• padmabati kund

ଆଇସିସିର ନିର୍ଦ୍ଦେଶ : ବିସିସିଆଇକୁ କ୍ଷତିପୂରଣ ଦେବ ପାକିସ୍ତାନ କ୍ରିକେଟ ବୋର୍ଡ


ଅନ୍ତଃରାଷ୍ଟ୍ରୀୟ କ୍ରିକେଟ ପରିଷଦ (ଆଇସିସି) ଗତ ବୁଧବାର ଦିନ ପାକିସ୍ତାନ କ୍ରିକେଟ ବୋର୍ଡକୁ ଭାରତୀୟ କ୍ରିକେଟ ବୋର୍ଡକୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛି। ଉଭୟ ଦେଶ ମଧ୍ୟରେ ସ୍ଵାକ୍ଷରିତ ହୋଇଥିବା ଦ୍ଵିପାକ୍ଷିକ ଶୃଙ୍ଖଳା ଖେଳାଯାଉନଥିବାରୁ ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ)କୁ ଦାୟୀ କରି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) କ୍ଷତିପୂରଣ ପାଇଁ ଆନ୍ତର୍ଜାତୀୟ କ୍ରି‌କେଟ ପରିଷଦ(ଆଇସିସି) ନିକଟରେ ମାମଲା ଦାୟର କରିଥିଲା। ଏହି ମାମଲାରେ ବିସିସିଆଇ ବିଜୟ ହୋଇଥିଲା।

ତେବେ ଆଇସିସିରେ ଏହି ମାମଲା ଲଢ଼ିବା ପାଇଁ ଯେଉଁ ଖର୍ଚ୍ଚ ହୋଇଛି ତା’ର କ୍ଷତି ଭରଣା ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ ବିପକ୍ଷରେ ବିସିସିଆଇ ଓଲଟା ମାମଲା ଦାୟର କରିଥିଲା। ବୁଧବାର ଏହି ମାମଲାର ରାୟ ଶୁଣାଇ ବିସିସିଆଇକୁ ଦାବି ଅର୍ଥର ୬୦ ପ୍ରତିଶତ କ୍ଷତିପୂରଣ ପ୍ରଦାନ କରିବାକୁ ପାକିସ୍ତାନ କ୍ରିକେଟ ବୋର୍ଡକୁ ଆଇସିସି ନିର୍ଦେଶ ଦେଇଛି।

ପାକିସ୍ତାନ କ୍ରିକେଟ ବୋର୍ଡର ଏହି ଅଭିଯୋଗ ପାଇଁ ବିସିସିଆଇ ଆଦାଲତ କାର୍ଯ୍ୟରେ ୧୫ କୋଟି ଟଙ୍କା ଖର୍ଚ୍ଚ କରିଥିଲା। ଏହାର କ୍ଷତି ପୂରଣ ପାଇଁ ବିସିସିଆଇ ମଧ୍ୟ ଆଇସିସିର ଦ୍ଵାରସ୍ଥ ହୋଇଥିଲା। ଆଇସିସିର ବିବାଦ ସମାଧାନ କମିଟି (DRC) ବୁଧବାର ଘୋଷଣା କରିଛି ଯେ, ବିସିସିଆଇ ଦାବି କରିଥିବା କ୍ଷତିପୂରଣର 60ପ୍ରତିଶତ ସହ ପ୍ରଶାସନିକ ଖର୍ଚ୍ଚ ଓ ପ୍ୟାନେଲ ଖର୍ଚ୍ଚ ପାକିସ୍ତାନ କ୍ରିକେଟ ବୋର୍ଡ ପ୍ରଦାନ କରିବ। ପ୍ରଶାସନିକ

ଖର୍ଚ୍ଚ ଓ ପ୍ୟାନେଲ ଖର୍ଚ୍ଚର 40% ବିସିସିଆଇ ବହନ କରିବ।

ଉଭୟ ଦେଶ ମଧ୍ୟରେ ୨୦୧୫ରୁ ୨୦୨୩ ମଧ୍ୟରେ ଛଅଟି ଦ୍ଵିପାକ୍ଷିକ ଶୃଙ୍ଖଳା ଖେଳିବା ନେଇ ଚୁକ୍ତି ହୋଇଥିଲା। ହେଲେ ଉଭୟ ଦେଶ ମଧ୍ୟରେ ଥିବା ତିକ୍ତ ସମ୍ପର୍କ ଯୋଗୁଁ ପାକିସ୍ତାନ ବିପକ୍ଷରେ ଦ୍ଵିପାକ୍ଷିକ ସିରିଜ ଖେଳିବାକୁ ଭାରତ ସରକାର ଅନୁମତି ଦେଇନଥିଲେ। ଭାରତ ଦ୍ଵିପାକ୍ଷିକ କ୍ରିକେଟ ସିରିଜ ନଖେଳିବାରୁ ବହୁତ ଆର୍ଥିକ କ୍ଷତି ସହିବାକୁ ପଡିଛି ବୋଲି ଅଭିଯୋଗ କରି ବିସିସିଆଇ ଠାରୁ ପାକିସ୍ତାନ କ୍ରିକେଟ ବୋର୍ଡ 447କୋଟି କ୍ଷତିପୂରଣ ଦାବି କରିଥିଲା।

ଏହାର ସମାଧାନ ପାଇଁ ଆଇସିସି ଏକ ତିନି ଜଣିଆ କମିଟି ଗଠନ କରିଥିଲା। ଦୁବାଇରେ ଥିବା ଆଇସିସି ମୁଖ୍ୟ କାର୍ଯ୍ୟାଳୟରେ ଏହାର ଶୁଣାଣି ଅକ୍ଟୋବର 1 ତାରିଖରୁ 3 ତାରିଖ ପର୍ଯ୍ୟନ୍ତ କରଯାଇଥିଲା।

ଭାରତ ନିଜ ପକ୍ଷରେ ଯୁକ୍ତି କରି କହିଥିଲା ଯେ, ଆମେ ଖେଳିବା ଲାଗି ଚୁକ୍ତି କରିଥିଲୁ, କିନ୍ତୁ ଏଥିରେ କୌଣସି ଆର୍ଥିକ ଦେଣନେଣକୁ ନେଇ କିଛି ଚୁକ୍ତି ହୋଇନଥିଲା। ପରେ ଆଇସିସିର କମିଟି ପାକିସ୍ତାନ କ୍ରିକେଟ ବୋର୍ଡର ଏହି ଅଭିଯୋଗକୁ ଖାରଜ କରିଦେଇଥିଲେ।

#cricket #BCCI #PCB

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon