୁରରେ ଅନୁଷ୍ଠିତ ହୋଇଥିବା ଏହି ନିଲାମରେ ମୋଟ 346ଜଣ ଖେଳାଳୀଙ୍କ ନିଲାମ ହୋଇଥିଲା। ସେଥିମଧ୍ୟରୁ 226ଜଣ ଭାରତୀୟ ଖେଳାଳୀ ଥିଲେ। ଏହି ନିଲାମରେ ଭାରତୀୟ ଖେଳାଳୀ ଜୟଦେବ ଉନ୍ନଦକଟ ଓ ବରୁଣ ଚକ୍ରବର୍ତ୍ତୀ ସବୁଠାରୁ ଅଧିକ ମୂଲ୍ୟରେ ବିକ୍ରି ହୋଇଛନ୍ତି।

ଭାରତର ପେସ ବୋଲର ଜୟଦେବ ଉନ୍ନଦକଟ ସବୁଠାରୁ ଅଧିକ ମୂଲ୍ୟରେ ବିକ୍ରି ହୋଇଛନ୍ତି। ତାଙ୍କର ମୂଳଦର ୧କୋଟି ୫୦ଲକ୍ଷ ରହିଥିବା ବେଳେ ରାଜସ୍ଥାନ ରୟାଲ୍ସ ୮କୋଟି ୪୦ଲକ୍ଷ ଟଙ୍କାରେ କିଣିଛି। ସେହିପରି  ତାମିଲନାଡୁର ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କୁ କିଙ୍ଗସ ଇଲେଭେନ ପଞ୍ଜାବ ୮କୋଟି ୪୦ଲକ୍ଷ ଟଙ୍କାରେ କିଣିଛି। ତାଙ୍କର ମୂଳଦର ୨୦ଲକ୍ଷ ଥିଲା।

ଇଂଲଣ୍ଡର ଅଲରାଉଣ୍ଡର ସାମ କରନଙ୍କୁ ପଞ୍ଜାବ ୭କୋଟି ୨୦ଲକ୍ଷରେ କିଣିଛି। ସାଉଥ ଆଫ୍ରିକା ଖେଳାଳୀ କଲିନ ଇଂଗ୍ରମଙ୍କୁ ଦିଲ୍ଲୀ କ୍ୟାପିଟାଲ ୬କୋଟି ୪୦ଲକ୍ଷ ଟଙ୍କାରେ କିଣିଛି। 

ଭାରତୀୟ ଖେଳାଳୀ ଅକ୍ସର ପଟେଲ ଏବଂ ୱେଷ୍ଟଇଣ୍ଡିଜର ଅଲରାଉଣ୍ଡର କାରଲୋସ ବ୍ରାଥୱେଟ ୫ କୋଟି ଟଙ୍କା ଲେଖାଏ ଦରରେ ବିକ୍ରି ହୋଇଛନ୍ତି। ଅକ୍ସରଙ୍କୁ ଦିଲ୍ଲୀ କ୍ୟାପିଟାଲସ କିଣିଥିବା ବେଳେ ବ୍ରାଥୱେଟଙ୍କୁ କୋଲକାତା ନାଇଟ ରାଇର୍ଡସ କିଣିଛି। ମୋହିତ ଶର୍ମାଙ୍କୁ ଚେନ୍ନାଇ ସୁପରକିଙ୍ଗ ୫କୋଟି ମୂଲ୍ୟରେ କିଣିଛି। ଅନ୍ୟପଟେ ରଣଜୀ ଟ୍ରଫିରେ ମୁମ୍ବାଇ ତରଫରୁ ଖେଳୁଥିବା ଶିବମ ଦୁବେଙ୍କୁ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ୫କୋଟି ମୂଲ୍ୟରେ କିଣିଛି।

ସେହିପରି ପ୍ରଥମ ଥର ଆଇପିଏଲ ନିଲାମରେ ସାମିଲ ହୋଇଥିବା ୱେଷ୍ଟଇଣ୍ଡିଜ ବ୍ୟାଟସମ୍ୟାନ ଶିମରନ ହେଟମେୟରଙ୍କୁ ରୟାଲ ଚ୍ୟାଲେଞ୍ଜର ବେଙ୍ଗାଲୁରୁ ୪.୨୦ କୋଟି ଟଙ୍କାରେ କିଣିଛି। ତାଙ୍କ ମୂଳଦର ୭୫ ଲକ୍ଷ ଥିଲା।

ରିଦ୍ଧିମାନ ଶାହାଙ୍କୁ ତାଙ୍କ ପୁରୁଣା ଦଳ ସନ ରାଇର୍ଜସ ହାଇଦ୍ରାବାଦ ୧.୨୦ କୋଟିରେ କିଣିଛି। ଇଂଲଣ୍ଡର ଷ୍ଟାର ବ୍ୟାଟସମ୍ୟାନ ଜନ୍ନି ବେୟାରଷ୍ଟୋଙ୍କୁ ମଧ୍ୟ ହାଇଦ୍ରାବାଦ ୧.୫ କୋଟିରେ କିଣିଛି। ହନୁମା ବିହାରୀଙ୍କୁ ଦିଲ୍ଲୀ କ୍ୟାପିଟାଲ୍‌ସ ୨ କୋଟି ଟଙ୍କାରେ କିଣିଛି। କିଙ୍ଗ୍ସ ଇଲେଭେନ ପଞ୍ଜାବ ମହମ୍ମଦ ଶାମିଙ୍କୁ ୪କୋଟି ୮୦ଲକ୍ଷ ଟଙ୍କାରେ ଓ ୱୱେଷ୍ଟଇଣ୍ଡିଜର ନିକୋଲାସ ପୂରଣଙ୍କୁ ୪କୋଟି ୨୦ଲକ୍ଷ ଟଙ୍କାରେ କିଣିଛି। ରାଜସ୍ଥାନ ରୟାଲ୍ସ ବରୁଣ ଏରନଙ୍କୁ ୨କୋଟି ୪୦ଲକ୍ଷ ଟଙ୍କାରେ କିଣିଛି।

ପଛରେ ବିକ୍ରି ହେଲେ ଯୁବରାଜ

ଆଇପିଏଲ ଇତିହାସରେ ୧୬ କୋଟି ଟଙ୍କାରେ ବିକ୍ରି ହେବାର ରେକର୍ଡ କରିଥିବା ଭାରତୀୟ ଖେଳାଳୀ ଯୁବରାଜ ସିଂ ମୂଳଦର ୧କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟରେ କୌଣସି ଦଳ ଯୁବରାଜଙ୍କୁ କିଣିବା ପାଇଁ ଇଚ୍ଛା ଦେଖାଇନଥିଲେ ଓ ଦ୍ଵିତୀୟ ପର୍ଯ୍ୟାୟରେ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ କିଣିଛି। 

ଆଇପିଏଲ ନିଲାମୀ ରେ ଆଦୌ ବିକ୍ରି ହୋଇ ପାରି ନଥିବା ଷ୍ଟାର ଖେଳାଳିଙ୍କ ମଧ୍ୟରେ ବ୍ରେଣ୍ଡନ ମ୍ୟାକକୁଲମ, ନମନ ଓଝା, କ୍ରିସ୍‌ ଜୋର୍ଡାନ, କ୍ରିସ୍ ୱକ୍ସ, ଚେତେଶ୍ୱର ପୂଜାରା, ହସିମ ଆମଲା ଓ ମାର୍ଟିନ ଗୁପ୍ଟିଲ ରହିଛନ୍ତି। 

#cricket #ipl2019 #iplauction

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon