• padmabati kund

ବ୍ୟାଙ୍କ ଆକାଉଣ୍ଟ ଓ ମୋବାଇଲ ସିମ ପାଇଁ ଜରୁରୀ ହେବ ଆଧାର, ଖୁବଶୀଘ୍ର ହେବ ଆଇନରେ ସଂଶୋଧନ


(ବେତାର ବ୍ୟୁରୋ) ମୋବାଇଲ ନମ୍ବର ଓ ବ୍ୟାଙ୍କ ଆକାଉଣ୍ଟ ସହିତ ହିତାଧିକାରୀଙ୍କ ଆଧାର ସଂଯୋଗକୁ ନେଇ କେନ୍ଦ୍ର ସରକାର ଦୁଇଟି ଆଇନରେ ସଂଶୋଧନ କରିବେ। ଏହି ସମ୍ପର୍କିତ ପ୍ରସ୍ତାବକୁ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର ଆର୍ଥିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ ବୈଠକରେ ମଞ୍ଜୁରି ପ୍ରଦାନ କରାଯାଇଛି। ଟେଲିଗ୍ରାଫ ଆଇନ ଏବଂ ପ୍ରିଭେନସନ ଅଫ ମନି ଲିଣ୍ଡରିଙ୍ଗ ଆଇନ (PMLA) ଧାରାରେ ଏହି ସଂଶୋଧନ କରାଯିବ।

ଚଳିତ ବର୍ଷ ସେପ୍ଟେମ୍ବର ମାସରେ ସୁପ୍ରିମକୋର୍ଟ ଆଧାର କାର୍ଡକୁ ନେଇ ଏକ ଐତିହାସିକ ନିଷ୍ପତ୍ତି ଶୁଣାଇଥିଲେ। ଘରୋଇ କମ୍ପାନୀଙ୍କ ପାଇଁ ଆଧାର ତଥ୍ୟ ବ୍ୟବହାର ଉପରେ କଟକଣା ଲଗାଇଥିଲେ । 

ତେବେ କେନ୍ଦ୍ର ସରକାର ଏବେ ଅଦାଳତାଙ୍କ ଏହି ଆଦେଶକୁ ବଦଳାଇବା ପାଇଁ ଆଇନରେ ସଂଶୋଧନ କରିବାକୁ ବିଚାର କରୁଛନ୍ତି। ଆଇନରେ ସଂଶୋଧନ ଆସିଲେ ସେମାନଙ୍କ ପାଇଁ ଆଧାର ତଥ୍ୟ ବ୍ୟବହାର ସହଜ ହେବ । ଆଇନରେ ସଂଶୋଧନ ଅଣାଯିବା ପରେ ହିତାଧିକାରୀମାନେ ମୋବାଇଲ ଫୋନର ନୂଆ ସିମ ନେବା ସହିତ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ପାଇଁ ନିଜ ଇଚ୍ଛାରେ 12ଅଙ୍କ ବିଶିଷ୍ଟ ଆଧାର କାର୍ଡ ଦେଇପାରିବେ।

ପୂର୍ବରୁ ସୁପ୍ରିମକୋର୍ଟ ଆଧାର ଆକ୍ଟର ସେକ୍ସନ ୫୭କୁ ଖାରଜ କରିଥିଲେ । ଏହି ଆକ୍ଟ ଅନୁଯାୟୀ, ସିମ କାର୍ଡ ଓ ବ୍ୟାଙ୍କ ଆକାଉଣ୍ଟକୁ ଆଧାର କାର୍ଡ ସହ ଲିଙ୍କ କରିବା ଅନିବାର୍ଯ୍ୟ ଥିଲା । କିନ୍ତୁ କୋର୍ଟ ନିଜ ରାୟରେ କହିଥିଲେ ଯେ, ସିମ ଓ ଆକାଉଣ୍ଟ ସହ ଆଧାର ଲିଙ୍କ୍ କରିବାର କୌଣସି ଆବଶ୍ୟକତା ନାହିଁ । ଆଧାର ଲିଙ୍କ୍ ଦ୍ୱାରା ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି ହେଉଥିବା ଅଭିଯୋଗ ମାମଲାର ଶୁଣାଣି କରି କୋର୍ଟ ଏହି ରାୟ ଦେଇଥିଲେ।

ଏହାସହିତ ଏଥିରେ ସଂଯୁକ୍ତ ହୋଇଥିବା ଦ୍ଵିତୀୟ ଧାରା ଅନୁଯାୟୀ, ନିଜ ପିତାମାତାଙ୍କ ଜରିଆରେ ଆଧାର ନିମନ୍ତେ ପଞ୍ଜୀକୃତ ହୋଇଥିବା ଜଣେ ଶିଶୁ 18ବର୍ଷର ହେବା ପରେ ଏହି ଆଧାର ତଥ୍ୟରୁ ବାହାର ହୋଇପାରିବାର ବିକଳ୍ପ ପାଇପାରିବ। ଏହାଛଡା ଗ୍ରାହକ ଡାଟା ବେସରୁ ସେମାନଙ୍କର ଆଧାର ନମ୍ବର ହଟାଇବାକୁ ବ୍ୟାଙ୍କ ଓ ମୋବାଇଲ କମ୍ପାନୀକୁ କହିପାରିବ।

ସବୁ ଗରିବ ପରିବାରକୁ ମିଳିବ ଗ୍ୟାସ ସିଲିଣ୍ଡର

ଏହାସହିତ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ, ଏଣିକି କେବଳ ଦାରିଦ୍ର୍ୟ ସୀମାରେଖାତଳେ (ବିପିଏଲ) ଥିବା ଲୋକଙ୍କୁ ନୁହେଁ ବରଂ ସବୁ ଗରିବ ପରିବାରକୁ ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନା ଅଧୀନରେ ମାଗଣା ଏଲପିଜି ମିଳିବ। ପୂର୍ବରୁ କେବଳ ବିପିଏଲ ଅଧୀନରେ ରହୁଥିବା ପରିବାରର ମହିଳାଙ୍କୁ ଉଜ୍ଜ୍ଵଳା ଯୋଜନାରେ ମାଗଣାରେ ଏଲପିଜି ସିଲିଣ୍ଡର ମିଳୁଥିଲା।  ଏ ସମ୍ପର୍କରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, “ସାମାଜିକ ଅର୍ଥନୈତିକ ଗଣନାରେ ସାମିଲ ହୋଇନଥିବା ପରିବାର ଓ ଏହାପରେ ଏଥିରେ ବିଭିନ୍ନ ବର୍ଗର ପରିବାର ଯୋଗଦେବା ପରେ ଯେଉଁ ପରିବାର ଗୁଡିକ ଏଥିରୁ ବଞ୍ଚିତ ହୋଇଛନ୍ତି ସେମାନଙ୍କ ଲାଗି ନିୟମରେ କୋହଳ କରାଯାଇ ଏଥିରେ ସାମିଲ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି।“

#adhar #mobilenumber #bankaccount #lawamendmentforadharlinking

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon