• padmabati kund

ଗାଡି ଟାୟାର, ପାୱାର ବ୍ୟାଙ୍କରେ କମିଲା GST;ସିମେଣ୍ଟ ଏବେ ବି ମହଙ୍ଗା


(ବେତାର ବ୍ୟୁରୋ) ଦରଦାମ ବୃଦ୍ଧି ଏବେ ନିୟନ୍ତ୍ରଣାଧିନ ଅବସ୍ଥାରେ ଥିବାବେଳେ ଉପଭୋକ୍ତାଙ୍କ ଅଧିକ ସୁବିଧା ଦେବକୁ କେନ୍ଦ୍ର ସରକାର ଆଜି ଅନେକ ଗୁଡିଏ ବାସ୍ତୁ ଉପଏ GST କର କମାଇ ଦେଇଛନ୍ତି।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ମିଶାଇ ଶନିବାର ଚାଲିଥିବା ବୈଠକରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ  ୨୬ଟି ବସ୍ତୁକୁ ୧୮ ପ୍ରତିଶତ ଜିଏସଟିରୁ ହ୍ରାସ କରି ୧୨ ପ୍ରତିଶତ କିମ୍ବା ୫ ପ୍ରତିଶତ ସ୍ଲାବରେ ସାମିଲ କରିଛନ୍ତି। ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଜିଏସଟି ପରିଷଦ ବୈଠକ ପରେ ନୂତନ ଦର ଘୋଷଣା କରିଛନ୍ତି। ମାତ୍ର ସିମେଣ୍ଟ ଉପରେ ଜିଏସଟି ଦରରେ କୌଣସି ହ୍ରାସ କରାଯାଇ ନାହିଁ। ଏହା ପୂର୍ବ ଭଳି ୨୮ ପ୍ରତିଶତ ସ୍ଲାବରେ ରହିବ। ଏହା ସହିତ ଆଜିର ବୈଠକରେ ମୋଟ୍ ୩୩ଟି ବସ୍ତୁ ଉପରୁ ଜିଏସଟି ହ୍ରାସ କରାଯାଇଛି। 

ଅର୍ଥମନ୍ତ୍ରୀ କହିଛନ୍ତି ଯେ ସିମେଣ୍ଟ ଉପରୁ ଜିଏସଟି ହ୍ରାସ କଲେ ସରକାରଙ୍କ ଉପରେ ୧୩ ହଜାର କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ିବ। ଏଥିପାଇଁ ଏହା ଉପରେ ଏବେ ଆଲୋଚନା କରାଯାଇ ନାହିଁ।  

ବୈଠକ ପରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି ଯେ ମୋଟ୍ ୩୩ଟି ବସ୍ତୁ ଉପରେ ଜିଏଟସି ଦର ହ୍ରାସ କରାଯାଇଛି। ଏଥିରୁ ୨୬ଟି ବସ୍ତୁକୁ ୧୮ ପ୍ରତିଶତରୁ ହ୍ରାସ କରି ୧୨ କିମ୍ବା ୫ ପ୍ରତିଶତ ସ୍ଲାବରେ ଅନ୍ତର୍ଭୁତ କରାଯାଇଛି। ଛଅଟି ବସ୍ତୁକୁ ୨୮ ପ୍ରତିଶତ ଜିଏସଟି ସ୍ଲାବରୁ କାଢି ୧୮ ପ୍ରତିଶତରେ ସାମିଲ କରାଯାଇଛି। ଅର୍ଥ ମନ୍ତ୍ରୀ କହିଛନ୍ତି ଯେ ସିମେଣ୍ଟ ଦର ହ୍ରାସ ଉପରେ କୌଣସି ଆଲୋଚନା କରାଯାଇ ନାହିଁ। ଟାୟର, ଭିସିଆର,32 ଇଞ୍ଚର କଲର ଟିଭି ,ପାୱାର ବ୍ୟାଙ୍କ କୁ ୨୮ ପ୍ରତିଶତ ସ୍ଲାବରୁ ହଟାଯାଇ ପ୍ରତିହଶତରୁ ୧୮ ପ୍ରତିଶତ ସ୍ଲାବରେ ସାମିଲ କରାଯାଇଛି। 

ସିନେମା ଟିକେଟ ଶସ୍ତା

ଆଜିର ଜିଏଟସି ବୈଠକ ପରେ ଏବେ ୨୮ ପ୍ରତିଶତ ସ୍ଲାବରେ କେବଳ ୩୪ ବସ୍ତୁ ରହିଛି। ୧୦୦ ଟଙ୍କାରୁ ଅଧିକ ଦରର ସିନେମା ଟିକେଟ ଉପରେ ୧୮ ପ୍ରତିଶତ ଜିଏସଟି ଲାଗିବ। ୧୦୦ ଟଙ୍କାରୁ କମ ସିନେମା ଟିକେଟ୍ ଉପରେ ୧୨ ପ୍ରତିଶତ ଜିଏସଟି ଲାଗିବ। ଏହା ପୂର୍ବରୁ ସିନେମା ଟିକେଟ୍ ଉପରେ ୨୮ ପ୍ରତିଶତ ଟ୍ୟାକ୍ସ ଲାଗୁଥିଲା।  

ଟାୟର ଉପରେ ଜିଏସଟି ୨୮ ପ୍ରତିଶତରୁ ହ୍ରାସ କରି ୧୮ ପ୍ରତିଶତ କରାଯାଇଛି। ହ୍ଵିଲ୍ ଚେୟାର ଉପରେ ଜିଏସଟି ୨୮ ପ୍ରତିଶତରୁ ହ୍ରାସ କରି ୫ ପ୍ରତିଶତ କରାଯାଇଛି। ଜୋତାକୁ ୧୮ ପ୍ରତିଶତ ସ୍ଲାବରୁ ୧୨ ପ୍ରତିଶତ ସ୍ଲାବରେ ସାମିଲ କରାଯାଇଛି। ଲିଥିୟମ ବ୍ୟାଟ୍ରି ଉପରେ ଜିଏସଟି ଦର ୨୮ ପ୍ରତିଶତରୁ ହ୍ରାସ କରି ୧୮ ପ୍ରତିଶତ କରାଯାଇଛି। ଥାର୍ଡ ପାର୍ଟି ମୋଟର ବୀମା ଉପରେ ଜିଏସଟି ୧୮ ରୁ ହ୍ରାସ କରି ୧୨ ପ୍ରତିଶତ କରାଯାଇଛି। ଧାର୍ମିକ ଯାତ୍ରା ଉପରେ ଦର ୧୮ ପ୍ରତିଶତରୁ ହ୍ରାସ କରି ୧୨ ପ୍ରତିଶତ ଓ ୫ ପ୍ରତିଶତ ସ୍ଲାବରେ ସାମିଲ କରାଯାଇଛି। କେବଳ ୩୪ ଉତ୍ପାଦକଙ୍କୁ ଛାଡି ବାକି ବସ୍ତୁକୁ ୧୮ କିମ୍ବା ସେଥିରୁ କମ ଜିଏସଟି ସ୍ଲାବରେ ସାମିଲ କରାଯାଇଛି। 

ଅର୍ଥମନ୍ତ୍ରୀ କହିଛନ୍ତି ଯେ ଅନେକ ସାମଗ୍ରୀରୁ ଜିଏସଟି ହ୍ରାସ ହେବା ଦ୍ଵାରା ଅତ୍ୟାବଶ୍ୟକ ସାମଗ୍ରୀ ଶସ୍ତା ହେବ। ଜିଏସଟି ପରିଷଦର ପରବର୍ତ୍ତୀ ବୈଠକ ଜାନୁଆରୀରେ ହେବ।  

#personalfianance #Money #GST #tax #government

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon