- ବେତାର ବ୍ୟୁରୋ
ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ ରଖନ୍ତୁ ନାହିଁ ଏହି ଆଠଟି ଫଟୋ

(ବେତାର ବ୍ୟୁରୋ) ଘରକୁ ସୁନ୍ଦର ଭାବରେ ସଜାଇବା ପାଇଁ ଅଧିକାଂଶ ଲୋକ ଘର ମଧ୍ୟରେ ଅନେକ ଫଟୋ ଲଗାଇଥାନ୍ତି। ଭିନ୍ନ ଭିନ୍ନ ପ୍ରକାରର ଫଟୋ ଆପଣଙ୍କର ଘରର ଶୋଭା ବଢାଇବା ସହିତ ଘରକୁ ଆସୁଥିବା ଅତିଥି ମଧ୍ୟ ଏହାର ପ୍ରଶଂସା କରିଥାଆନ୍ତି। କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁଯାୟୀ, ବେଳେ ବେଳେ ଭୁଲ ଫଟୋ ଲଗାଇବା ଦ୍ଵାରା ଘର ଉପରେ ଅଶୁଭ ପ୍ରଭାବ ମଧ୍ୟ ପଡିଥାଏ। ଏହାଦ୍ୱାରା ଆପଣଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହେବା ସହିତ ପରିବାର ମଧ୍ୟରେ ଅଶାନ୍ତି ସୃଷ୍ଟି ହୋଇଥାଏ।
ତେବେ କେଉଁ ଫଟୋ ଘର ମଧ୍ୟରେ ଲଗାଇବା ଦ୍ଵାରା ଆପଣଙ୍କ ଉପରେ ଅଶୁଭ ପ୍ରଭାବ ପଡିଥାଏ ଜାଣିରଖନ୍ତୁ।
୧.ବାସ୍ତୁଶାସ୍ତ୍ର ଅନୁଯାୟୀ ଘର ମଧ୍ୟରେ କେବେବି ମହାଭାରତ ଯୁଦ୍ଧର ଫଟୋ ଲଗାନ୍ତୁ ନାହିଁ। ଏହାଦ୍ୱାରା ଘର ମଧ୍ୟରେ ଝଗଡା ହୋଇଥାଏ। ପତିପତ୍ନୀଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥାଏ ଓ ମାନସିକ ଦୁଃଶ୍ଚିନ୍ତା ମଧ୍ୟ ବଢିଥାଏ।
୨.ଘର ମଧ୍ୟରେ କେବେବି ହିଂସାକୁ ଦର୍ଶାଉଥିବା କିଛି ଫଟୋ ଲଗାନ୍ତୁ ନାହିଁ, ଯେପରି ଶିକାର କରୁଥିବା ପଶୁ ବା ଲଢୁଥିବା ପଶୁଙ୍କ ଫଟୋ। ଏପରି ଫଟୋ ଘରେ ରହିବା ଦ୍ଵାରା ଘରର ପରିବେଶ ଖରାପ ହୋଇଥାଏ। ପ୍ରତିଦିନ ଏପରି ଫଟୋ ଦେଖିବା ଦ୍ଵାରା ଆପଣଙ୍କ ସ୍ଵଭାବ ମଧ୍ୟ ହିଂସକ ହୋଇଯାଇଥାଏ।

୩.ଘର ଭିତରେ କେବେବି ବୁଡିଯାଉଥିବା ଜାହାଜ, ପାଣିରେ ସ୍ଥିର ହୋଇ ରହିଥିବା ଜାହାଜ କିମ୍ବା ଭାଙ୍ଗି ଯାଇଥିବା ଜାହାଜର ଚିତ୍ର ଲଗାନ୍ତୁ ନାହିଁ। ଏହାଦ୍ଵାରା ଆପଣଙ୍କ ପ୍ରଗତିରେ ବାଧା ସୃଷ୍ଟି ହୋଇଥାଏ ଓ କ୍ଷତି ସହିବାକୁ ପଡିଥାଏ।
୪.ତାଜମହଲ ଦେଖିବାକୁ ଅତି ସୁନ୍ଦର। ଏଥିପାଇଁ ଏହାର ଫଟୋ ଘରେ ରଖିବାକୁ ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି। କିନ୍ତୁ ବାସ୍ତୁଶାସ୍ତ୍ର ଅନୁଯାୟୀ ଘର ମଧ୍ୟରେ ଏହି ଫଟୋ ରଖିବା ଅନୁଚିତ। ଘର ମଧ୍ୟରେ ତାଜମହଲ, ସମାଧି କିମ୍ବା ମକବରାର ଫଟୋ ରଖିବା ଦ୍ଵାରା ନକରାତ୍ମକ ଶକ୍ତି ଜାତ ହୋଇଥାଏ।
୫.ଘର ମଧ୍ୟରେ ବହି ଯାଉଥିବା ନଦୀ, ଝରଣା ଆଦିର ଫଟୋ ଲଗାନ୍ତୁ ନାହିଁ। ଏହାଦ୍ୱାରା ଆପଣଙ୍କ ଅଯଥା ଖର୍ଚ୍ଚ ବଢିଥାଏ। ଏହାସହିତ ଘରେ ଲାଗିଥିବା ଟ୍ୟାପରୁ ସବୁବେଳେ ପାଣି ବହିବାକୁ ଦିଅନ୍ତୁ ନାହିଁ।
୬.କୌଣସି ଐତିହାସିକ ଘଟଣା ଆଦିର ଫଟୋ ଘର ମଧ୍ୟରେ ଲଗାନ୍ତୁ ନାହିଁ। ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି ଯେ, ଏପରି ଫଟୋ ବିତିଯାଇଥିବା ସମୟକୁ ସୁଚାଇ ଥାଏ। ଏହାଦ୍ୱାରା ଘର ମଧ୍ୟରେ ନକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ।

୭.ଅଧିକାଂଶ ଲୋକ ଘର ଯେ କୌଣସି ସ୍ଥାନରେ ଭଗବାନଙ୍କ ଫଟୋ ଲଗାଇ ଦେଇଥାନ୍ତି। ଠାକୁରଙ୍କ ଫଟୋ କେବଳ ପୂଜାଘରେ ରହିବା ଉଚିତ। ଯଦି ଆପଣ ଚାହିଁବେ ରାଧାକୃଷ୍ଣଙ୍କ ବଇଁଶି ବଜାଉଥିବା ଫଟୋ ଘରର ମଧ୍ୟଭାଗରେ ଲଗାଇ ପାରିବେ।
୮.ସୂର୍ଯ୍ୟ ଅସ୍ତ ହେଉଥିବା ସମୟର ଫଟୋ ଘରେ ଲଗାଇବା ଅନୁଚିତ। କାରଣ ଏହା ଶୁଭ ସଂକେତ ଦେଇନଥାଏ। ଏହାସହିତ କଣ୍ଟାର ଗଛ ଥିବା ଫଟୋ ଘରେ ଲଗାନ୍ତୁ ନାହିଁ। ଏପରି କରିବା ଦ୍ଵାରା ଆପଣଙ୍କର ଉନ୍ନତି ହୋଇପାରିନଥାଏ ଓ ଜୀବନରେ ଦୁଃଖ ଭରିଯାଇଥାଏ।
(ବି.ଦ୍ର :ଏହି ବାସ୍ତୁ ତଥା ଜ୍ୟୋତିଷ ଉପାୟ ବିଭିନ୍ନ ଜ୍ୟୋତିର୍ବିଦମାନଙ୍କ ଆଲେଖ୍ୟରୁ ସଂକଳିତ କରାଯାଇଛି । ଏହା ଠିକ କାର୍ଯ୍ୟକାରୀ ହେବା ପାଇଁ ଉପଯୁକ୍ତ ପଦ୍ଧତି ଆପଣେଇବା ତଥା ଦଶା ସ୍ଥିତି ଠିକ ରହିବା ଆବଶ୍ୟକ । ସୁଫଳ ପାଇବାକୁ ହେଲେ କୌଣସି ଅଭିଜ୍ଞ ଜ୍ୟୋତିଷ/ବାସ୍ତୁବିଦଙ୍କ ପରାମର୍ଶ ନିଅନ୍ତୁ )