• padmabati kund

ଗହଣା କିଣିବାକୁ ଯାଉଛନ୍ତି କି? ଜାଣିରଖନ୍ତୁ ଏହି 5 କଥା


(ବେତାର ବ୍ୟୁରୋ) ବିବାହ ପାଇଁ ହେଉ ବା କୌଣସି ପାର୍ଟିକୁ ଯିବା ପାଇଁ ମହିଳାମାନେ ସପିଙ୍ଗ କରିବା ବହୁତ ପସନ୍ଦ କରିଥାନ୍ତି। ସବୁ ଜିନିଷକୁ ଦେଖି ପରଖି କିଣିବାକୁ ସେମାନେ ପସନ୍ଦ କରିଥାନ୍ତି। ଯଦି ବିବାହ ପାଇଁ ସପିଙ୍ଗ କରିବାକୁ ଯାଉଛନ୍ତି ତେବେ ଲେହେଙ୍ଗା ଠାରୁ ଆରମ୍ଭ କରି ଜୋତା, ମେକଅପ ସାମଗ୍ରୀ, ଗହଣା ଆଦି ମୁଖ୍ୟ ସାମଗ୍ରୀ ହୋଇଥାଏ। କାରଣ ଏଥିମଧ୍ୟରୁ କୌଣସି ଗୋଟିଏ ଜିନିଷ ଖରାପ ଦେଖାଗଲେ ଆପଣଙ୍କ ଲୁକ ଖରାପ ହୋଇଯାଇଥାଏ। ସେଥିମଧ୍ୟରୁ ସବୁଠୁ ଅଧିକ ଜରୁରୀ ହେଉଛି ଗହଣା କିଣିବା।

ଯଦି ଆପଣ ଗହଣା କିଣିବା ପାଇଁ ଯାଉଛନ୍ତି, କିଣିବା ଆଗରୁ କିଛି ଟିପ୍ସ ଜାଣିରଖନ୍ତୁ। ଯାହା ଆପଣଙ୍କୁ ଭଲ ଗହଣା କିଣିବାରେ ସାହାଯ୍ୟ କରିବା ଓ ଆପଣଙ୍କୁ ଏକ ସଠିକ ଲୁକ ଦେଇପାରିବ।

୧.କିଣିବା ଆଗରୁ ପିନ୍ଧିକରି ଦେଖନ୍ତୁ: ଦୋକାନରେ ରଖାଯାଇଥିବା ସମସ୍ତ ଗହଣା ଦେଖିବାକୁ ଖୁବ ସୁନ୍ଦର ଲାଗିଥାଏ କିନ୍ତୁ ଏହାକୁ ପିନ୍ଧିଲା ପରେ ସେହିପରି ଭଲ ଦେଖାଯାଇନଥାଏ। କାରଣ ସବୁ ଗହଣା ସମସ୍ତଙ୍କୁ ମାନି ନଥାଏ। ତେଣୁ ଗହଣା କିଣିବା ଆଗରୁ ଦୋକାନରେ ଥରେ ପିନ୍ଧି ଦେଖନ୍ତୁ। ଯଦି ଏହା ଆପଣଙ୍କ ଉପରେ ଭଲ ଦେଖାଯାଉଛି ତେବେ ଏହାକୁ କିଣନ୍ତୁ।

୨.ପୋଷାକ ସହ ମିଶୁଥିବା ଗହଣା କିଣନ୍ତୁ: ଗହଣା କିଣିବା ସମୟରେ ଏହି କଥା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ ଯେ, ଆପଣ ଯେଉଁ ଗହଣା କିଣୁଛନ୍ତି ତାହା ଆପଣଙ୍କ ପୋଷାକ ସହିତ ମ୍ୟାଚ କରିବ ନା ମ୍ୟାଚ କରିବ ନାହିଁ। ସବୁବେଳେ ଏପରି ଗହଣା କିଣନ୍ତୁ ଯାହାକୁ ଆପଣ ସବୁପ୍ରକାରର ପୋଷାକରେ ପିନ୍ଧିପାରିବେ।

୩.ବଜେଟ ଉପରେ ଧ୍ୟାନ ଦିଅନ୍ତୁ: ଅନେକ ସମୟରେ କିଛି ଗହଣା ଆମକୁ ଅଧିକ ପସନ୍ଦ ଆସିଯାଇଥାଏ। କିନ୍ତୁ ତାହାର ମୂଲ୍ୟ ବହୁତ ଅଧିକ ହୋଇଥାଏ। ତେଣୁ ଦୋକାନରେ ସବୁବେଳେ ନିଜ ବଜେଟ ଭିତରେ ଗହଣା ଦେଖନ୍ତୁ ଓ ଭଲ ଲାଗୁଥିବା ଗହଣା କିଣନ୍ତୁ। ବେଳେବେଳେ ଆହୁରି ଭଲ ଗହଣା ମିଳିବ ଭାବି ଆମେ ପ୍ରଥମେ ପସନ୍ଦ କରିଥିବା ଗହଣାକୁ କିଣିନଥାଉ। ଏପରି କରନ୍ତୁ ନାହିଁ। ଯଦି ଆପଣଙ୍କୁ ଆପଣଙ୍କ ପସନ୍ଦର ଗହଣା ମିଳିଛି ଓ ଏହାର ମୂଲ୍ୟ ଆପଣଙ୍କ ବଜେଟ ମଧ୍ୟରେ ଅଛି ତେବେ ତୁରନ୍ତ କିଣିଦିଅନ୍ତୁ।

୪.ମେଟାଲ ଆଲର୍ଜି ଯାଞ୍ଚ କରନ୍ତୁ: କିଛି ଲୋକଙ୍କୁ ବିଭିନ୍ନ ପ୍ରକାରର ଧାତୁରେ ଆଲର୍ଜି ରହିଥାଏ। ଯଦି ଆପଣ ଏହା ନଜାଣି ସେହି ଧାତୁର ଗହଣା କିଣୁଛନ୍ତି ତେବେ ଆପଣଙ୍କ ଦେହରେ ଆଲର୍ଜି ହୋଇଯାଇଥାଏ। ତେଣୁ ଗହଣା କିଣିବା ଆଗରୁ ଏହା କେଉଁ ଧାତୁରେ ତିଆରି ହୋଇଛି ସେ ବିଷୟରେ ଜାଣିରଖନ୍ତୁ।

୫.ନିଜର ଉଚ୍ଚତା ଓ ମୁହଁର ଆକାର ଉପରେ ଧ୍ୟାନ ଦିଅନ୍ତୁ: ଗହଣା କିଣିବା ସମୟରେ ନିଜ ଚେହେରା ଓ ଉଚ୍ଚତା ଉପରେ ଧ୍ୟାନ ଦେବା ଜରୁରୀ। ଯଦି ଆପଣଙ୍କ ମୁହଁ ଛୋଟ ହୋଇଥାଏ ତେବେ ଅଧିକ ବଡ ଆକାରର ଗହଣା କିଣନ୍ତୁ ନାହିଁ। ସେହିପରି ଯଦି ଆପଣଙ୍କ ବୟସ କମ ହୋଇଥାଏ ତେବେ ପୁରୁଣା ଡିଜାଇନର ଗହଣା ନକିଣି କିଛି ନୂଆ ଓ ହଲକା ଗହଣା କିଣନ୍ତୁ।

#lifestyle #shopppingjewellary

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon