• ବେତାର ବ୍ୟୁରୋ

ମୀନ ରାଶିରେ ମଙ୍ଗଳ : ରାଶି ପ୍ରଭାବ ଓ ପ୍ରତିକାର


(ବି ଦ୍ର : ଗ୍ରହ ଚଳନର ଫଳାଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଲଗ୍ନ ରାଶି ତଥା ଦଶା ଫଳ ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ)

(ବେତାର ବ୍ୟୁରୋ) ବୈଦିକ ଜ୍ୟୋତିଷରେ ମଙ୍ଗଳ ଗ୍ରହକୁ ଶକ୍ତିର ବାହକ ବୋଲି କୁହାଯାଏ ଓ ଏହା ଅଗ୍ନିତତ୍ତ୍ଵର ପ୍ରତିନିଧିତ୍ଵ କରିଥାନ୍ତି। ଏହାସହିତ ଶାରୀରିକ ଶକ୍ତି, ଆତ୍ମବିଶ୍ଵାସ, ଅହଂକାର, କ୍ରୋଧ, ବୀରତା ଓ ସାହସର ପ୍ରତୀକ ବୋଲି କୁହାଯାଇଥାଏ। ମଙ୍ଗଳଗ୍ରହର ଦୁଃପ୍ରଭାବରେ ରକ୍ତ, ମାଂସପେଶୀ ଓ ଅସ୍ଥିଜନିତ ରୋଗ ଦେଖାଯାଇଥାଏ ଏବଂ ଶୁଭ ପ୍ରଭାବରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଶାରୀରିକ ଓ ମାନସିକ ଶକ୍ତି ମିଳିଥାଏ।

ମଙ୍ଗଳ ଗ୍ରହ ଡିସେମ୍ବର 23 ତାରିଖ ରବିବାର ଅପରାହ୍ନ 12.59ରୁ ମୀନ ରାଶିରେ ପ୍ରବେଶ କରିଛନ୍ତି ଓ ଆସନ୍ତା ଫେବୃୟାରୀ 5 ତାରିଖ 2019 ରାତି 11.56ଘଣ୍ଟା ପର୍ଯ୍ୟନ୍ତ ଏହି ରାଶିରେ ଅବସ୍ଥାନ କରିବେ। ଏହି ଗୋଚରର ପ୍ରଭାବ ସମସ୍ତ ରାଶି ଉପରେ ଦେଖିବାକୁ ମିଳିବ।

ମେଷ: ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ। ମାନସିକ ଦୁଃଶ୍ଚିନ୍ତା ଠାରୁ ଦୂରେଇ ରୁହନ୍ତୁ। ଖରାପ ସମୟରେ ମଧ୍ୟ ଧୈର୍ଯ୍ୟ ରଖନ୍ତୁ। କୋର୍ଟ କଚେରୀ ମାମଲାରେ ପଡ଼ିପାରନ୍ତି। ବିଦେଶରେ ଉତ୍ତମ ସମ୍ପର୍କ ସ୍ଥାପନ କରିବେ ଓ ଏହାଦ୍ଵାରା ଲାଭ ମଧ୍ୟ ପାଇବେ। ଶୁଭଫଳ ପାଇଁ ନିୟମିତ ଭାବେ ହନୁମାନଙ୍କୁ ଆରାଧନା କରନ୍ତୁ।

ବୃଷ: ଆର୍ଥିକ ସ୍ଥିତି ସ୍ଵଚ୍ଛଳ ରହିବ କିନ୍ତୁ ସନ୍ତାନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ନୂଆ ବୀମା ପଲିସି କିଣିପାରନ୍ତି। ଜୀବନସାଥୀଙ୍କ ଜରିଆରେ ଲାଭ ପାଇବେ। ସନ୍ତାନଙ୍କ ବ୍ୟବହାରରେ ପରିବର୍ତ୍ତନ ଦେଖିବେ ଓ ଏଥିପାଇଁ ପରିବାରମଧ୍ୟରେ ଅଶାନ୍ତି ସୃଷ୍ଟି ହୋଇପାରେ। ମଙ୍ଗଳବାର ଦିନ ରକ୍ତଦାନ କରିବା ଆପଣଙ୍କ ପାଇଁ ଶୁଭ ହେବ।

ମିଥୁନ: ଚାକିରୀ ଓ ବ୍ୟବସାୟରେ ଉନ୍ନତି କରିବେ। ପରିବାର ମଧ୍ୟରେ ଅଶାନ୍ତି ଦେଖାଦେବ। କାର୍ଯ୍ୟସ୍ଥଳରେ ଆପଣଙ୍କ କାମକୁ ପ୍ରଶଂସା କରାଯିବ। ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଶୁଭଫଳ ପାଇଁ ଗାଈକୁ ସବୁଜ ଘାସ ଖାଇବାକୁ ଦିଅନ୍ତୁ ଓ ମଙ୍ଗଳବାର ଗୁଡ ଏବଂ ଡାଲି ଦାନ କରନ୍ତୁ।

କର୍କଟ: ଏହି ଗୋଚର ଆପଣଙ୍କ ପାଇଁ ଶୁଭ ରହିବ। ଦୁରସ୍ଥାନକୁ ଯାତ୍ରା କରିବେ। ଉଚ୍ଚଶିକ୍ଷା ପାଇଁ ବିଦେଶ ଯିବାକୁ ଚାହୁଁଥିବା ଛାତ୍ରଙ୍କ ଆଶା ପୂରଣ ହେବ। ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ମାତାଙ୍କ ସ୍ୱାସ୍ଥ୍ୟ ଦୁର୍ବଳ ହୋଇପାରେ। ନିୟମିତ ହନୁମାନଙ୍କ ଆରାଧନା କରନ୍ତୁ।

ସିଂହ: ଆର୍ଥିକ ଲାଭ ମିଳିବ କିନ୍ତୁ ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କୁ ବିଚଳିତ କରିବ। ଯାନବାହାନ ଚଳାଚଳରେ ସାବଧାନତା ଅବଲମ୍ବନ କରନ୍ତୁ। ପିତାଙ୍କ ସ୍ୱାସ୍ଥ୍ୟ ମଧ୍ୟ ଦୁର୍ବଳ ହେବ। ଶୁଭଫଳ ପାଇଁ ସୂର୍ଯ୍ୟଦେବଙ୍କୁ ଜଳ ଦାନ କରନ୍ତୁ।

କନ୍ୟା: ଏହି ସମୟରେ ଆପଣଙ୍କ ବ୍ୟବହାରରେ କ୍ରୋଧ ଓ ଉତ୍ତେଜନା ବଢିବ। ଭୁଲଧାରଣା ଓ ମତଭେଦ ଯୋଗୁଁ ବୈବାହିକ ଜୀବନ ପ୍ରଭାବିତ ହେବ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟପ୍ରତି ଧ୍ୟାନ ଦିଅନ୍ତୁ। ବ୍ୟବସାୟରେ ଉନ୍ନତି ହେବ ଓ ଆୟ ବଢିବ। ପ୍ରତି ଶୁକ୍ରବାର ମା’ ଲକ୍ଷ୍ମୀଙ୍କୁ ଲାଲ ଫୁଲ ଅର୍ପଣ କଲେ ଶୁଭଫଳ ମିଳିବ।

ତୁଳା: ଆର୍ଥିକ ସଙ୍କଟ ଦେଖାଦେବ କିନ୍ତୁ କଠିନ ପରିଶ୍ରମ ସହିତ ଏହି ସମସ୍ୟାକୁ ଦୂର କରିପାରିବେ। ଯାନବାହାନ ଚଳାଚଳରେ ସାବଧାନତା ଅବଲମ୍ବନ କରନ୍ତୁ। ବିରୋଧୀଙ୍କ ଉପରେ ଭାରି ପଡିବେ। ଲକ୍ଷ୍ୟ ନିର୍ଦ୍ଧାରଣ କଲେ ସଫଳତା ପାଇବେ। ଶୁଭଫଳ ପାଇଁ ପ୍ରତି ଶୁକ୍ରବାର ବାଳିକାଙ୍କୁ ମିଠା ଖାଇବାକୁ ଦିଅନ୍ତୁ।

ବିଛା: ଶିକ୍ଷାଦାନ କାର୍ଯ୍ୟପ୍ରତି ଆଗ୍ରହ ବଢିବ। ସନ୍ତାନଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିବ। ସନ୍ତାନମାନେ ଅଧିକ ଦୁଷ୍ଟାମି କରିବେ। ଭୁଲ ବୁଝାମଣା ପାଇଁ ପ୍ରେମସମ୍ପର୍କ ପ୍ରଭାବିତ ହେବ। ଆୟ ବୃଦ୍ଧି ପାଇବ ଓ ଏଥିପାଇଁ ମନ ପ୍ରଫୁଲ୍ଲ ରହିବ। ଘର ବାହାରେ ବା ମନ୍ଦିରରେ ଡାଳିମ୍ବ ଗଛ ଲଗାଇଲେ ଶୁଭ ଫଳ ମିଳିବ।

ଧନୁ: ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେବ। ଧୈର୍ଯ୍ୟର ସହ କାମ କରନ୍ତୁ। ବୈବାହିକ ଜୀବନ ମଧ୍ୟ ପ୍ରଭାବିତ ହେବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ମନୋବଳ ବୃଦ୍ଧି ପାଇବ। ଘର ପାଇଁ କିଛି ଜିନିଷ କିଣିବେ। ଗାଈକୁ ପ୍ରତିଦିନ ଗହମ ଖାଇବାକୁ ଦେଲେ ଶୁଭଫଳ ମିଳିବ।

ମକର: ଆପଣଙ୍କ ଭିତରେ ନୂତନ ଶକ୍ତି ଜାତ ହେବ ଓ ମନୋବଳ ବୃଦ୍ଧି ପାଇବ। ଆଗରୁ ସ୍ଥିର କରିଥିବା ସ୍ଥାନକୁ ଯାତ୍ରା କରିବେ। ଆପଣଙ୍କ ଭାଇଭଉଣୀଙ୍କ ଉପରେ ଏହି ଗୋଚର ଶୁଭଫଳ ପ୍ରଦାନ କରିବ ନାହିଁ। ଶୁଭଫଳ ପାଇଁ ନିୟମିତ ଭାବରେ ଶନିଦେବଙ୍କ ଆରାଧନା କରନ୍ତୁ।

କୁମ୍ଭ: ପାରିବାରିକ ଜୀବନ ପ୍ରଭାବିତ ହେବ। ଅଶାନ୍ତି ବଢିବ। ଆର୍ଥିକ ସ୍ଥିତି ସ୍ଵଚ୍ଛଳ ରହିବ। ସନ୍ତାନଙ୍କ ସ୍ୱାସ୍ଥ୍ୟରେ ଅବନତି ଦେଖାଦେବ। ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷାରେ ସୁଫଳ ପାଇଁ କଠିନ ପରିଶ୍ରମ କରିବାକୁ ପଡିବ। ଲକ୍ଷ୍ୟ ହାସଲ ପାଇଁ ଚେଷ୍ଟା କରନ୍ତୁ। ମା ଦୂର୍ଗାଙ୍କର ଆରାଧନା କରନ୍ତୁ।

ମୀନ: ଆପଣଙ୍କ ସ୍ଵଭାବରେ ଅଧିକ ବିରକ୍ତିଭାବ ଦେଖାଦେବ। କଥା କଥାରେ ଝଗଡା ହୋଇପାରେ। ଜୀବନସାଥୀ ଓ ପରିବାର ଲୋକଙ୍କ ସହିତ ମତଭେଦ ହେବ। ନିଜ କ୍ରୋଧୀ ସ୍ଵଭାବ ଉପରେ ନିୟନ୍ତ୍ରଣ ରଖନ୍ତୁ। ଧୈର୍ଯ୍ୟର ସହ ସବୁ କାର୍ଯ୍ୟ କରନ୍ତୁ। ଶୁଭଫଳ ପାଇଁ ମଥାରେ କେଶରର ତିଳକ ଲଗାନ୍ତୁ।

#astrology #mangalgochar

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon