• padmabati kund

ପଢନ୍ତୁ : ଟ.୧୦୧ ଡାଉନ ପେମେଣ୍ଟରେ କିଣିପାରିବେ ଭିଭୋ ସ୍ମାର୍ଟଫୋନ


(ବେତାର ବ୍ୟୁରୋ) ଆଗକୁ ଖ୍ରୀଷ୍ଟମାସ ଓ ନୂଆବର୍ଷ ଆସୁଛି। ଏହାକୁ ଆଖି ଆଗରେ ରଖି ମୋବାଇଲ କମ୍ପାନୀ ଗୁଡିକ ଗ୍ରାହକମାନଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ସ୍ମାର୍ଟଫୋନ ଗୁଡିକରେ ନୂଆ ନୂଆ ଅଫର ଦେଉଛନ୍ତି। ସ୍ମାର୍ଟଫୋନ କମ୍ପାନୀ ‘VIVO’ ତରଫରୁ ମଧ୍ୟ ଏହିପରି ଏକ ଅଫର ଦିଆଯାଇଛି। ଯଦି ଆପଣ VIVOର ନୂଆ ସ୍ମାର୍ଟଫୋନ କିଣିବାକୁ ଚାହୁଁଛନ୍ତି ତେବେ ଏହି ଅଫରର ଫାଇଦା ଉଠାଇ ପାରିବେ। ମାତ୍ରା ଟ.୧୦୧ ଡାଉନ ପେମେଣ୍ଟ ଦେଇ ଆପଣ ଭିଭୋର ସ୍ମାର୍ଟଫୋନ କିଣିପାରିବେ।

କମ୍ପାନୀ ତରଫରୁ ଦିଆଯାଇଥିବା ଏହି ଅଫରର ନାମ ରହିଛି ‘ନ୍ୟୁ ଫୋନ, ନ୍ୟୁ ୟୁ’। ମୋଟ ୪୧ଦିନ ପର୍ଯ୍ୟନ୍ତ ଗ୍ରାହକଙ୍କ ପାଇଁ ଏହି ଅଫର ଉପଲବ୍ଧ ରହିବ। ଏହା ଗତ ଡିସେମ୍ବରେ ୨୦ ତାରିଖରୁ ଆରମ୍ଭ ହୋଇଯାଇଛି ଓ ଆସନ୍ତା ଜାନୁୟାରୀ ମାସ ୩୧ ତାରିଖ ୨୦୧୯ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଭିଭୋ ବଜାଜ ଫିନସର୍ଭ ସହିତ ଭାଗୀଦାରୀ କରିଛି। ଏହି ଅଫର କେବଳ ଅଫଲାଇନରେ ଭିଭୋ ଷ୍ଟୋରରେ ପାଇପାରିବେ।

କମ୍ପାନୀ ତରଫରୁ ଏହାର ଭିଭୋ ନେକ୍ସ, ଭିଭୋ V୧୧, ଭିଭୋ V11pro, ଏବଂ ଭିଭୋY95 ସମେତ ଅନ୍ୟ ମଡେଲର ସ୍ମାର୍ଟଫୋନ ପାଇଁ ଏହି ଅଫର ଦେଉଛି। ଦଶ ହାଜରରୁ ଅଧିକ ମୂଲ୍ୟର ଭିଭୋ ସ୍ମାର୍ଟଫୋନ ଉପରେ ଏହି ଅଫର ଲାଗୁ ହେବ। ଏଥିପାଇଁ ଆପଣ ମାତ୍ର ଟ.୧୦୧ ଡାଉନପେମେଣ୍ଟ ଦେଇ ଛଅ ମାସର ଇଏମଆଇ ସହିତ ମୋବାଇଲ କିଣିପାରିବେ।

କେମିତି କିଣିବେ ଜାଣନ୍ତୁ

.ଏହି ଅଫରର ଲାଭ ଉଠାଇବା ପାଇଁ ଆପଣଙ୍କୁ ସମଗ୍ର ଦେଶରେ ଥିବା ମୋଟ ୪୫ହଜାର vivo-BFL ଷ୍ଟୋର ମଧ୍ୟରୁ ଯେ କୌଣସି ଗୋଟିଏ ଷ୍ଟୋରକୁ ଯିବାକୁ ପଡିବ।

.ଷ୍ଟୋରକୁ ଯିବା ଆଗରୁ ନିଜ ସହିତ ନିଜର ପାନ କାର୍ଡ, ଆଧାର କାର୍ଡ, ଭୋଟର ଆଇଡି ପରି KYC ଡକୁମେଣ୍ଟକୁ ସାଙ୍ଗରେ ନେବାକୁ ଭୁଲନ୍ତୁ ନାହିଁ।

. ଭିଭୋ ନେକ୍ସ, ଭିଭୋ V୧୧, ଭିଭୋ V11pro, ଭିଭୋY95, ଭିଭୋY83pro ଓ ଭିଭୋY81-4G ସ୍ମାର୍ଟଫୋନ କିମ୍ବା ଦଶ ହଜାରରୁ ଅଧିକ ମୂଲ୍ୟର ଯେ କୌଣସି ଭିଭୋ ଫୋନ ବାଛନ୍ତୁ, ଯାହାକି ଆପଣ କିଣିବାକୁ ଚାହୁଁଛନ୍ତି।

.KYC ଡକୁମେଣ୍ଟ ସବମିଟ କରିବା ପରେ ଡାଉନପେମେଣ୍ଟ ପାଇଁ ଟ.୧୦୧ ଦେବାକୁ ପଡିବ। ଏହାପରେ ଆପଣ ନିଜର ସ୍ମାର୍ଟଫୋନକୁ ଘରକୁ ନେଇପାରିବେ।

.ସ୍ମାର୍ଟଫୋନର ମୂଲ୍ୟ ଅନୁଯାୟୀ ଛଅଟି ଇଏମଆଇ ପର୍ଯ୍ୟନ୍ତ ଏହାକୁ ଭାଗ କରାଯିବ ଓ ସେହି ଅନୁସାରେ ଆପଣ ମାସକୁ ମାସ ଇଏମଆଇ ପଇଠ କରିପାରିବେ।  

#mobile #vivo

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon