• padmabati kund

ଜାନୁୟାରୀ 5ରୁ ଆରମ୍ଭ ହେବ ‘ଖତରୋ କେ ଖିଲାଡି’ର ୯ମ ସିଜିନ


(ବେତାର ବ୍ୟୁରୋ) ଟେଲିଭିଜନ ଦୁନିଆର ସେଲିବ୍ରିଟି ରିଆଲିଟି ଷ୍ଟଣ୍ଟ ଶୋ’ ‘ଖତରୋ କେ ଖିଲାଡି’ର ନବମ ସିଜିନ ଟିଭି ପରଦାକୁ ଆସିବାକୁ ପ୍ରସ୍ତୁତ ହୋଇସାରିଲାଣି। ନିଜ ମନଭିତରେ ଥିବା ଡରକୁ ଦୂର କରିବା ପାଇଁ ଛୋଟ ପରଦାର କଳାକାର ମାନଙ୍କୁ ଏଥିରେ ଭିନ୍ନ ପ୍ରକାର ଷ୍ଟଣ୍ଟ କରୁଥିବାର ଦେଖିବାକୁ ମିଳିଥାଏ।। ଗତ ଡିସେମ୍ବର 21 ତାରିଖରେ ମୁମ୍ବାଇରେ ଏହାର ଲଞ୍ଚିଙ୍ଗ ଶୋ’ ରଖାଯାଇଥିଲା।  ଆସନ୍ତା ଜାନୁୟାରୀ ମାସ 5 ତାରିଖ 2019ରୁ କଲର୍ସ ଚ୍ୟାନେଲରେ ଏହାର ପ୍ରସାରଣ ହେବ।

ଏହି ଲଞ୍ଚିଙ୍ଗ ଇଭେଣ୍ଟରେ ଶୋ’ର ହୋଷ୍ଟ ରୋହିତ ଶେଟ୍ଟୀ, ହିନ୍ଦୀ ମାସ ଏଣ୍ଟରଟେନମେଣ୍ଟର ମୁଖ୍ୟ ଅଧିକାରୀ ମନୀଷ ଶାହ ଓ ପ୍ରତିଯୋଗୀ  ମାନେ ଉପସ୍ଥିତ ଥିଲେ। ଏହି ଶୋ’ ପାଇଁ ବହୁତ ଅର୍ଥ ଖର୍ଚ୍ଚ ହୋଇଛି ଓ ଶୋ’କୁ ଲୋକମାନେ ବହୁତ ପସନ୍ଦ କରିବେ ବୋଲି ରୋହିତ ଶେଟ୍ଟୀ ଏହି ଲଞ୍ଚିଙ୍ଗ ଇଭେଣ୍ଟରେ କହିଥିଲେ। ଏହି ଶୋ’ର ସୁଟିଙ୍ଗ ଆର୍ଜେଣ୍ଟିନାରେ ହୋଇଛି। ଏଥର ଶୋ'ର ଟ୍ୟାଗଲାଇନ ରହିଛି 'ଜିଗର ପେ ଟ୍ରିଗର'। 

କିଛିଦିନ ପୂର୍ବରୁ ଶୋ’ର ପ୍ରଥମ ପ୍ରୋମୋକୁ ସୋସିଆଲ ମିଡିଆରେ ଶେୟାର କରାଯାଇଥିଲା। ଏହି ପ୍ରୋମୋ ଭିଡିଓରେ ଶୋ’ର ପ୍ରତିଯୋଗୀ ରିଧିମା ପଣ୍ଡିତ, ଜସ୍ମିନ ଭାସିନଙ୍କ ସହିତ ରୋହିତ ଶେଟ୍ଟୀଙ୍କୁ ଦେଖିବାକୁ ମିଳିଥିଲା। ରିଧିମା ଓ ଜସ୍ମିନ ଖେଳଣା କାରର ମଜା ଉଡାଉଥିବା ବେଳେ ରୋହିତ ତାଙ୍କୁ ବ୍ରିଜ ତଳକୁ ପକାଉଥିବାର ଦେଖିବାକୁ ମିଳିଥିଲା।

ଶୋ’ରେ ଭାଗ ନେବେ 12ଜଣ ସେଲିବ୍ରିଟି

‘ଖତରୋ କେ ଖିଲାଡି’ର ଏହି ସିଜିନରେ 12ଜଣ ସେଲିବ୍ରିଟିଙ୍କୁ ପ୍ରତିଯୋଗୀ ଭାବେ ଦେଖିବାକୁ ମିଳିବ। ସେହି ପ୍ରତିଯୋଗୀ ମାନେ ହେଉଛନ୍ତି, ପୁନିତ ପାଠକ, ସମିତା ଶେଟ୍ଟୀ, ବିକାଶ ଗୁପ୍ତା, ଶ୍ରୀସନ୍ଥ, ଭାରତୀ ସିଂ ଓ ତାଙ୍କ ପତି ହର୍ଷ ଲିମ୍ବାଚିୟା, ଜସ୍ମିନ ଭାସିନ, ରିଧିମା ପଣ୍ଡିତ, ଅଭିକ ଗୋର, ଆଲି ଗୋନି, ଜୈନ ଇମାମ ଏବଂ ଆଦିତ୍ୟ ନାରାୟଣ।

ଲଗାତର ଭାବେ ‘ଖତରୋ କେ ଖିଲାଡି’ର ଚାରିଟି ସିଜିନକୁ ହୋଷ୍ଟ କରିଆସୁଥିବା ରୋହିତ ଶେଟ୍ଟୀ ଏହାର ନବମ ସିଜିନକୁ ,ମଧ୍ୟ ହୋଷ୍ଟ କରିବେ। ତାଙ୍କ ମତରେ, ଏହି ସିଜିନ ଏକ ମନୋରଞ୍ଜନ ଭରା ଫିଲ୍ମ ପରି ହେବ। ଏଥିରେ ଆକ୍ସନ ସହିତ କମେଡି ଓ ଡ୍ରାମା ମଧ୍ୟ ରହିବ। ଶୋ’ରେ ଭାଗ ନେଉଥିବା ପ୍ରତିଯୋଗୀମାନେ ହେଉଛନ୍ତି ଜଣେ ଜଣେ ଅଭିନେତା। ସେମାନେ ଷ୍ଟଣ୍ଟମ୍ୟାନ ନୁହନ୍ତି। ତେଣୁ ସେମାନଙ୍କୁ ଷ୍ଟଣ୍ଟ କରିବା ପାଇଁ ପ୍ରେରିତ କରିବା ଓ ସେମାନଙ୍କର ସୁରକ୍ଷା ପ୍ରତି ଧ୍ୟାନ ଦେବା ତାଙ୍କର କାମ ବୋଲି ସେ କହିଛନ୍ତି।

ପୂର୍ବରୁ କଲର୍ସରେ ପ୍ରସାରିତ ହେଉଥିବା ବିବାଦୀୟ ରିଆଲିଟି ଶୋ’ ବିଗବସ-12ରେ ଭାରତୀ ସିଂ ଓ ତାଙ୍କ ପତିକୁ ପ୍ରତିଯୋଗୀ ଭାବେ ଦେଖିବାକୁ ମିଳିବ ବୋଲି ଖବର ସାମ୍ନା’କୁ ଆସିଥିଲା। କିନ୍ତୁ  ସେ ଏଥିରେ  ଭାଗ ନେଇନଥିଲେ। ବିଗବସର ଲଞ୍ଚିଙ୍ଗ ଶୋ’ରେ ସେ କେବଳ ଜଣେ ଅତିଥି ଭାବରେ ଆସିଥିଲେ। କିଛିଦିନ ହେବ ଭାରତୀଙ୍କ ଦେହ ଅସୁସ୍ଥ ଥିବାର ଖବର ମଧ୍ୟ ସାମ୍ନାକୁ ଆସୁଛି। ଏମିତିରେ ସେ ‘ଖତରୋ କେ ଖିଲାଡି’ରେ ଭାଗ ନେବେ କି ନାହିଁ ତାହା ଦେଖିବାକୁ ବାକି ରହିଲା।

#entertainment #khatronkekhiladi #tvshow

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon