• ବେତାର ବ୍ୟୁରୋ

ହେଭି ଇଞ୍ଜିନିୟରିଙ୍ଗ କର୍ପୋ.ରେ ITI, +2 ପାଇଁ 150ଟି ପଦ


(ବେତାର ବ୍ୟୁରୋ) ଭାରତର ସବୁଠାରୁ ବଡ ଇଞ୍ଜିନିୟରିଙ୍ଗ କମ୍ପ୍ଲେକ୍ସ ଓ କେନ୍ଦ୍ର ସରକାରଙ୍କର ପବ୍ଲିକ ସେକ୍ଟର ଏଣ୍ଟରପ୍ରାଇଜେସ ହେଭି ଇଞ୍ଜିନିୟରିଙ୍ଗ କର୍ପୋରେସନ ଲିମିଟେଡ ତରଫରୁ ନନ୍ ଏକଜ୍ୟୁକେଟିଭ ଟ୍ରେନି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦ ଗୁଡିକରେ ଆବେଦନ କରିବାକୁ ଚାହୁଁଥିବା ଆଗ୍ରହୀ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ। ଏହି ନିଯୁକ୍ତି ରାଞ୍ଚିରେ ହେବ।

ଆବେଦନ ତାରିଖ

ଏହି ପଦବୀରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ଆସନ୍ତା ଜାନୁୟାରୀ ମାସ 8 ତାରିଖ ମଧ୍ୟରେ ଆବେଦନ କରିପାରିବେ।

ପଦବୀ ସଂଖ୍ୟା

ଏହି ବିଜ୍ଞପ୍ତିରେ ନନ୍ ଏକଜ୍ୟୁକେଟିଭ ଟ୍ରେନି ପାଇଁ ମୋଟ 150ଟି ପଦବୀ ପ୍ରକାଶ ପାଇଛି। ସେଥିମଧ୍ୟରୁ ଆଇଟିଆଇ ଟ୍ରେନି ପାଇଁ 65ଟି, ଡିପ୍ଲୋମା ଇଞ୍ଜିନିୟର ଟ୍ରେନି ପାଇଁ 55ଟି, ପର୍ସନେଲ ଟ୍ରେନି ପାଇଁ 18ଟି, ଫାଇନାନ୍ସ ଟ୍ରେନି ପାଇଁ 8ଟି ଓ ଆଇ.ଟି ଟ୍ରେନି ପାଇଁ 4ଟି ପଦବୀ ରହିଛି।

ଦରମା

ଯୋଗ୍ୟ ପ୍ରାର୍ଥୀଙ୍କୁ ତିନିବର୍ଷ ପାଇଁ ଟ୍ରେନିଙ୍ଗ ଦିଆଯିବ। ଏହି ଟ୍ରେନିଙ୍ଗ ସମୟରେ ପ୍ରାର୍ଥୀଙ୍କୁ ଷ୍ଟାଇପେଣ୍ଡ ପ୍ରଦାନ କରାଯିବ। ଆଇଟିଆଇ ଟ୍ରେନି ପ୍ରାର୍ଥୀଙ୍କୁ ଟ୍ରେନିଙ୍ଗର ପ୍ରଥମ ବର୍ଷରେ ଟ.6,000, ଦ୍ଵିତୀୟ ବର୍ଷରେ ଟ.7,000 ଓ ତୃତୀୟ ବର୍ଷରେ ଟ.8,000 ଷ୍ଟାଇପେଣ୍ଡ ପ୍ରଦାନ କରାଯିବ। ସେହିପରି ଡିପ୍ଲୋମା ଇଞ୍ଜିନିୟର ଟ୍ରେନିଙ୍କୁ ପ୍ରଥମ ବର୍ଷରେ ଟ.8,000, ଦ୍ଵିତୀୟ ବର୍ଷରେ ଟ.9,000 ଓ ତୃତୀୟ ବର୍ଷରେ ଟ.10,000 ଷ୍ଟାଇପେଣ୍ଡ ପ୍ରଦାନ କରାଯିବ। ପର୍ସନେଲ ଟ୍ରେନି, ଫାଇନାନ୍ସ ଟ୍ରେନି ଓ ଆଇ.ଟି ଟ୍ରେନି ପ୍ରାର୍ଥୀଙ୍କୁ ପ୍ରଥମ ବର୍ଷରେ ଟ.10,000, ଦ୍ଵିତୀୟ ବର୍ଷରେ ଟ.11,000 ଓ ତୃତୀୟ ବର୍ଷରେ ଟ.12,000 ଷ୍ଟାଇପେଣ୍ଡ ପ୍ରଦାନ କରାଯିବ।   

ବୟସସୀମା

ଏହି ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ଡିସେମ୍ବର 1 ତାରିଖ 2018 ସୁଦ୍ଧା ସର୍ବାଧିକ 28ବର୍ଷ ହୋଇଥିବା ଆବଶ୍ୟକ। ଅନୁସୂଚିତ ଜାତି ଓ ଜନଜାତିର ପ୍ରାର୍ଥୀଙ୍କ ପାଇଁ ବୟସସୀମା 5ବର୍ଷ କୋହଳ କରାଯିବ ଏବଂ ଓ.ବି.ସି ପ୍ରାର୍ଥୀଙ୍କ ପାଇଁ 3ବର୍ଷ କୋହଳ କରାଯିବ।

ଶିକ୍ଷାଗତ ଯୋଗ୍ୟତା

ଆଇଟିଆଇ ଟ୍ରେନି ପଦରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ମାଟ୍ରିକ ପାସ କରିବା ସହିତ NCVT/SCVT ସ୍ଵୀକୃତିପ୍ରାପ୍ତ ଅନୁଷ୍ଠାନରୁ ଆଇଟିଆଇ ପାସ କରିଥିବା ଆବଶ୍ୟକ। ସେହିପରି ଡିପ୍ଲୋମା ଇଞ୍ଜିନିୟର ଟ୍ରେନି ପାଇଁ ଇଞ୍ଜିନିୟରିଙ୍ଗରେ ଡିପ୍ଲୋମା ପାସ କରିଥିବା ଆବଶ୍ୟକ।

ପର୍ସନେଲ ଟ୍ରେନି ପଦ ପାଇଁ ପର୍ସନେଲ ମ୍ୟାନେଜମେଣ୍ଟରେ MBA ପାସ କରିଥିବା ଆବଶ୍ୟକ ଓ ଫାଇନାନ୍ସ ଟ୍ରେନି ପଦ ପାଇଁ ଫାଇନାନ୍ସରେ MBA ପାସ କରିଥିବା ଆବଶ୍ୟକ। ଆଇ.ଟି ଟ୍ରେନି ପଦ ପାଇଁ ପ୍ରାର୍ଥୀ ITରେ B.tech କିମ୍ବା MCA ପାସ କରିଥିବା ଆବଶ୍ୟକ।

ଆବେଦନ ଫି

ଆବେଦନ କରିବା ପାଇଁ ଫି’ ବାବଦରେ ପ୍ରାର୍ଥୀଙ୍କୁ ଟ.800 ଦେବାକୁ ପଡିବ। ଅନୁସୂଚିତ ଜାତି, ଜନଜାତି ଓ ଶାରୀରିକ ଭାବେ ଅକ୍ଷମ ପ୍ରାର୍ଥୀଙ୍କୁ କୌଣସି ଫି’ ଦେବାକୁ ପଡିବ ନାହିଁ।

କିପରି ଆବେଦନ କରିବେ

ଏହି ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ HECର ଅଫିସିଆଲ ୱେବସାଇଟ http://hecltd.com/jobs-at-hec.php ରେ ଲଗଇନ କରିବାକୁ ପଡିବ। ପ୍ରାର୍ଥୀଙ୍କର ବୈଧ ଇ-ମେଲ ଆଇଡି, ମୋବାଇଲ ନମ୍ବର ଥିବା ଆବଶ୍ୟକ। ପାସପୋର୍ଟ ସାଇଜ ଫଟୋର ସ୍କାନ କପି ଓ ଦସ୍ତଖତର ସ୍କାନ କପି ଦେବାକୁ ପଡିବ।

ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ HECର ଅଫିସିଆଲ ୱେବସାଇଟ http://www.hecltd.com ରେ ଲଗଇନ କରନ୍ତୁ।

#jobs #HEClimited

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon