• padmabati kund

ଜାଣନ୍ତୁ:ଶୀତଦିନେ କାହିଁକି ମାଛ ଖାଇବା କଥା


(ବେତାର ବ୍ୟୁରୋ) ମାଛ ଖାଇବା ସ୍ୱାସ୍ଥ୍ୟ ପ୍ରତି ବହୁତ ଉପକାରୀ ଅଟେ। ଶୀତଦିନେ କେବଳ ସବୁଜ ପନିପରିବା ନୁହେଁ ମାଛ ମଧ୍ୟ ଖାଇବା ଜରୁରୀ। ଏଥିରେ ବହୁତ ପରିମାଣରେ ଭିଟାମିନ, ମିନେରଲ୍ସ ଓ ଅନେକ ପ୍ରକାରର ପୋଷାକ ତତ୍ତ୍ଵ ରହିଥାଏ, ତେଣୁ ଏହାକୁ ଖାଇବା ଦ୍ଵାରା ଶରୀରକୁ ଆବଶ୍ୟକ ପୋଷାକ ତତ୍ତ୍ଵ ମିଳିଥାଏ। ଏହାକୁ ଖାଇବା ଦ୍ଵାରା ବହୁ ବଡ ବଡ ରୋଗରୁ ଶରୀର ରକ୍ଷା ପାଇଥାଏ। ଏହା ମଣିଷର ମସ୍ତିସ୍କ ଓ ଶରୀର ପାଇଁ ବହୁତ ଉପକାରୀ ଅଟେ। ଶୀତଦିନେ ଏହାକୁ ଖାଇବା ଦ୍ଵାରା ଏହା ଶରୀରକୁ ଅନେକ ଭାଇରାଲ ଇନଫେକ୍ସନରୁ ମଧ୍ୟ ରକ୍ଷା ମିଳିଥାଏ।

ଶୀତଦିନରେ ଅତ୍ୟଧିକ ଥଣ୍ଡାରେ ଶରୀରକୁ ରକ୍ଷା କରିବା ପାଇଁ ଏହା ମୁଖ୍ୟ ଭୂମିକା ନିଭାଇଥାଏ। ତେବେ ମାଛ ଖାଇବା ଦ୍ଵାରା ଆପଣଙ୍କ ଶରୀରକୁ କଣ କଣ ଫାଇଦା ମିଳିଥାଏ ଜାଣିରଖନ୍ତୁ।

୧.ହୃଦରୋଗ ଦୂରେଇ ରଖିଥାଏ: ବିଶେଷଜ୍ଞଙ୍କ ମତରେ ଶୀତଦିନରେ ଅତ୍ୟଧିକ ଥଣ୍ଡା ପାଣି ହୃତପିଣ୍ଡ ଉପରେ ଅଧିକ ପ୍ରଭାବ ପକାଇଥାଏ। ତେଣୁ ଏହିଦିନେ ହୃଦରୋଗର ଆଶଙ୍କା ବହୁତ ବଢିଯାଇଥାଏ। ଏହି ରୋଗରୁ ଦୂରେଇ ରହିବା ପାଇଁ ଖାଦ୍ୟରେ ଚର୍ବିଯୁକ୍ତ ମାଛ ସାମିଲ କରନ୍ତୁ। ସପ୍ତାହକୁ ଅତିକମରେ ଥରେ ଚର୍ବିଯୁକ୍ତ ମାଛ ଖାଇବା ଦ୍ଵାରା ହୃଦଘାତର ଆଶଙ୍କା ଦୂରେଇ ଯାଇଥାଏ।

୨.ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ଆରାମ ପ୍ରଦାନ କରିଥାଏ: ଶୀତଦିନେ ସଂକ୍ରମଣରୁ ଥଣ୍ଡା ଓ କାଶ ପରି ରୋଗ ଦେଖାଯାଇଥାଏ। ଏହାସହିତ ଆଣ୍ଠୁଗଣ୍ଠି ଯନ୍ତ୍ରଣା ମଧ୍ୟ ଦେଖାଯାଇଥାଏ। ଏଥିପାଇଁ ଓମେଗା୩ ଓ ଚର୍ବିଯୁକ୍ତ ମାଛ ଖାଇବା ଉଚିତ। ଏଥିରେ ଥିବା ପୋଷାକତତ୍ତ୍ଵ ଆଣ୍ଠୁଗଣ୍ଠି ଯନ୍ତ୍ରଣାକୁ ଦୂରେଇ ରଖିଥାଏ।

୩.ମାନସିକ ଦୁଃଶ୍ଚିନ୍ତା ଦୂର କରିବାରେ ସାହାଯ୍ୟ କରେ: ମାଛରେ ଓମେଗା୩ ରହିଥାଏ ଓ ଏହା ଆମ ମାନସିକ ସ୍ୱାସ୍ଥ୍ୟ ପାଇଁ ଉପାଦେୟ ହୋଇଥାଏ। ଏହାସହିତ ଏଥିରେ ଥିବା ଭିଟାମିନ-ଡି ମଧ୍ୟ ମନକୁ ଖୁସି ରଖିବାରେ ସାହାଯ୍ୟ କରେ।

୪.ସ୍ମୃତିଶକ୍ତି ବୃଦ୍ଧି ପାଇଥାଏ: ମାଛ ଖାଇବା ଦ୍ଵାରା ମନୁଷ୍ୟର ସ୍ମୃତି ଶକ୍ତି କ୍ଷୀପ୍ର ହୋଇଥାଏ। ଏହାସହିତ ଏହା ମାନସିକ ବିକାର ଗ୍ରସ୍ତ ରୋଗୀଙ୍କ ପାଇଁ ମଧ୍ୟ ବହୁତ ଉପଯୋଗୀ  ଅଟେ। ମାଛରେ ଥିବା ପ୍ରୋଟିନ ମସ୍ତିସ୍କରେ ନୂତନ କୋଷିକା ଗଠନ କରିବାରେ ସହାୟକ ହୋଇଥାଏ।

୫.ମଧୁମେହ ଦୂର କରିଥାଏ: ଯେଉଁମାନଙ୍କୁ ମଧୁମେହ ରୋଗ ହୋଇଛି ସେମାନେ ମାଛ ଖାଇବା ନିହାତି ଆବଶ୍ୟକ। ଏଥିରେ ଥିବା ଓମେଗା୩ ଓ ଚର୍ବିଯୁକ୍ତ ମାଛରେ ଥିବା ପୋଷଣ ମଧୁମେହ ରୋଗ ଦୂର କରିବାରେ ସାହାଯ୍ୟ କରିଥାଏ।

୬.ଶ୍ଵାସରୋଗ ଦୂରକରେ: ମାଛ ଖାଇବା ଦ୍ଵାରା ମଣିଷ ଶରୀରରେ ଶ୍ଵାସରୋଗ ଦେଖାଯାଇନଥାଏ। ଏଥିରେ ଥିବା ଭିଟାମିନ ଓ ମିନେରଲ୍ସ ଶ୍ଵାସରୋଗକୁ ଦୂରେଇ  ରଖିଥାଏ। ଏହାସହିତ ଯେଉଁମାନଙ୍କୁ ରାତିରେ ଠିକ ଭାବରେ ନିଦ ହେଉନଥାଏ ସେମାନେ ମାଛ ଖାଇବା ଦ୍ଵାରା ତାଙ୍କୁ ଉତ୍ତମ ନିଦ୍ରା ହୋଇଥାଏ।   

#health #wintercare #eatingfish

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon