• ବେତାର ବ୍ୟୁରୋ

ରେଲୱେରେ ଦଶମ ପାସଙ୍କ ପାଇଁ 798ଟି ଚାକିରୀ


(ବେତାର ବ୍ୟୁରୋ) ରେଲୱେ ସୁରକ୍ଷା ବଳ (RPF) ତରଫରୁ 798ଟି ସହାୟକ କନଷ୍ଟେବଳ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଦଶମ ପାସ କରିଥିବା ପ୍ରାର୍ଥୀ, ଯେଉଁମାନେ ସରକାରୀ ଚାକିରୀ କରିବା ପାଇଁ ଅପେକ୍ଷା କରିଛନ୍ତି ସେମାନଙ୍କ ପାଇଁ ଏହା ଭଲ ସୁଯୋଗ ଅଟେ। ଇଚ୍ଛୁକ ପ୍ରାର୍ଥୀ ଅନଲାଇନରେ ଆବେଦନ କରିପାରିବେ।

ଆବେଦନ ତାରିଖ

ଏହି ପଦ ଗୁଡିକରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ଜାନୁୟାରୀ 1 ତାରିଖ 2019 ରୁ ଜାନୁୟାରୀ 31 ତାରିଖ 2019 ମଧ୍ୟରେ ଅନଲାଇନରେ ଆବେଦନ କରିପାରିବେ।

ପଦବୀ ସଂଖ୍ୟା

ଏହି ବିଜ୍ଞପ୍ତିରେ ମୋଟ 798ଟି ପଦବୀ ପ୍ରକାଶ ପାଇଛି। ସେଥିମଧ୍ୟରୁ କନଷ୍ଟେବଳ (ୱାଟର କ୍ୟାରିୟର) ପାଇଁ 452ଟି ପଦ, କନଷ୍ଟେବଳ(ସଫାଇୱାଲା) ପାଇଁ 199ଟି ପଦ, କନଷ୍ଟେବଳ (ୱାସରମ୍ୟାନ) ପାଇଁ 49ଟି ପଦ, କନଷ୍ଟେବଳ(ବାରିକ) ପାଇଁ 49ଟି ପଦ, ଦରଜି(ଗ୍ରେଡ-3)ପାଇଁ 20ଟି ପଦ, ମୋଚି(ଗ୍ରେଡ-3) ପାଇଁ 22ଟି ଓ ମାଳୀ ପାଇଁ 7ଟି ପଦ ରହିଛି।

ଦରମା

ଦରଜି ଓ ମୋଚି ପଦ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ଟ.19,990 ଦରମା ପ୍ରଦାନ କରାଯିବ ଓ ଅନ୍ୟ ସମସ୍ତ ପଦ ପାଇଁ ଟ.21,700 ଦରମା ପ୍ରଦାନ କରାଯିବ।

ବୟସସୀମା

ଏହି ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ଜାନୁୟାରୀ 1 ତାରିଖ 2019 ସୁଦ୍ଧା 18ବର୍ଷରୁ 25 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଅନୁସୂଚିତ ଜାତି ଓ ଜନଜାତିର ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସ ସୀମା 5ବର୍ଷ, ଓ.ବି.ସି ପ୍ରାର୍ଥୀଙ୍କ ପାଇଁ 3ବର୍ଷ କୋହଳ କରାଯିବ।

ଶିକ୍ଷାଗତ ଯୋଗ୍ୟତା

ଏହି ପଦଗୁଡିକରେ ଆବେଦନ କରିବା ପାଇଁ ପ୍ରାର୍ଥୀ କୌଣସି ସ୍ଵୀକୃତୀପ୍ରାପ୍ତ ବୋର୍ଡରୁ ମାଟ୍ରିକ ପାସ କରିଥିବା ଆବଶ୍ୟକ।

ଆବେଦନ ଫି

ଆବେଦନ କରିବା ପାଇଁ ଫି’ ବାବଦରେ ସାଧାରଣ ବର୍ଗର ପ୍ରାର୍ଥୀଙ୍କୁ ଟ.500 ଦେବାକୁ ପଡିବ। ଏଥିମଧ୍ୟରୁ ଟ.400 କମ୍ପ୍ୟୁଟର ବେସ ପରୀକ୍ଷା ପରେ ଫେରସ୍ତ ପାଇବେ। ସେହିପରି ଅନୁସୂଚିତ ଜାତି, ଜନଜାତି, ମହିଳା ପ୍ରାର୍ଥୀ ଓ ଭୂତପୂର୍ବ ସୈନିକ ପ୍ରାର୍ଥୀଙ୍କୁ ଟ.250 ଦେବାକୁ ପଡିବ ଓ କମ୍ପ୍ୟୁଟର ବେସ ପରୀକ୍ଷା ପରେ ଟ.250 ଫେରସ୍ତ ପାଇଯିବେ।

କିପରି ଆବେଦନ କରିବେ

ଆବେଦନ କରିବା ପାଇଁ ରେଲୱେ ସୁରକ୍ଷା ବଳର ଅଫିସିଆଲ ୱେବସାଇଟ www.rpfonlinereg.org କିମ୍ବା www.indianrailways.gov.in ରେ ଲଗଇନ କରନ୍ତୁ। ଆବେଦନ ଫର୍ମରେ ଦେଇଥିବା ସମସ୍ତ ତଥ୍ୟକୁ ପୂରଣ କରିବା ପରେ ସବମିଟ କରିବେ।

ଚୟନ ପଦ୍ଧତି

ଯୋଗ୍ୟ ପ୍ରାର୍ଥୀ ଚୟନ ପାଇଁ ପ୍ରଥମେ କମ୍ପ୍ୟୁଟର ବେସ ପରୀକ୍ଷା ହେବ। ଏହି ପରୀକ୍ଷା 2019 ଫେବୃୟାରୀ କିମ୍ବା ମାର୍ଚ୍ଚ ମାସରେ ଅନୁଷ୍ଠିତ ହେବ। ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀ ଶାରୀରିକ ଦକ୍ଷତା ପରୀକ୍ଷା ଦେବେ।

ଏହାପରେ ଟ୍ରେଡ ଟେଷ୍ଟ ଓ ଡକୁମେଣ୍ଟ ଭେରିଫିକେଶନ କରାଯିବ।

ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ ରେଲୱେ ସୁରକ୍ଷା ବଳର ଅଫିସିଆଲ ୱେବସାଇଟ www.rpfonlinereg.org କିମ୍ବା www.indianrailways.gov.in ରେ ଲଗଇନ କରନ୍ତୁ।

#jobs #railway

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon