• padmabati kund

ଫ୍ଲିପକାର୍ଟ ଓ ସାଓମିର ସେଲ ଆରମ୍ଭ : ଏତିକି ରିହାତିରେ ମିଳୁଛି ସ୍ପିକର, ସ୍ମାର୍ଟଫୋନ


(ବେତାର ବ୍ୟୁରୋ) ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ତାର ଗ୍ରହକଙ୍କ ପାଇଁ ‘ଗ୍ରାଣ୍ଡ ଗ୍ୟାଜେଟ ଡେ ସେଲ’ ଆରମ୍ଭ କରିଦେଇଛି। ଡିସେମ୍ବର ୧୮ ତାରିଖରୁ ଆରମ୍ଭ ହୋଇଥିବା ଏହି ସେଲରେ ଇଲେକ୍ଟ୍ରୋନିକ୍ସ ଗ୍ୟାଡେଟ ଓ ଅନ୍ୟ ଉପକରଣ ଉପରେ ରିହାତି ସହିତ ଭଲ ଭଲ ଅଫର ମଧ୍ୟ ମିଳୁଛି। ଯଦି ଆପଣ ନୂଆବର୍ଷ ଓ ବଡଦିନ ଉପଲକ୍ଷେ ନିଜ ଘର ପାଇଁ କିଛି ଗ୍ୟାଜେଟ କିଣିବା ପାଇଁ ଚାହୁଁଛନ୍ତି ତେବେ ଏହି ସେଲର ଫାଇଦା ଉଠାଇ ପାରିବେ।

ଏହି ସେଲରେ ଲାପଟପ, ସ୍ମାର୍ଟୱାଚ, ହାର୍ଡଡିସ୍କ, ପ୍ରିଣ୍ଟର୍ସ ପରି ଆହୁରି ଅନେକ ଯାନ୍ତ୍ରିକ ଉପକରଣ ଉପରେ ଆକର୍ଷଣୀୟ ଅଫର ରହିଛି। ଫ୍ଲିପକାର୍ଟର ଏହି ସେଲ ଡିସେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଯଦି ଆପଣ HDFC ଡେବିଟ କାର୍ଡ କିମ୍ବା କ୍ରେଡିଟ କାର୍ଡ ଜରିଆରେ ସପିଙ୍ଗ କରୁଛନ୍ତି ତେବେ ବିନା ମୂଲ୍ୟରେ EMI ସହିତ ଅତିରିକ୍ତ ରିହାତି ମଧ୍ୟ ପାଇପାରିବେ। ତେବେ ଜାଣିରଖନ୍ତୁ କିଛି ପ୍ରଡ଼କ୍ଟ ବିଷୟରେ ଯାହାକୁ ଆପଣ ସେଲ ସମୟରେ ଶସ୍ତାରେ କିଣିପାରିବେ।

ଲାପଟପ

ଆସସର APU quad core E2 ଲାପଟପର ବଜାର ମୂଲ୍ୟ ଟ.22,990 ରହିଥିବା ବେଳେ ଏହି ସେଲରୁ ଟ.15,990 ମୂଲ୍ୟରେ କିଣିପାରିବେ। ଏକ୍ସଚେଞ୍ଜ ଅଫର ସାହାଯ୍ୟରେ ଆପଣ ଏଥିରେ ଅତିରିକ୍ତ ଟ.7,500 ରିହାତି ମଧ୍ୟ ପାଇପାରିବେ। ସେହିପରି Acer Predator Helios 300 Core i5ଲାପଟପର ବଜାର ମୂଲ୍ୟ ଏକ ଲକ୍ଷରୁ ଅଧିକ ରହିଥିବା ବେଳେ ଏହି ସେଲରେ ଆପଣ ଏହାକୁ ଟ.63,990 ମୂଲ୍ୟରେ କିଣିପାରିବେ।

ସ୍ମାର୍ଟୱାଚ ଓ କ୍ୟାମେରା

ଏହି ସେଲରେ ଆପଣ ସ୍ମାର୍ଟୱାଚ ଓ DSLR କ୍ୟାମେରାରେ ମଧ୍ୟ ରିହାତି ପାଇପାରିବେ। Fitbit Charge 2 Smallର ବଜାରମୂଲ୍ୟ ଟ.14,999 ରହିଥିବା ବେଳେ ଏହାକୁ ଆପଣ ଟ.7,499ରେ କିଣିପାରିବେ। ସେହିପରି Nikon D5600 DSLR କ୍ୟାମେରାର ବଜାରମୂଲ୍ୟ ଟ.66,450 ରହିଥିବା ବେଳେ ଏହି ସେଲରେ ଆପଣ ଟ.53,990ରେ କିଣିପାରିବେ। ଆକ୍ସିସ ବ୍ୟାଙ୍କ କାର୍ଡରୁ କିଣିଲେ 5% ଅତିରିକ୍ତ ରିହାତି ମଧ୍ୟ ପାଇବେ।

ବ୍ଲୁଟୁଥ ସ୍ପିକର ଓ ପ୍ରିଣ୍ଟର

JBL 16 W Portable ବ୍ଲୁଟୁଥ ସ୍ପିକରକୁ ଏହି ସେଲରେ ଆପଣ ଟ.5,718  ମୂଲ୍ୟରେ କିଣିପାରିବେ। ଏହି ସେଲପରେ ଏହାର ମୂଲ୍ୟ ଟ.9,990 ହୋଇଯିବ। ଏହାବ୍ୟତୀତ Canon Pixma MG3670 ପ୍ରିଣ୍ଟରରେ ଆପଣଙ୍କୁ ଟ.1,500 ରିହାତି ମିଳିବ। ରିହାତି ପରେ ଏହାର ମୂଲ୍ୟ ଟ.4,099 ରହିବ।

MIର ଫ୍ୟାନ ସେଲ ଆରମ୍ଭ

ଚୀନର ସ୍ମାର୍ଟଫୋନ କମ୍ପାନୀ ସାଓମି ମଧ୍ୟ ତାର ଗ୍ରାହକଙ୍କ ପାଇଁ ଡିସେମ୍ବର 19ରୁ No. 1 Mi Fan Sale ଆୟୋଜିତ କରିଛି। ଏହି ସେଲ ଡିସେମ୍ବର 21 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସେଲରେ ସାଓମିର ସ୍ମାର୍ଟଫୋନ ସହିତ ଅନ୍ୟାନ୍ୟ ପ୍ରଡ଼କ୍ଟ ଉପରେ ମଧ୍ୟ ରିହାତି ମିଳିବ। ସାଓମିର  Redmi Note 5 Pro, Redmi Y2, Mi A2 ଉପରେ ଡିସକାଉଣ୍ଟ ଓ ଅଫର ମିଳିବ ଏହାସହିତ mi TV ଓ ଅନ୍ୟାନ୍ୟ ଉପକରଣ ଉପରେ ମଧ୍ୟ ଅଫର ପାଇପାରିବେ।  

#mobile #gadget #onlineshopping

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon