• padmabati kund

ଶୀତଦିନେ ସୂର୍ଯ୍ୟମୁଖୀ ତେଲ ବ୍ୟବହାରରୁ ମିଳେ ଏହିସବୁ ଫାଇଦା


(ବେତାର ବ୍ୟୁରୋ) ଶୀତଦିନେ ତ୍ଵଚା ଶୁଷ୍କ ହୋଇଯାଇଥାଏ। ଶୁଷ୍କ ତ୍ଵଚାରୁ ରକ୍ଷା ପାଇବା ପାଇଁ ତେଲ ଲଗାଇଥାଉ। ତେବେ ଏହି ତେଲଗୁଡିକ ମଧ୍ୟରୁ ସୂର୍ଯ୍ୟମୁଖୀ ତେଲ ଲଗାଇଲେ ଅନେକ ଲାଭ ମିଳିଥାଏ। ଶୀତଦିନେ ସୂର୍ଯ୍ୟମୁଖୀ ତେଲକୁ ମୁହଁରେ ସ୍କ୍ରବ କରିବା ଦ୍ଵାରା ତ୍ଵଚାର ରଙ୍ଗ ଉଜ୍ଜ୍ଵଳ ହୋଇଥାଏ। ସୂର୍ଯ୍ୟମୁଖୀ ମଞ୍ଜିରେ ଅଧିକ ମାତ୍ରାରେ ଭିଟାମିନ-ଇ ଓ ଏହାସହିତ ଅନେକ ଖଣିଜ ପଦାର୍ଥ ରହିଥାଏ। ଯାହାକି ମଣିଷକୁ ସୁସ୍ଥ ରଖିବାରେ ବିଶେଷ ସହାୟକ ହୋଇଥାଏ।

ଶୀତଦିନେ ଚେହେରାର ଉଜ୍ଜ୍ଵଳତା କମିଯାଇଥାଏ ଓ ଏହା ଶୁଷ୍କ ଦେଖାଯାଇଥାଏ। ଯଦି ଶୀତଦିନେ ସୂର୍ଯ୍ୟମୁଖୀ ତେଲକୁ ବ୍ୟବହାର କରିବେ ତେବେ ଅନେକ ଫାଇଦା ପାଇପାରିବେ।

୧.ମୁହଁର ସୌନ୍ଦର୍ଯ୍ୟ ବଢାଇଥାଏ: ଶୀତଦିନେ ତ୍ଵଚା ଶୁଖିଲା ହୋଇଯାଇଥାଏ ଓ ମୁହଁର ଉଜ୍ଜ୍ଵଳତା କମିଯାଇଥାଏ। ମୁହଁର ଉଜ୍ଜ୍ଵଳତାକୁ ଫେରାଇ ଆଣିବା ପାଇଁ ସୂର୍ଯ୍ୟମୁଖୀ ତେଲର ବ୍ୟବହାର କରିପାରିବେ। ସୂର୍ଯ୍ୟମୁଖୀ ତେଲ ସହିତ ବାଦାମ ପେଷ୍ଟ, ମଲାଇ, ଗୋଲାପଜଳ, ମଶୁର ଡାଲିର ପେଷ୍ଟ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହାକୁ ଚେହେରାରେ ଲଗାନ୍ତୁ ଓ ପାଞ୍ଚ ମିନିଟ ପରେ ମୁହଁକୁ ଧୋଇଦିଅନ୍ତୁ।

୨.କେଶର ଯତ୍ନ ନେଇଥାଏ: ଶୀତଦିନେ ମଣିଷର ତ୍ଵଚା ବ୍ୟତୀତ କେଶ ମଧ୍ୟ ଖରାପ ହୋଇଥାଏ। ଏଥିରେ ରୁପି ଆଦି ସମସ୍ୟା ମଧ୍ୟ ଦେଖାଯାଇଥାଏ। ଏହି ସମସ୍ୟାକୁ ଦୂର କରିବା ପାଇଁ ଓ କେଶକୁ ସୁସ୍ଥ ରଖିବା ପାଇଁ ଆପଣ ସୂର୍ଯ୍ୟମୁଖୀ ତେଲର ବ୍ୟବହାର କରିପାରିବେ। ଏହା ପ୍ରାକୃତିକ କଣ୍ଡିଶନର ଭାବେ କାମ କରିଥାଏ। କେଶ ଧୋଇବା ଆଗରୁ ଆପଣ ଏହି ତେଲର ମଧ୍ୟ ବ୍ୟବହାର କରିପାରିବେ।

୩.ଏକଜିମା ଦୂର କରିଥାଏ: ସୂର୍ଯ୍ୟମୁଖୀ ମଞ୍ଜିରେ ଫ୍ୟାଟି ଏସିଡ ରହିଥାଏ। ଯାହାକି ତ୍ଵଚାକୁ ବ୍ୟାକ୍ଟେରିଆ ଠାରୁ ଦୂରେଇ ରଖିଥାଏ। ଏହାସହିତ ଏକଜିମାକୁ ମଧ୍ୟ ଏହା ଦୂରେଇ ରଖିଥାଏ। ମଣିଷର ତ୍ଵଚାକୁ ସୁସ୍ଥ ରଖିବାରେ ଏହା ଗୁରୁତ୍ଵପୂର୍ଣ୍ଣ ଭୂମିକା ନିଭାଇଥାଏ।

୪.ମାନସିକ ଚାପ ଓ ମୁଣ୍ଡବିନ୍ଧା ଦୂର କରିଥାଏ: ସୂର୍ଯ୍ୟମୁଖୀ ତେଲରେ ମାଗ୍ନେସିୟମ ରହିଥାଏ। ଏହା ଆମର ମସ୍ତିସ୍କକୁ ଥଣ୍ଡା ରଖିବାରେ ସାହାଯ୍ୟ କରିଥାଏ ଓ ମାନସିକ ଚାପକୁ ଦୂରେଇ ରଖିଥାଏ।

୫.କ୍ୟାନସର ଦୂର କରିଥାଏ: କ୍ୟାନସର ପରି  ବଡ ରୋଗକୁ ଦୂର କରିବାରେ ଏହା ସାହାଯ୍ୟ କରିଥାଏ। ଏଥିରେ ଭିଟାମିନ-ଇ ସହିତ ଫାଇଟୋ କେମିକାଲ ରହିଥାଏ। ଏହାକୁ ଖାଦ୍ୟରେ ବ୍ୟବହାର କରିବା ଦ୍ଵାରା କ୍ୟାନସର ରୋଗ ଦୂରେଇ ଯାଇଥାଏ।

୬.ଶରୀରକୁ ପ୍ରୋଟିନ ଯୋଗାଇଥାଏ: ଏହି ତେଲରେ ପ୍ରୋଟିନ ରହିଥାଏ। ଏହାକୁ ଖାଦ୍ୟରେ ବ୍ୟବହାର କରିବା ଦ୍ଵାରା ଶରୀରକୁ ଯୋଗାଇଥାଏ। ଏହାସହିତ ଶରୀରରେ ଏନଜାଇମ ଓ ହରମୋନ ବଢିବାରେ ମଧ୍ୟ ସାହାଯ୍ୟ କରିଥାଏ।

୭.ରୋଗପ୍ରତିରୋଧକ ଶକ୍ତି ବଢାଇଥାଏ: ଶୀତଦିନେ ଅଧିକାଂଶ ଲୋକଙ୍କୁ ଖୁବ ଶୀଘ୍ର ଥଣ୍ଡା, ଜ୍ଵର ଓ କାଶ ହୋଇଥାଏ। ଏହାବ୍ୟତୀତ ସଂକ୍ରମଣ ହେବାର ଆଶଙ୍କା ମଧ୍ୟ ବହୁତ ରହିଥାଏ। ତେବେ ଶରୀରର ରୋଗ ପ୍ରତିରୋଷକ ଶକ୍ତି ବଢିବା ପାଇଁ ସୂର୍ଯ୍ୟମୁଖୀ ତେଲର ବ୍ୟବହାର କରନ୍ତୁ।

#health #wintercare #sunfloweroil

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon