• padmabati kund

ପ୍ରଥମ ସପ୍ତାହାନ୍ତରେ ₹90କୋଟି ଯାଏଁ ରୋଜଗାର କରିପାରେ ଶାହରୁଖଙ୍କ ‘ଜିରୋ’


(ବେତାର ବ୍ୟୁରୋ) ବଲିଉଡ ଅଭିନେତା ଶାହରୁଖ ଖାନ, କାଟ୍ରିନା କୈଫ ଓ ଅନୁଷ୍କା ଶର୍ମାଙ୍କ ଅଭିନୀତ ଫିଲ୍ମ ‘ଜିରୋ’କୁ ଦର୍ଶକମାନେ ବହୁ ଆଗ୍ରହ ସହ ଚାହିଁରହିଛନ୍ତି। ଏହି ଫିଲ୍ମଟି ଡିସେମ୍ବର 21 ତାରିଖ ଶୁକ୍ରବାର ଦିନ ପ୍ରେକ୍ଷାଳୟରେ ରିଲିଜ ହେବାକୁ ଯାଉଛି। ଫିଲ୍ମକୁ ନେଇ ଦର୍ଶକଙ୍କ ଭିତରେ ଥିବା ଉତ୍ସୁକତାକୁ ଦେଖି ଫିଲ୍ମ ରିଲିଜ ହେବାର ପାଞ୍ଚଦିନ ଆଗରୁ ଏହାର ଆଗୁଆ ବୁକିଙ୍ଗ ମଧ୍ୟ ଆରମ୍ଭ କରି ଦିଆ ଯାଇଥିଲା। ତେବେ ଏହି ଆଗୁଆ ବୁକିଙ୍ଗକୁ ଆଖି ଆଗରେ ରଖି ଫିଲ୍ମଟି ପ୍ରଥମ ଦିନରେ ଖୁବ ଭଲ ରୋଜଗାର କରିବା ବୋଲି ଅନୁମାନ କରାଯାଉଛି।

ଫିଲ୍ମଟି ପ୍ରଥମ ସପ୍ତାହରେ ଓ ପ୍ରଥମ ଦିନରେ କେତେ ରୋଜଗାର କରିବ ସେ ନେଇ ଟ୍ରେଡ ବିଶେଷଜ୍ଞମାନେ ନିଜର ମତ ଦେଇଛନ୍ତି। ଟ୍ରେଡ ବିଶେଷଜ୍ଞ ସୁନୀଲ କଡେଲଙ୍କ ମତରେ, ‘ଶାହରୁଖଙ୍କ  ‘ଜିରୋ’କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସୁକତା ଦେଖିବାକୁ ମିଳିଛି। ଏହି ଫିଲ୍ମ ପ୍ରଥମ ଦିନରେ ବକ୍ସଅଫିସରେ 35ରୁ 40କୋଟି ମଧ୍ୟରେ ରୋଜଗାର କରିପାରେ।“ ସେହିପରି ଟ୍ରେଡ ବିଶେଷଜ୍ଞ ଉମୋଦ ମେହେରାଙ୍କ ମତରେ ଏହି ଫିଲ୍ମ ପ୍ରଥମ ସପ୍ତାହରେ ପ୍ରାୟ 90କୋଟି ଟଙ୍କା ରୋଜଗାର କରିପାରେ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ସପ୍ତାହରେ କିଛି ବି ଖାସ ଛୁଟିର ଅବସର ନାହିଁ। ଏପରି ସମୟରେ ଫିଲ୍ମଟି ରିଲିଜ କରାଯାଉଛି ଓ ଏହାର ଆଗୁଆ ବୁକିଙ୍ଗକୁ ଦେଖି ଏହା ଭଲ ରୋଜଗାର କରିବ ବୋଲି ଆଶା କରାଯାଉଛି। ସମଗ୍ର ଭାରତରେ ଫିଲ୍ମଟି ମୋଟ 3,800 ରୁ 4,000ଟି ହଲରେ ରିଲିଜ ହେବ।   

ପୂର୍ବରୁ ରିଲିଜ ହୋଇଥିବା ଏହାର ଟ୍ରେଲରକୁ ଓ ଏହାର ଗୀତକୁ ଦର୍ଶକମାନେ ଖୁବ ପସନ୍ଦ କରିଛନ୍ତି। ଖାସକରି ଏଥିରେ ଶାହରୁଖ ଖାନଙ୍କ ବାମନ ଚରିତ୍ରକୁ ଦେଖିବା ପାଇଁ ଦର୍ଶକଙ୍କ ମନରେ ଅଧିକ ଆଗ୍ରହ ରହିଛି। ଗତବର୍ଷ ରିଲିଜ ହୋଇଥିବା ଶାହରୁଖଙ୍କ ଫିଲ୍ମ ‘ଜବ ହ୍ୟାରୀ ମେଟ ସେଜଲ’ ଦର୍ଶକଙ୍କୁ ନିରାଶ କରିଥିବା ବେଳେ ଏହି ଫିଲ୍ମଟିକୁ ନେଇ ସମସ୍ତେ ଖୁବ ଆଶାବାଦୀ ଅଛନ୍ତି।

ବାମନ ଜିରୋ

‘ଜିରୋ’ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିବାର ମୁଖ୍ୟ କାରଣ ହେଉଛି, ଶାହରୁଖ ଖାନଙ୍କ ବାମନ ରୂପ। 5ଫୁଟ 5ଇଞ୍ଚ ଶାହରୁଖ କିପରି ବାମନ ହେଲେ, ଏହି କଥାଟି ଦର୍ଶକଙ୍କୁ ଫିଲ୍ମ ଆଡକୁ ଅଧିକ ଆକର୍ଷିତ କରୁଛି। ଶାହରୁଖ ଆଗରୁ ଏପରି ଚରିତ୍ରରେ କେବେ ଅଭିନୟ କରିନାହାନ୍ତି। ଏହାବ୍ୟତୀତ ଏଥିରେ ଅନୁଷ୍କା ଜଣେ ଭିନ୍ନକ୍ଷମ ଝିଅ ଚରିତ୍ରରେ ଅଭିନୟ କରିଛନ୍ତି ଓ ସେ ନାସାର ଜଣେ ବୈଜ୍ଞାନିକର ଅଭିନୟ କରିଛନ୍ତି।

ଏହାସହିତ ଫିଲ୍ମରେ ସଲମାନଙ୍କ ସହିତ ଶାହରୁଖଙ୍କ ଡ୍ୟାନ୍ସ ମଧ୍ୟ ବେଶ ଚର୍ଚ୍ଚାରେ ଅଛି। ସଲମାନ ଖାନଙ୍କୁ ଏଥିରେ ଅତିଥି କଳାକାର ଭୂମିକାରେ ଦେଖିବାକୁ ମିଳିବ। ତେବେ ପୂର୍ବରୁ ଶାହରୁଖ ଖାନ, ଅନୁଷ୍କା ଶର୍ମା ଓ କାଟ୍ରିନାଙ୍କ ଯୋଡିକୁ ‘ଯବ ତକ ହେ ଜାନ’ରେ ଦେଖିବାକୁ ମିଳିଥିଲା। ଏହି ତିନିଜଣ ପୁଣି ନିଜ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ମନ କିଣିବେ ବୋଲି ଆଶା ରଖାଯାଇଛି।  

ତିନି ଖାନଙ୍କ ମଧ୍ୟରୁ ଚଳିତବର୍ଷ ସଲମାନ ଓ ଅମୀରଖାନଙ୍କ ଫିଲ୍ମ ଦୁଇଟି ବିଶେଷ ସଫଳତା ଲାଭ କରିପାରିନଥିଲା।ତେବେ ଫିଲ୍ମର କାହାଣୀ ଓ ନିର୍ଦ୍ଦେଶନା ଭଲ ହେଇଥିବାରୁ ଶାହରୁଖଙ୍କ ଫିଲ୍ମ ଭଲ ବ୍ୟବସାୟ କରିବାର ଆଶା କରାଯାଉଛି।

#entertainment #zero #shaharukhkhan

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon