• ବେତାର ବ୍ୟୁରୋ

ଆଇଟିଆଇ ଓ +2 ପାସଙ୍କ ପାଇଁ ଦକ୍ଷିଣ ରେଲୱେରେ 924ଟି ନିଯୁକ୍ତି ସୁଯୋଗ


(ବେତାର ବ୍ୟୁରୋ) ଦକ୍ଷିଣ ରେଲୱେ, ଚେନ୍ନାଇ ତରଫରୁ 924ଟି ଆପ୍ରେଣ୍ଟିସ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯୁକ୍ତଦୁଇ ଓ ମାଟ୍ରିକ ପାସ କରିଥିବା ଆଗ୍ରହୀ ପ୍ରାର୍ଥୀମାନେ ଏଥିପାଇଁ ଅନଲାଇନରେ ଆବେଦନ କରିପାରିବେ।

ଆବେଦନ ତାରିଖ

ଏହି ପଦରେ ଆବେଦନ କରିବା ଚାହୁଁଥିବା ପ୍ରାର୍ଥୀ ଜାନୁୟାରୀ 13ତାରିଖ 2019 ମଧ୍ୟରେ ଆବେଦନ କରିପାରିବେ।

ପଦବୀ ସଂଖ୍ୟା

ଏହି ବିଜ୍ଞପ୍ତିରେ ମୋଟ 924ପଦବୀ ପ୍ରକାଶ ପାଇଛି। ସେଥିମଧ୍ୟରୁ ଫିଟର ପାଇଁ 396ଟି, ୱେଲ୍ଦର ପାଇଁ 157ଟି, ପେଣ୍ଟର ପାଇଁ 44ଟି, ମୋଟର ମେକନିକ ପାଇଁ 26ଟି, କାରପେଣ୍ଟର ପାଇଁ 32ଟି, ପ୍ରୋଗ୍ରାମିଙ୍ଗ ଆଣ୍ଡ ସିଷ୍ଟମ ଆସିଷ୍ଟାଣ୍ଡ ପଦ ପାଇଁ 19ଟି, ଇଲେକ୍ଟ୍ରିସିଆନ ପାଇଁ 78ଟି, ଆର. ଆଣ୍ଡ ଏ.ସି ପାଇଁ 20ଟି, ୱେୟାରମ୍ୟାନ ପାଇଁ 12ଟି, ୱିଣ୍ଡର ପାଇଁ 5ଟି, ଇଲେକ୍ଟ୍ରୋନିକ୍ସ ମେକାନିକ ପାଇଁ 6ଟି, ଟର୍ଣ୍ଣର ପାଇଁ 4ଟି, ମେକାନିଷ୍ଟ ପାଇଁ ଗୋଟିଏ, ଡିଜେଲ ମେକାନିକ ପାଇଁ 4ଟି ଓ ମେଡିକାଲ ଲାବରୋଟୋରି ଟେକ୍ନିସିଆନ ପାଇଁ 20ଟି ପଦବୀ ରହିଛି।

ଦରମା

ଯୋଗ୍ୟ ବିବେଚିତ ପ୍ରାର୍ଥୀ ଦୁଇବର୍ଷ ଟ୍ରେନିଙ୍ଗରେ ରହିବେ ଓ ଏହି ଟ୍ରେନିଂ ସମୟରେ ପ୍ରାର୍ଥୀଙ୍କ ଟ୍ରେଡ ଅନୁଯାୟୀ ମାସିକ ଟ.5,700ରୁ ଟ.7,550 ଷ୍ଟାଇପେଣ୍ଡ ପ୍ରଦାନ କରାଯିବ।

ବୟସସୀମା

ଏହି ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ଡିସେମ୍ବର 14 ତାରିଖ 2018 ସୁଦ୍ଧା ସର୍ବନିମ୍ନ 15ବର୍ଷ ଓ ସର୍ବାଧିକ 24ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଅନୁସୂଚିତ ଜାତି ଓ ଜନଜାତିର ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସସୀମା 5ବର୍ଷ କୋହଳ କରାଯିବ। ସେହିପରି ଓ.ବି.ସି ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସସୀମା 3ବର୍ଷ ଓ ଶାରୀରୀକ ଭାବେ ଅକ୍ଷମ ବ୍ୟକ୍ତିଙ୍କ ପାଇଁ 10ବର୍ଷ କୋହଳ କରାଯିବ।

ଶିକ୍ଷାଗତ ଯୋଗ୍ୟତା

ଏହି ପଦ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ କୌଣସି ସ୍ଵୀକୃତିପ୍ରାପ୍ତ ବୋର୍ଡରୁ ମାଟ୍ରିକ ଓ ଯୁକ୍ତଦୁଇ ପାସ କରିଥିବା ଆବଶ୍ୟକ। ଯୁକ୍ତଦୁଇରେ 50%ରୁ ଅଧିକ ମାର୍କ ରଖିଥିବା ଜରୁରୀ। ଏହାସହିତ ଆଇଟିଆଇ ପାସ କରିଥିବା ଆବଶ୍ୟକ।

ଆବେଦନ ଫି

ଆବେଦନ କରିବା ପାଇଁ ଫି’ ବାବଦରେ ପ୍ରାର୍ଥୀଙ୍କୁ ଟ.100ପଇଠ କରିବାକୁ ପଡିବ। ଏହି ଫି’କୁ ଅନଲାଇନରେ ଡେବିଟ କାର୍ଡ କିମ୍ବା ନେଟ ବ୍ୟାଙ୍କିଙ୍ଗ ମାଧ୍ୟମରେ ପଇଠ କରିପାରିବେ।

କିପରି ଆବେଦନ କରିବେ

ଏହି ପଦରେ ଆବେଦ କରିବା ପାଇଁ ପ୍ରାର୍ଥୀଙ୍କୁ ସାଉଥ ରେଲୱେ, ଚେନ୍ନାଇର ଅଫିସିଆଲ ୱେବସାଇଟ www.rrcmas.in  ରେ ଲଗଇନ କରିବାକୁ ପଡିବ। ଫର୍ମରେ ଦେଇଥିବା ସମସ୍ତ ଆବଶ୍ୟକୀୟ ତଥ୍ୟକୁ ପୂରଣ କରିବେ।

ଚୟନ ପଦ୍ଧତି

ଯୋଗ୍ୟ ପ୍ରାର୍ଥୀଙ୍କୁ ସେମାନଙ୍କର ମାର୍କ ଓ ସାକ୍ଷାତକାର ମାଧ୍ୟମରେ ଚୟନ କରାଯିବ।

ଏହି ବିଜ୍ଞପ୍ତି  ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ ସାଉଥ ରେଲୱେ, ଚେନ୍ନାଇର ଅଫିସିଆଲ ୱେବସାଇଟ www.rrcmas.in  ରେ ଲଗଇନ କରନ୍ତୁ।

#jobs #railway #apprentice

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon