• padmabati kund

ହ୍ଵାଟସଅପରେ ଏହି 10ଟି କାମ କଲେ ହୋଇପାରେ ଜେଲ


(ବେତାର ବ୍ୟୁରୋ) ଇନଷ୍ଟାଣ୍ଟ ମେସେଞ୍ଜିଙ୍ଗ ଆପ ହ୍ଵାଟସଅପର ଲୋକପ୍ରିୟତା ଦିନକୁ ଦିନ ବଢିବାରେ ଲାଗିଛି। ଲୋକମାନେ ହ୍ଵାଟସଅପରେ ଚାଟ କରିବା ସହିତ ଫଟୋ, ଭିଡିଓ ଓ ଜରୁରୀ ଦସ୍ତାବିଜ ମଧ୍ୟ ପଠାଇପାରୁଛନ୍ତି। ଏଥିପାଇଁ ଭାରତରେ ଏହାର ଲୋକପ୍ରିୟତା ବଢିବା ସହିତ ଏହା ମିଥ୍ୟା ଖବର, ଗୁଜବ ପ୍ରସାର ଓ ସାଙ୍ଗଠନିକ ଭାବରେ ଅପରାଧ କରିବାର ମାଧ୍ୟମ ପାଲଟିଗଲାଣି। ହ୍ଵାଟସଅପରେ ଥିବା ଗ୍ରୁପ ଜରିଆରେ ବଡ ଧରଣର ଭୁଲ ଖବର ମଧ୍ୟ ପ୍ରସାରଣ କରାଯାଉଛି।

ଦିନକୁ ଦିନ ଏହି ଗୁଜବ ପ୍ରଚାର ବଢିବାରେ ଲାଗିଛି। ଏହାକୁ ରୋକିବା ପାଇଁ ହ୍ଵାଟସଅପ ତରଫରୁ ଅନେକ ପ୍ରୟାସ କରାଯାଉଛି। ତେବେ ଏପରି କିଛି କାମ ରହିଛି ଯାହାକୁ କରିବା ଦ୍ଵାରା ଆପଣଙ୍କୁ ଜେଲ ମଧ୍ୟ ହୋଇପାରେ। ଜାଣିରଖନ୍ତୁ ସେଗୁଡିକ କଣ କଣ।

.ଯଦି ଆପଣ ହ୍ଵାଟସଅପରେ କୌଣସି ଗ୍ରୁପରେ ଅଛନ୍ତି ଓ ଗ୍ରୁପରେ ଆଡମିନ ଅଛନ୍ତି ତେବେ ଏହି କଥା ଜାଣିବା ଆପଣଙ୍କ ପାଇଁ ଜରୁରୀ। ଯଦି ଗ୍ରୁପର କୌଣସି ସଦସ୍ୟ କିଛି ମିଥ୍ୟା ଖବର ପ୍ରଚାର କରନ୍ତି ବା କିଛି ଭୁଲ କାମ କରନ୍ତି ତେବେ ଏଥିପାଇଁ ଗ୍ରୁପର ଆଡମିନ ଗିରଫ ହୋଇପାରନ୍ତି।

.ଯଦି କେହି ହ୍ଵାଟସଅପରେ ଦେହ ବ୍ୟବସାୟ କରେ ଅଥବା ଏହାର ପ୍ରଚାର କରେ ତେବେ ତାଙ୍କ ପାଇଁ ସମସ୍ୟା ବଢିପାରେ। ତେଣୁ ହ୍ଵାଟସଅପରେ ଏପରି କାମରୁ ନିବୃତ୍ତ ରୁହନ୍ତୁ।

.ଅଧିକ ସମୟରେ ହ୍ଵାଟସଅପ ଓ ଅନ୍ୟାନ୍ୟ ସୋସିଆଲ ମିଡିଆ ସାଇଟରେ ଚର୍ଚ୍ଚିତ ଲୋକ ଓ ସେଲିବ୍ରିଟି ମାନଙ୍କ ଫଟୋକୁ ଏଡିଟ କରି ଶେୟାର କରାଯିବାର ଦେଖିବାକୁ ମିଳିଥାଏ। ଯଦି ଆପଣ ଏପରି କିଛି କରୁଥାନ୍ତି ବା ଏପରି ଫଟୋକୁ ଶେୟାର କରୁଛନ୍ତି ତେବେ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇପାରେ।

. ହ୍ଵାଟସଅପରେ ମହିଳାମାନଙ୍କୁ ଉତ୍ପୀଡନ କଲେ ମଧ୍ୟ ଜେଲଦଣ୍ଡ ହୋଇପାରେ।

.କିଛି ଲୋକ ହ୍ଵାଟସଅପରେ ଅନ୍ୟଲୋକଙ୍କ ନାମକୁ ବ୍ୟବହାର କରିଥାଆନ୍ତି। ଏପରି କରିବା ସଂପୂର୍ଣ୍ଣ ଭୁଲ ଅଟେ ଓ ଏଥିପାଇଁ ଆପଣ ବହୁତ ବଡ ସମସ୍ୟାରେ ପଡି ପାରନ୍ତି।

.କୌଣସି ଧର୍ମ, ଜାତି ଓ ପୂଜାସ୍ଥଳପ୍ରତି ଘୃଣାଭାବ ସୃଷ୍ଟି କରୁଥିବା ମେସେଜକୁ କାହାକୁ ପଠାନ୍ତୁ ନାହିଁ।

.ଅନେକ ସମୟରେ ହ୍ଵାଟସଅପରେ ପ୍ରଚାର ହେଉଥିବା ମିଥ୍ୟା ଓ ଗୁଜବ ପାଇଁ ଦଙ୍ଗା ଏବଂ ହିଂସାକାଣ୍ଡ ହୋଇଥାଏ। ଏପରି ଖବର ଠାରୁ ଦୂରେଇ ରୁହନ୍ତୁ।

.ଯେଉଁ ସାମଗ୍ରୀ ଉପରେ ସରକାରଙ୍କ ଦ୍ଵାରା ପ୍ରତିବନ୍ଧକ ଲଗାଯାଇଥାଏ ବା ଡ୍ରଗ୍ସର ପ୍ରଚାର କଲେ ଓ ବିକ୍ରିକଲେ ଆପଣଙ୍କୁ ଜେଲଦଣ୍ଡ ଭୋଗିବାକୁ ପଡିପାରେ।

.ବେଆଇନ ଭାବରେ ସୁଟିଙ୍ଗ କରାଯାଇଥିବା ଭିଡିଓକୁ ହ୍ଵାଟସଅପରେ ଶେୟାର କରନ୍ତୁ ନାହିଁ।

୧୦. ହ୍ଵାଟସଅପରେ କେବେବି ଅଶ୍ଳୀଳ ମନ୍ତବ୍ୟ ଦିଅନ୍ତୁ ନାହିଁ। ଏହାବ୍ୟତୀତ ଅଶ୍ଳୀଳ ଭିଡିଓ ମଧ୍ୟ କାହାକୁ  ଶେୟାର କରନ୍ତୁ ନାହିଁ। ଏପରି କରିବା ଦ୍ଵାରା ଜେଲ ଯିବାକୁ ପଡିପାରେ।     

#mobile #whatsapp

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon