• padmabati kund

ଆଖିତଳ କଳାଦାଗ, ତ୍ଵଚାର ଦାଗକୁ ଦୂର କରିଥାଏ ଆଳୁ ଓ ଆଲମଣ୍ଡର ପେଷ୍ଟ


(ବେତାର ବ୍ୟୁରୋ) ଆଖିତଳ କଳା ପଡିବା ଏକ ସାଧାରଣ ସମସ୍ୟା ଅଟେ। ଏହି ସମସ୍ୟା ଅନେକ କାରଣ ପାଇଁ ଦେଖାଯାଇଥାଏ, ଯେପରି ଶରୀରରେ ପୋଷଣ ତତ୍ତ୍ଵ କମ ହେବା, ଠିକ ଭାବରେ ନିଦ ନହେବା, ମାନସିକ ଦୁଃଶ୍ଚିନ୍ତା କିମ୍ବା ଅଧିକ ସମୟ ପର୍ଯ୍ୟନ୍ତ କମ୍ପ୍ୟୁଟର ସାମ୍ନାରେ ବସି କାମ କରିବା। ଆଖି ତଳ କଳା ଦାଗ ପଡିବା କାରଣରୁ ଆପଣ ଅଧିକ କ୍ଳାନ୍ତ ଦେଖାଯାଇଥାନ୍ତି। ଏଥିପାଇଁ ଏହାକୁ ଦୂର କରିବା ପାଇଁ ଅନେକ ଉପାୟ ଅବଲମ୍ବନ କରିଥାଉ। ବଜାରରେ ମିଳୁଥିବା ରସାୟନିକ ପ୍ରସାଧନ ସାମଗ୍ରୀ ଅପେକ୍ଷା ଏହାକୁ ଘରୋଇ ଉପଚାର ମାଧ୍ୟମରେ ଦୂର କରିବା ଉଚିତ। ଏଥିପାଇଁ ଆପଣ ଆଳୁ ଓ ଆଲମଣ୍ଡ ବାଦାମର ପେଷ୍ଟ ବ୍ୟବହାର କରିପାରିବେ।

ଯେଉଁମାନଙ୍କ ଶରୀରରେ କୋଲେଷ୍ଟ୍ରଲର ମାତ୍ରା ଅଧିକ ରହିଥାଏ ସେମାନଙ୍କ ଆଖିତଳେ ଏହି ସମସ୍ୟା ଦେଖାଯାଇଥାଏ। ତେବେ ଏହାକୁ ଦୂର କରିବା ପାଇଁ ଆଳୁ ଓ ଆଲମଣ୍ଡ ବାଦାମ ପେଷ୍ଟକୁ ଆପଣ କିପରି ପ୍ରସ୍ତୁତ କରିବେ ଓ ଏହାଦ୍ଵାରା ଆପଣଙ୍କୁ ଆଉ କଣ ଫାଇଦା ମିଳିବ ଜାଣିରଖନ୍ତୁ।

ଆଖିତଳ କଳାଦାଗ ପାଇଁ ଆଳୁ ଓ ବାଦାମ ପେଷ୍ଟ

ଆଖିତଳର କଳାଦାଗ ଓ ମୁହଁର ଥିବା ଦାଗକୁ ଦୂର କରିବା ପାଇଁ ଏହି ପେଷ୍ଟକୁ ବ୍ୟବହାର କରିପାରିବେ। ଏଥିପାଇଁ  ଆଲମଣ୍ଡ ବାଦାମକୁ ପ୍ରଥମେ ପାଣିରେ ବତୁରାଇ ରଖନ୍ତୁ ଓ ଏହାର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟରେ ଅଧା ଚାମଚ ଆଳୁରସ ମିଶାନ୍ତୁ। ଏଥିରେ ଆପଣ ଅଳ୍ପ ଚନ୍ଦନ ପାଉଡର ମଧ୍ୟ ମିଶାଇ ପାରିବେ। ଏହି ପେଷ୍ଟକୁ ଆଖିତଳେ ଲଗାଇ ଅଧଘଣ୍ଟା ରଖନ୍ତୁ। ଶୁଖିଯିବା ପରେ ଏହାକୁ ଥଣ୍ଡାପାଣିରେ ଧୋଇଦିଅନ୍ତୁ। କିଛିଦିନ ପର୍ଯ୍ୟନ୍ତ ଏପରି କରିବା ଦ୍ଵାରା ଆପଣ ଫରକ ଜାଣିପାରିବେ।

ଶୁଷ୍କ ତ୍ଵଚା ପାଇଁ କଞ୍ଚା ଆଳୁ

ଶୀତଦିନେ ଚେହେରା ଅଧିକ ଶୁଖିଯାଇଥାଏ ଓ ଏହା ଆପଣଙ୍କ ସୌନ୍ଦର୍ଯ୍ୟକୁ କମ କରିଦେଇଥାଏ। ଏହି ଶୁଷ୍କତ୍ଵଚାର ସମସ୍ୟାକୁ ଦୂର କରିବା ପାଇଁ ଆପଣ କଞ୍ଚାଆଳୁର ବ୍ୟବହାର କରିପାରିବେ। ଏଥିପାଇଁ ଗୋଟିଏ ଆଳୁନେଇ ତାର ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏଥିରେ ଗୋଟିଏ ଚାମଚ ଦହି ମିଶାଇ ଭଲ ଭାବରେ ମିଶାନ୍ତୁ। ଏହି ପେଷ୍ଟକୁ ମୁହଁରେ ଲଗାନ୍ତୁ ଓ ୨୦-୨୫ ମିନିଟ ରଖିବା ପରେ ଚେହେରାକୁ ଭଲ ଭାବରେ ଧୋଇଦିଅନ୍ତୁ।

ଚେହେରାର ମୃତ କୋଷିକା ଦୂର କରିଥାଏ

ବେଳେ ବେଳେ ତ୍ଵଚାରେ ଥିବା ମୃତକୋଷଙ୍କ ପାଇଁ ଆପଣଙ୍କ ଚେହେରା ଶୁଷ୍କ ଲାଗିଥାଏ ଓ ଆପଣଙ୍କ ସୁନ୍ଦରତା କମ ହୋଇଯାଇଥାଏ। ଏହି ମୃତ କୋଷିକାକୁ ଦୂର କରିବା ପାଇଁ ଆପଣ ଆଳୁର ବ୍ୟବହାର କରିପାରିବେ। ଏଥିପାଇଁ ଆପଣ ଏକ ଆଳୁ ନେଇ ସେଥିରୁ ରସ ବାହାର କରନ୍ତୁ। ଏହି ରସକୁ ମୁହଁରେ ଲଗାନ୍ତୁ। ୨୦-୨୫ମିନିଟ ପରେ ମୁହଁ ଶୁଖିଯିବା ପରେ ମୁହଁକୁ ଥଣ୍ଡାପାଣିରେ ଧୋଇ ଦିଅନ୍ତୁ। କିଛିଦିନ ପରେ ଆପଣ ଫରକ ଜାଣି ପାରିବେ।

ତ୍ଵଚାକୁ ଉଜ୍ଜ୍ଵଳ କରେ

ନିଜ ଚେହେରାର ସୁନ୍ଦରତା ବଢାଇବା ପାଇଁ ଆପଣ ଆଳୁ ଓ ଲେମ୍ବୁରସର ପେଷ୍ଟକୁ ବ୍ୟବହାର କରିପାରିବେ। ଆଳୁ ଓ ଲେମ୍ବୁରେ ଥିବା ତତ୍ତ୍ଵ ଆପଣଙ୍କ ମୁହଁରୁ ଅତିରିକ୍ତ ତେଲ ଦୂର କରିବାରେ ସାହାଯ୍ୟ କରିଥାଏ। ଏଥିପାଇଁ ଆଳୁରସ ଓ ଲେମ୍ବୁରସକୁ ଭଲ ଭାବରେ ମିଶାନ୍ତୁ। ଏଥିରେ ଅଳ୍ପ ମହୁ ମିଶାଇ ଆପଣଙ୍କ ତ୍ଵଚାରେ ଭଲ ଭାବରେ ଲଗାନ୍ତୁ। ଶୁଖିଯିବା ପରେ ମୁହଁକୁ ଥଣ୍ଡାପାଣିରେ ଧୋଇଦିଅନ୍ତୁ।    

#health #potatoalmondpaste #darkspotanddarkcircle

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon