• padmabati kund

ସ୍ମାର୍ଟଫୋନରେ ଫଟୋ ଉଠାଉଥିଲେ ଜାଣିରଖନ୍ତୁ ଏହି 3 ଟିପ୍ସ


(ବେତାର ବ୍ୟୁରୋ) ବର୍ତ୍ତମାନ ସ୍ମାର୍ଟଫୋନ ଗୁଡିକରେ କ୍ୟାମେରାର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ। ଲୋକମାନେ ସ୍ମାର୍ଟଫୋନ କିଣିବା ସମୟରେ କ୍ୟାମେରା ଉପରେ ବିଶେଷ ଧ୍ୟାନ ଦେଇଥାଆନ୍ତି। କିଛି ଲୋକ କେବଳ ଫଟୋ ଉଠାଇବା ପାଇଁ ଭଲ କ୍ୟାମେରା ଥିବା ଫୋନ କିଣିଥାନ୍ତି। ଦିନକୁ ଦିନ ଟେକ୍ନୋଲୋଜିର ବିକାଶ ହେବା ସହିତ ସ୍ମାର୍ଟଫୋନ ଗୁଡିକର କ୍ୟାମେରା ମଧ୍ୟ ଅଧିକ ଆଡଭାନ୍ସ ହେବାରେ ଲାଗିଛି। ବର୍ତ୍ତମାନ ଅଧିକାଂଶ ମୋବାଇଲ କ୍ୟାମେରାରେ ଭଲ ଫଟୋ ଉଠାଇ ପାରୁଛେ। କିନ୍ତୁ କ୍ୟାମେରାର ସେଟିଙ୍ଗ ଯୋଗୁଁ ବେଳେ ବେଳେ ଫଟୋ ଖରାପ ହୋଇଯାଇଥାଏ।

ତେବେ ନିଜ ସ୍ମାର୍ଟଫୋନରେ ଭଲ ଫଟୋ ନେବା ପାଇଁ ଆପଣଙ୍କ ମୋବାଇଲ କ୍ୟାମେରାର ସେଟିଙ୍ଗକୁ ଠିକ କରିଇବାକୁ ପଡିବ। ମୋବାଇଲରେ ଫଟୋ ଉଠିବା ସମୟରେ କେଉଁ କେଉଁ କଥା ଉପରେ ଧ୍ୟାନ ଦେବେ ଜାଣନ୍ତୁ।

୧.ପୋଟ୍ରେଟ ଫଟୋ: ଅଧିକାଂଶ ଲୋକ ଏହି ମୋଡରେ ଫଟୋ ଉଠାଇଥାନ୍ତି। ତେବେ ଏହି ପୋଟ୍ରେଟ ମୋଡରେ ଫଟୋ ଉଠାଇବା ସମୟରେ ଆପଣଙ୍କୁ କିଛି କଥା ପ୍ରତି ଧ୍ୟାନ ଦେବାକୁ ପଡିବ। ଏହି ମୋଡରେ ଫଟୋ ଉଠିବା ସମୟରେ ଆଲୋକ ଅଧିକ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିଭାଇଥାଏ। ଯାହାର ଫଟୋ ଉଠାଉଛନ୍ତି ତାଙ୍କୁ ସବୁବେଳେ ଆଲୋକ ସାମ୍ନାରେ ରଖନ୍ତୁ।

ପୋଟ୍ରେଟ ମୋଡରେ ଫଟୋ ଉଠାଇବା ସମୟରେ ବ୍ୟକ୍ତିଙ୍କର ମୁଣ୍ଡ ଓ ଚେହେରାର ଚାରିପାଖରେ କିଛି ଖାଲିସ୍ଥାନ ଛାଡନ୍ତୁ। ଭଲ ଫଟୋ ଉଠାଇବା ପାଇଁ ସବୁବେଳେ କ୍ୟାମେରା ଉପରେ ଟ୍ୟାପ  କରି ଫୋକସ କରନ୍ତୁ ଏବଂ ଆବଶ୍ୟକ ନଥିଲେ ଫ୍ଲାସର ବ୍ୟବହାର କରନ୍ତୁ ନାହିଁ।

୨.ଆକ୍ସନ ଫଟୋ: ଅନେକ ସମୟରେ ଏପରି ଜିନିଷର ଫଟୋ ନେବାକୁ ପଡିଥାଏ ଯାହାକି ଗୋଟିଏ ସ୍ଥାନରେ ସ୍ଥିର ରହିନଥାଏ। ଏହାକୁ ଆକ୍ସନ ଫଟୋ କୁହାଯାଏ। ଆକ୍ସନ ଫଟୋ ନେବା ସମୟରେ ଫଟୋ ଗୁଡିକ ବ୍ଲର ହୋଇଯାଇଥାଏ। ଏଥିପାଇଁ ଏପରି ଫଟୋ ଉଠିବା ସମୟରେ ଆପଣଙ୍କୁ ଧୈର୍ଯ୍ୟ ରଖିବାକୁ ପଡିବ। ମୋବାଇଲ କ୍ୟାମେରାରେ ଥିବା ବ୍ରଷ୍ଟ ମୋଡର ବ୍ୟବହାର କରନ୍ତୁ।

୩.ଲ୍ୟାଣ୍ଡସ୍କେପ ଫଟୋ: ଯେତେବେଳେ ଆମେ କୌଣସି ସୁନ୍ଦର ସ୍ଥାନକୁ ଯାଇଥାଉ, ମନେରଖିବା ପାଇଁ ସେହି ସ୍ଥାନର ଫଟୋ ଉଠାଇଥାଉ। ଏପରି ସୁନ୍ଦର ସ୍ଥାନର ଫଟୋ ଉଠାଇବା ପାଇଁ ଅଧିକାଂଶ ଲୋକ ମୋବାଇଲକୁ ସିଧା ନଧରି ବଙ୍କା ଧରି ଉଠାଇଥାନ୍ତି। ଏହାକୁ ଲ୍ୟାଣ୍ଡସ୍କେପ ଫଟୋ କୁହାଯାଏ। ଲ୍ୟାଣ୍ଡସ୍କେପ ଫଟୋ  ଉଠାଇବା ସମୟରେ ଆଲୋକ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିଭାଇଥାଏ। ଏପରି ଫଟୋ ଉଠାଇବା ପାଇଁ ସବୁଠୁ ଭଲ ସମୟ ହେଉଛି ସୂର୍ଯ୍ୟଉଦୟ ପୂର୍ବରୁ ଓ ସୂର୍ଯ୍ୟାସ୍ତ ସମୟରେ।

ଲ୍ୟାଣ୍ଡସ୍କେପ ଫଟୋକୁ ସୁନ୍ଦର କରିବା ପାଇଁ ମୋବାଇଲରେ ଥିବା ‘ବିଲ୍ଟ ଇନ ଗ୍ରୀଡ ଲାଇନ’ର ଅପ୍ସନକୁ ମଧ୍ୟ ବ୍ୟବହାର କରିପାରିବେ। ବ୍ରାଇଟନେସ ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଅନ୍ତୁ। ଫଟୋର ସୁନ୍ଦରତା ବଢିବା ପାଇଁ ସବୁବେଳେ ପ୍ରାକୃତିକ ଆଲୋକର ବ୍ୟବହାର କରନ୍ତୁ। ଫ୍ଲାଶ ଲାଇଟର ବ୍ୟବହାର ଅଧିକ କରନ୍ତୁ ନାହିଁ।

#mobile #camera #photography

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon