• padmabati kund

ବଡ଼ଦିନରୁ ଆରମ୍ଭ ଫ୍ଲିପକାର୍ଟ ମୋବାଇଲ ବୋନାଞ୍ଜା : ₹3000 ଯାଏଁ ଛାଡ଼


(ବେତାର ବ୍ୟୁରୋ) ନୂଆବର୍ଷ ଉପଲକ୍ଷେ ଫ୍ଲିପକାର୍ଟରେ ବିଭିନ୍ନ ପ୍ରକାର ସେଲ ଲାଗୁଛି। ଗ୍ରାହକମାନଙ୍କ ପାଇଁ ଗୋଟିଏ ପରେ ଗୋଟିଏ ସେଲ ଆରମ୍ଭ ହେବାରେ ଲାଗିଛି। ଗତ ସପ୍ତାହରେ ମଧ୍ୟ ଫ୍ଲିପକାର୍ଟ ତରଫରୁ ‘ଇୟର ଏଣ୍ଡର କାର୍ଣ୍ଣିଭାଲ’ ମଧ୍ୟ ଆୟୋଜନ କରାଯାଇଥିଲା। ବର୍ତ୍ତମାନ ଫ୍ଲିପକାର୍ଟ ତରଫରୁ ‘ମୋବାଇଲ ବୋନାଞ୍ଜା ସେଲ’ର ଘୋଷଣା କରାଯାଇଛି। ଏହି ସେଲ ଡିସେମ୍ବର 26 ତାରିଖରୁ ଆରମ୍ଭ ହେବ ଓ ଡିସେମ୍ବର 29 ତାରିଖ ପର୍ଯ୍ୟନ୍ତ ଚାଲିବ।

ନୂଆବର୍ଷ ଆରମ୍ଭ ହେବା ପୂର୍ବରୁ ଯେଉଁମାନେ ନିଜ ପସନ୍ଦର ମୋବାଇଲ କିଣିବାକୁ ଚାହୁଁଛନ୍ତି ସେମାନେ ଫ୍ଲିପକାର୍ଟର ଏହି ‘ମୋବାଇଲ ବୋନାଞ୍ଜା ସେଲ’ରେ ଡ଼ିସକାଉଣ୍ଟ ଓ ଅନ୍ୟ ଅଫର ସହିତ କିଣିପାରିବେ। ଏହି ସେଲରେ realme 2 pro, Asus Zenfone, Max pro M1, Honor 9N ଓ Nokia 5.1 plus ଶସ୍ତାରେ କିଣିପାରିବେ।

କଣ ରହିବ ଅଫର

ଏହି ସେଲ ସମୟରେ realme 2 pro କୁ ଗ୍ରାହକମାନେ ଟ.1,000 କମ ମୂଲ୍ୟରେ ପାଇପାରିବେ। ଏହି ସ୍ମାର୍ଟଫୋନର (4ଜିବି ରାମ+ 64ଜିବି ଇଣ୍ଟରନାଲ) ଟ.13,990 ମୂଲ୍ୟରେ ଲଞ୍ଚ କରାଯାଇଥିଲା। କିନ୍ତୁ ସେଲରେ ଏହାକୁ ଟ.12,990 ମୂଲ୍ୟରେ କିଣିପାରିବେ। ସେହିପରି 6ଜିବି ରାମ+ 64ଜିବି ଇଣ୍ଟରନାଲ ଥିବା ସ୍ମାର୍ଟଫୋନର ବଜାରଦର ଟ.15,990 ରହିଛି ଓ 8ଜିବି ରାମ+128ଜିବି ଇଣ୍ଟରନାଲ ଥିବା ସ୍ମାର୍ଟଫୋନର ବଜାରମୂଲ୍ୟ ଟ.17,990 ରହିଛି। ଏହି ଦୁଇଟିରେ ମଧ୍ୟ ଆପଣ ରିହାତି ପାଇପାରିବେ।

ଲୋକପ୍ରିୟ ସ୍ମାର୍ଟଫୋନ Asus ZenFone Max Pro M1କୁ ମଧ୍ୟ ଏହି ସେଲରେ ଶସ୍ତାରେ ପାଇପାରିବେ। ଏହାର 3ଜିବି+32ଜିବି ଷ୍ଟୋରେଜ ଥିବା ସ୍ମାର୍ଟଫୋନକୁ ଟ.8,999 ମୂଲ୍ୟରେ କିଣିପାରିବେ, କିନ୍ତୁ ଏହାର ବଜାର ମୂଲ୍ୟ ଟ.10,999 ରହିଛି। ଏହାସହିତ ସେଲ ସମୟରେ 4ଜିବି ରାମ ଓ 6ଜିବି ରାମର ସ୍ମାର୍ଟଫୋନ ମଧ୍ୟ ଶସ୍ତାରେ ମିଳିବାର ସମ୍ଭାବନା ରହିଛି। ଚାରଦିନ ପର୍ଯ୍ୟନ୍ତ ହେବାକୁ ଥିବା ଏହି ସେଲରେ Asus ZenFone Lite L1 ସ୍ମାର୍ଟଫୋନକୁ ଟ.4,999ରେ କିଣିପାରିବେ।

Honor 9Nକୁ ମଧ୍ୟ ଆପଣ ଶସ୍ତାରେ କିଣିପାରିବେ। ସେଲ ସମୟରେ ଏହି ସ୍ମାର୍ଟଫୋନ ମୂଲ୍ୟ ଟ.8,999ରୁ ଆରମ୍ଭ ହେବ। Honor 9Nର 3ଜିବି ରାମ+ 32ଜିବି ଇଣ୍ଟରନାଲ ଥିବା ସ୍ମାର୍ଟଫୋନକୁ ଟ.11,999ରେ ଲଞ୍ଚ କରାଯାଇଥିଲା। ଏଥିରେ ଆପଣଙ୍କୁ ଟ.3,000 ପର୍ଯ୍ୟନ୍ତ ରିହାତି ମିଳିବ। Honor 7Aର ବଜାର ମୂଲ୍ୟ ଟ.8,999ରୁ ଆରମ୍ଭ ହୋଇଥାଏ, କିନ୍ତୁ ଏହି ସେଲରେ ଏହାକୁ ଟ.7,499ରେ କିଣିପାରିବେ।

ସେହିପରି Nokia 5.1 plus ସ୍ମାର୍ଟଫୋନକୁ ଏହି ସେଲରେ ଟ.9,999 ମୂଲ୍ୟରେ କିଣିପାରିବେ। ଏହାର ବଜାର ମୂଲ୍ୟ ଟ.10,999 ରହିଛି। ଏହାବ୍ୟତୀତ Nokia 6.1 plus କୁ ଟ.14,999ରେ, Honor 7S କୁ ଟ.5,999ରେ, Motorola One Power କୁ ଟ.14,999ରେ କିଣିପାରିବେ।

#mobile #onlinesale #flipkartmobilebonanza

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon