• ବେତାର ବ୍ୟୁରୋ

ମାଟ୍ରିକ ପାସଙ୍କ ପାଇଁ ଏୟାର ଇଣ୍ଡିଆରେ ନିଯୁକ୍ତି ସୁଯୋଗ, ଦରମା ଟ.16,590


(ବେତାର ବ୍ୟୁରୋ) ଏୟାର ଇଣ୍ଡିଆ ଏୟାର ଟ୍ରାନ୍ସପୋର୍ଟ ସର୍ଭିସ ଲିମିଟେଡ (AIATSL)ତରଫରୁ କୋଲକାତା ଏୟାରପୋର୍ଟ ଏବଂ ଷ୍ଟେସନରେ ହ୍ୟାଣ୍ଡିମ୍ୟାନ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଦଶମଶ୍ରେଣୀ ପାସ କରିଥିବା ପ୍ରାର୍ଥୀମାନେ ଏହି ପଦ ପାଇଁ ଆବେଦନ କରିପାରିବେ। ଏହି ଚାକିରୀ ଚୁକ୍ତିଭିତ୍ତିକ ଅଟେ।

ପଦବୀ ସଂଖ୍ୟା

ଏହି ବିଜ୍ଞପ୍ତିରେ ମୋଟ 101ଟି ହ୍ୟାଣ୍ଡିମ୍ୟାନ ପଦବୀ ପ୍ରକାଶ ପାଇଛି।

ଆବେଦନ ତାରିଖ

ଏହି ପଦରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ଜାନୁୟାରୀ 19ତାରିଖ, 2018 ମଧ୍ୟରେ ଆବେଦନ କରିପାରିବେ।

ଦରମା

ହ୍ୟାଣ୍ଡିମ୍ୟାନ ପଦ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ମାସିକ ଟ.16,590 ଦରମା ପ୍ରଦାନ କରାଯିବ। ଏହି ଚାକିରୀ ତିନିବର୍ଷ  ପାଇଁ ଚୁକ୍ତିଭିତ୍ତିକ ଅଟେ। ତେବେ ତିନିବର୍ଷ ପରେ ପ୍ରାର୍ଥୀଙ୍କର ଦକ୍ଷତା ଓ କମ୍ପାନୀର ଆବଶ୍ୟକତା ଅନୁଯାୟୀ ଚାକିରୀ ସମୟସୀମାକୁ ବୃଦ୍ଧି କରାଯାଇପାରେ।

ବୟସସୀମା

ଏହି ପଦରେ ଆବେଦନ କରିବାକୁ ଚାହୁଁଥିବା ସାଧାରଣ ବର୍ଗର ପ୍ରାର୍ଥୀଙ୍କ ସର୍ବାଧିକ ବୟସ 28ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଅର୍ଥାତ ପ୍ରାର୍ଥୀ 02.12.1990ରୁ 01.12.2000 ମଧ୍ୟରେ ଜନ୍ମ ହୋଇଥିବା ଆବଶ୍ୟକ। ସେହିପରି ଓବିସି ବର୍ଗର ପ୍ରାର୍ଥୀଙ୍କ ସର୍ବାଧିକ ବସ 31ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ଅର୍ଥାତ 02.12.1987ରୁ 01.12.2000 ମଧ୍ୟରେ ଜନ୍ମ ହୋଇଥିବା ଆବଶ୍ୟକ। ଅନୁସୂଚିତ ଜାତି ଓ ଜନଜାତିର ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସ 33ବର୍ଷ ରଖାଯାଇଛି ଅର୍ଥାତ 02.12.1985ରୁ 01.12.2000 ମଧ୍ୟରେ ଜନ୍ମ ହୋଇଥିବା ଆବଶ୍ୟକ।

ଶିକ୍ଷାଗତ ଯୋଗ୍ୟତା

ଏହି ପଦରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ସ୍ଵୀକୃତୀପ୍ରାପ୍ତ ବୋର୍ଡରୁ ମାଟ୍ରିକ ପାସ କରିଥିବା ଆବଶ୍ୟକ। ଏହାସହିତ କୌଣସି କମ୍ପାନୀରେ ଲୋଡିଙ୍ଗ ଓ ଅନଲୋଡିଙ୍ଗ କାମରେ ଏକବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।

ଆବେଦନ ଫି

ଏହି ପଦରେ ଆବେଦନ କରିବା ପାଇଁ ଫି’ ବାବଦରେ ପ୍ରାର୍ଥୀଙ୍କୁ “AIR INDIA AIR TRANSPORT SERVICES LTD” ଉଦ୍ଦେଶ୍ୟରେ ଟ.500ର ଏକ ଡିମାଣ୍ଡ ଡ୍ରାଫ୍ଟ କାଟିବାକୁ ପଡିବ। ଅନୁସୂଚିତ ଜାତି, ଜନଜାତି ଓ ଭୂତପୂର୍ବ ସୈନିକ ପ୍ରାର୍ଥୀଙ୍କୁ କୌଣସି ଫି ଦେବାକୁ ପଡିବ ନାହିଁ। ଏହି ଡ୍ରାଫ୍ଟରେ ଆପଣଙ୍କର ମୋବାଇଲ ନମ୍ବର ଓ ପୁରା ନାମ ଲେଖିବେ।

କିପରି ଆବେଦନ କରିବେ

ଆବେଦନ କରିବା ପାଇଁ ପ୍ରଥମେ ଏୟାର ଇଣ୍ଡିଆର ୱେବସାଇଟ www.airindia.in ରୁ ଆବେଦନ ଫର୍ମ ଡାଉନଲୋଡ କରିବାକୁ ପଡିବ। ସମସ୍ତ ଆବଶ୍ୟକୀୟ ଶିକ୍ଷାଗତ ପ୍ରମାଣପତ୍ର ଓ ଡ୍ରାଫ୍ଟ ସହିତ ଆବେଦନ ଫର୍ମରେ ଉଲ୍ଲେଖ ଥିବା ଠିକଣା (Air India Ltd. Engineering Complex New Technical Area, Dum Dum, Kolkata – 700 052 (Opposite to Airport SPEED POST office)ରେ ସାକ୍ଷାତକାର ଦେବାକୁ ପଡିବ।

ଚୟନ ପଦ୍ଧତି

ଯୋଗ୍ୟ ପ୍ରାର୍ଥୀଙ୍କୁ ସାକ୍ଷାତକାର ଓ ଶାରୀରିକ ଦକ୍ଷତା ଅନୁସାରେ ଚୟନ କରାଯିବ।

ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ ଏୟାର ଇଣ୍ଡିଆ ୱେବସାଇଟ www.airindia.in ରେ ଲଗଇନ କରନ୍ତୁ।  

#jobs #airindia #handyman

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon