• ବେତାର ବ୍ୟୁରୋ

ଘରର ସିଡି ତିଆରି କରିବା ସମୟରେ ଜାଣନ୍ତୁ ଏହି ବାସ୍ତୁ ଟିପ୍ସ


(ବେତାର ବ୍ୟୁରୋ) ବାସ୍ତୁଶାସ୍ତ୍ର ଅନୁସାରେ ଯେଉଁ ଘରେ ବାସ୍ତୁ ଦୋଷ ରହିଥାଏ ସେହି ଘରେ ସୁଖ ଶାନ୍ତି ଭଙ୍ଗ ହୋଇଥାଏ। ଏହାସହିତ ପରିବାର ସଦସ୍ୟଙ୍କୁ ଆର୍ଥିକ ସମସ୍ୟା ମଧ୍ୟ ଭୋଗ କରିବାକୁ ପଡିଥାଏ। ଏହି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ବାସ୍ତୁ ଶାସ୍ତ୍ରରେ ଅନେକ ଉପାୟ ମଧ୍ୟ ରହିଛି ଯାହାକୁ ଆପଣେଇବା ଦ୍ଵାରା ଘରୁ ଏହି ବାସ୍ତୁ ଦୋଷ ଦୂର ହୋଇଯାଇଥାଏ। ସେହିପରି ଘରର ଛାତ ଉପରକୁ ଯିବା ପାଇଁ ପ୍ରସ୍ତୁତ ହୋଇଥିବା ସିଡି ଘରର ବାସ୍ତୁ ଦୋଷରେ ମୁଖ୍ୟ ଭୂମିକା ନିଭାଇଥାଏ। ଯଦି ଏହି ସିଡି ବାସ୍ତୁ ନିୟମ ଅନୁସାରେ ନିର୍ମାଣ ହୋଇନଥାଏ ତେବେ ଆପଣଙ୍କୁ ଅନେକ କ୍ଷତି ସହିବାକୁ ପଡିଥାଏ।

ବାସ୍ତୁ ନିୟମ ଅନୁସାରେ ଘରର ସିଡି ନିର୍ମାଣ ହୋଇଥିଲେ ଆପଣଙ୍କ ଘରେ ସୁଖ ଶାନ୍ତି ଭରିଯାଇଥାଏ ଓ ସଫଳତା ହାସଲ କରିଥାନ୍ତି। ଏଥିପାଇଁ ସିଡି ନିର୍ମାଣ କରିବା ସମୟରେ କିଛି ବାସ୍ତୁ ନିୟମକୁ ମାନିବା ଉଚିତ।

.ବାସ୍ତୁଶାସ୍ତ୍ର ଅନୁସାରେ ସିଡିକୁ ସବୁବେଳେ ଘର ଉତ୍ତରରୁ ଦକ୍ଷିଣ କିମ୍ବା ପୂର୍ବରୁ ପଶ୍ଚିମ ଦିଗକୁ କରନ୍ତୁ। ଏହି ଦିଗରେ କରିବା ଦ୍ଵାରା ବାସ୍ତୁଦୋଷ ରହିନଥାଏ ଓ ଏହାର ନକରାତ୍ମକ ପ୍ରଭାବ ମଧ୍ୟ ପଡିନଥାଏ।

.ଘରର ଦକ୍ଷିଣ ପଶ୍ଚିମ ଦିଗରେ ସିଡି କରିବା ଉଚିତ। ଏହାଦ୍ଵାରା ଘରେ ସୁଖ ସମୃଦ୍ଧି ଲାଗିରହିଥାଏ ଓ ଆର୍ଥିକ ସ୍ଥିତି ମଧ୍ୟ ସ୍ଵଚ୍ଛଳ ରହିଥାଏ।

.ବାସ୍ତୁଶାସ୍ତ୍ର ଅନୁସାରେ ସିଡି ତଳେ ଜୋତା ରଖନ୍ତୁ ନାହିଁ। ଏହାବ୍ୟତୀତ ଘରର ଅନାବଶ୍ୟକ ଜିନିଷ ଗୁଡିକୁ ମଧ୍ୟ ସିଡି ତଳେ ରଖନ୍ତୁ ନାହିଁ। ଏପରି କରିବା ଦ୍ଵାରା ପରିବାରକୁ କ୍ଷତି ସହିବାକୁ ପଡିଥାଏ।

. ସିଡି ତିଆରି କରିବା ସମୟରେ ଏହାର ଉଚ୍ଚତା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ। ପ୍ରତି ସିଡିକୁ ଅଧିକ ଉଚ୍ଚତାବିଶିଷ୍ଟ କରନ୍ତୁ ନାହିଁ ବା ଅତିକମ ଉଚ୍ଚତା ବିଶିଷ୍ଟ କରନ୍ତୁ ନାହିଁ।

.ଯଦି ଆପଣଙ୍କ ଘରେ ସିଡି ଭୁଲ ଦିଗରେ ତିଆରି ହୋଇଛି ଓ ଏହାକୁ ଭାଙ୍ଗିକରି ନୂଆ ପ୍ରସ୍ତୁତ କରିବା ସମ୍ଭବ ହେଉନାହିଁ ତେବେ କୌଣସି ବାସ୍ତୁବିତଙ୍କ ଠାରୁ ପରାମର୍ଶ ନେଇ ଘରେ ପଥରର ପିରାମିଡ ସ୍ଥାପନା କରନ୍ତୁ। ଏହି ପିରାମିଡ ସିଡିରୁ ବାହାରୁଥିବା ନକରାତ୍ମକ ଶକ୍ତିକୁ ଦୂର କରିଥାଏ।

.ସିଡି ତଳେ କେବେବି ରୋଷେଇ ଘର କିମ୍ବା ଗାଧୋଇବା ଘର ନିର୍ମାଣ କରନ୍ତୁ ନାହିଁ। ସିଡି ତଳେ ରୋଷେଇ ଘର ବା ଗାଧୋଇବା ଘର ରହିଥିଲେ ଏହା ଘରେ ଆର୍ଥିକ ସମସ୍ୟା ସୃଷ୍ଟି କରିଥାଏ।

.ସିଡିର ସଂଖ୍ୟା ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଅନ୍ତୁ। ଶିଡିର ସଂଖ୍ୟା ଏପରି ରଖନ୍ତୁ ଯେପରି ସେହି ସଂଖ୍ୟାକୁ ତିନି ଦ୍ଵାରା ବିଭାଜିତ କଲେ ଭାଗଶେଷ ୨ ରହୁଥିବ। ଅର୍ଥାତ ଶିଡିର ସଂଖ୍ୟା ସବୁବେଳେ ୫, ୭, ୧୧, ୧୭, ୨୩ କିମ୍ବା ୨୯ ରଖନ୍ତୁ।

(ବି.ଦ୍ର :ଏହି ବାସ୍ତୁ ତଥା ଜ୍ୟୋତିଷ ଉପାୟ ବିଭିନ୍ନ ଜ୍ୟୋତିର୍ବିଦମାନଙ୍କ ଆଲେଖ୍ୟରୁ ସଂକଳିତ କରାଯାଇଛି । ଏହା ଠିକ କାର୍ଯ୍ୟକାରୀ ହେବା ପାଇଁ ଉପଯୁକ୍ତ ପଦ୍ଧତି ଆପଣେଇବା ତଥା ଦଶା ସ୍ଥିତି ଠିକ ରହିବା ଆବଶ୍ୟକ । ସୁଫଳ ପାଇବାକୁ ହେଲେ କୌଣସି ଅଭିଜ୍ଞ ଜ୍ୟୋତିଷ/ବାସ୍ତୁବିଦଙ୍କ ପରାମର୍ଶ ନିଅନ୍ତୁ )

#vastutips #stairsinhome

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon