• padmabati kund

ନୂଆବର୍ଷରୁ ଏଥିପାଇଁ ହେଇପାରେ ଟିଭି ଦେଖା ମହଙ୍ଗା


(ବେତାର ବ୍ୟୁରୋ) ଆସନ୍ତା ଜାନୁୟାରୀ ମାସ 1 ତାରିଖରୁ ଦେଶରେ ଟିଭି ଦେଖା ମହଙ୍ଗା‌ ହୋଇପାରେ କାରଣ ମାସିକିଆ କେବୁଲ ଓ ଡିଟିଏଚ ବିଲ ବଢ଼ିପାରେ। ଟିଭି ଦେଖିବା ପାଇଁ ମାସକୁ ଅତିକମରେ ଟ.୪୨୦ରୁ ଟ.୪୫୦ ଗଣିବାକୁ ପଡ଼ିପାରେ। ଟେଲିକମ ରେଗୁଲେଟରୀ ଅଥରୀଟି ଅଫ ଇଣ୍ଡିଆ (TRAI) ତରଫରୁ ନୂଆବର୍ଷ ଠାରୁ ଏକ ନୂତନ ନିୟମ ଲାଗୁ ହେବ। ସେହି ନିୟମ ପ୍ରଭାବରେ ଟିଭି ଚ୍ୟାନେଲଗୁଡ଼ିକର ଦାମ ବଢ଼ିଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି।

ବର୍ତ୍ତମାନ ଲୋକମାନେ କେବୁଲ କିମ୍ବା ଡିଟିଏଚ ସେବା ପାଇଁ ମାସକୁ ଏକ ନିର୍ଦ୍ଦିଷ୍ଟ ପରିମାଣର ବିଲ ଦେଉଛନ୍ତି ଓ ଗୋଟିଏ ପ୍ୟାକ ଭିତରେ ଅନେକଗୁଡ଼ିଏ ଚ୍ୟାନେଲ ପାଉଛନ୍ତି। ସେହି ପ୍ୟାକରେ ଏପରି ଅନେକ ଚ୍ୟାନେଲ ରହିଛି ଯାହାକୁ ଲୋକମାନେ ଦେଖୁନାହାନ୍ତି। ଜାନୁୟାରୀ ମାସରୁ ଲାଗୁ ହେବାକୁ ଥିବା ନୂଆ ନିୟମରେ ଗ୍ରାହକମାନେ ନିଜେ ନିଜ ପସନ୍ଦର ଚ୍ୟାନେଲକୁ ଚୟନ କରିପାରିବେ ଓ ପ୍ରତି ଚ୍ୟାନେଲ ପାଇଁ ଅଲଗା ଅଲଗା ଦାମ ଦେବାକୁ ପଡିବ।

କେତେ ବଢିବ ବିଲ

ବର୍ତ୍ତମାନ ଛୋଟ ଛୋଟ ସହରରେ ଟିଭି ଦେଖିବା ପାଇଁ ମାସକୁ ପ୍ରାୟ ଟ.୩୫୦-ଟ.୪୦୦ ଦେବାକୁ ପଡୁଛି ଓ ଗାଁ’ରେ ପ୍ରାୟ ଟ.୨୦୦-ଟ.୨୫୦ଦେବାକୁ ପଡୁଛି। ଏହି ମୂଲ୍ୟରେ ଆପଣ ସମସ୍ତ ଆଞ୍ଚଳିକ ଚ୍ୟାନେଲ ସହିତ ପ୍ରିମିୟମ ଚ୍ୟାନେଲ ମଧ୍ୟ ଦେଖିପାରୁଛନ୍ତି। କିନ୍ତୁ ଜାନୁୟାରୀ 1 ତାରିଖରୁ ପ୍ରତି ମାସକୁ ପ୍ରାୟ ଟ.୪୨୦-ଟ.୪୫୦ ଦେବାକୁ ପଡିପାରେ। ଏଥିରେ ଆପଣଙ୍କୁ ପ୍ରାୟ ସମସ୍ତ ମନପସନ୍ଦ ଚ୍ୟାନେଲ ମିଳିଯିବ। ଯଦି ଆପଣ ପ୍ରିମିୟମ, ଏଚ.ଡି ଓ ସ୍ପୋର୍ଟ୍ସର ସମସ୍ତ ଚ୍ୟାନେଲ ଦେଖିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ପ୍ରାୟ ଟ.୬୦୦ ଦେବାକୁ ପଡିପାରେ।

ଫ୍ରୀ ଚ୍ୟାନେଲ ପାଇଁ ଦେବାକୁ ପଡିବ ଅର୍ଥ

କେବୁଲ ଓ ଡିଟିଏଚ ଜରିଆରେ ବର୍ତ୍ତମାନ ଆପଣଙ୍କୁ ପ୍ରାୟ ୧୦୦ଟି ଚ୍ୟାନେଲ ଫ୍ରୀ ମିଳିଯାଉଛି। କିନ୍ତୁ TRAIର ନୂଆ ନିୟମ ଲାଗୁ ହେବା ପରେ ଏହି ଚ୍ୟାନେଲ ଗୁଡିକ ପାଇଁ ଆପଣଙ୍କୁ ପ୍ରାୟ ଟ.୧୩୦ ଦେବାକୁ ପଡିବ।

ପ୍ରତି ଚ୍ୟାନେଲର ଅଲଗା ଅଲଗା ଦର ରହିବ। ସେହି ଅନୁସାରେ ଗ୍ରାହକଙ୍କୁ ପେମେଣ୍ଟ କରିବାକୁ ପଡ଼ିବ। ଦେଶର ପ୍ରମୁଖ ପ୍ରସାରଣକାରୀ ସଂସ୍ଥାଗୁଡ଼ିକ ନିଜର ସବୁ ଚ୍ୟାନେଲର ଅଲଗା ଅଲଗା ଦର ନିର୍ଦ୍ଧାରଣ କରିଛନ୍ତି। ସେ ବିଷୟରେ ଟିଭି ସ୍କ୍ରିନ୍‌ରେ ସୂଚନା ପ୍ରଦାନ କରାଯାଇଛି। କେଉଁ ଚ୍ୟାନେଲ ଦାମ କେତେ ତାହା ଗ୍ରାହକମାନେ ଜାଣିପାରିବେ। ଅଧିକାଂଶ ଚ୍ୟାନେଲର ମୂଲ୍ୟ ୫ ଟଙ୍କାରୁ ୧୯ ଟଙ୍କା ମଧ୍ୟରେ ରହିଛି। କେତେକ ଚ୍ୟାନେଲର ମୂଲ୍ୟ ୫୦ ଟଙ୍କା କିମ୍ବା ତା’ଠାରୁ ଅଧିକ ମଧ୍ୟ ରହିଛି।

ଟ.୧ରେ ମିଳିବ ଏହି ଚ୍ୟାନେଲ

ବିଗ ମ୍ୟାଜିକ, ଜି ଅନମୋଲ,ବିନ୍ଦାସ, ରିସ୍ତେ, ସୋନି ପଲ, ଲିଭିଙ୍ଗ ଫୁଡ୍ସ, ଷ୍ଟାର ଉତ୍ସବ, ମୁଭିଜ ଓକେ, ସୋନି ମ୍ୟାସ୍କ୨, ଜି ଆକ୍ସନ, ସୋନି ୱାହ, ଜି ଅନମୋଲ ସିନେମା, ନ୍ୟୁଜ୧୮ଇଣ୍ଡିଆ, ଆଜତକ, ଏନଡି ଟିଭି, ସି.ଏନ.ବି.ସି ଆୱାଜ, ସୋନି ମିକ୍ସ, ଜିଙ୍ଗ, ଜି ଇଟିସି ବଲିଉଡ, ଡ଼ିସ୍କଭରି ସାଇନ୍ସ ଚ୍ୟାନେଲ ଗୁଡିକୁ ମାତ୍ର ୧ଟଙ୍କା ମୂଲ୍ୟରେ ପାଇପାରିବେ।

କେଉଁ ଚ୍ୟାନେଲ ଦର କେତେ ଟଙ୍କା ରହିବ ତାହାର ତାଲିକାକୁ ପ୍ରସାରଣକାରୀମାନେ ଟେଲିକମ ରେଗୁଲେଟରୀ ଅଥରୀଟି ଅଫ ଇଣ୍ଡିଆ (TRAI) ନିକଟରେ ଦାଖଲ କରିଛନ୍ତି। ଟ୍ରାଇର ଏହି ନୂତନ ନିୟମ ଯୋଗୁ ନୂଆ ବର୍ଷରୁ ସମସ୍ୟା ଆରମ୍ଭ ହୋଇପାରେ ବୋଲି କିଛି କେବୁଲ ଅପରେଟର କହିଛନ୍ତି। ଗ୍ରାହକମାନେ ଏହି ନୂତନ ବ୍ୟବସ୍ଥା ବିଷୟରେ ଆଦୌ ସଚେତନ ହୋଇନଥିବା ବେଳେ ଏହି ନିୟମକୁ ଆସନ୍ତା ଦୁଇ ସପ୍ତାହ ଭିତରେ ଲାଗୁ କରିବାକୁ ପଡ଼ିବ। ଏହା ଏକ କଷ୍ଟକର ବ୍ୟାପାର ବୋଲି ସେମାନେ କହିଛନ୍ତି।

#newrule #DTH #movingtrain

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon