• padmabati kund

ଡିସେମ୍ବର ୨୯ରୁ ଟିଭିରେ ବନ୍ଦ ହେବନି ଚ୍ୟାନେଲ, ପୂର୍ବପରି ଦେଖିପାରିବେ : TRAI


(ବେତାର ବ୍ୟୁରୋ) ନୂଆବର୍ଷରୁ ଦେଶରେ ଟିଭି ଦେଖା ମହଙ୍ଗା ହେବ ବୋଲି କିଛିଦିନ ପୂର୍ବରୁ ଖବର ଆସିଥିଲା। ଏହାପରେ ଡିସେମ୍ବର ୨୯ ତାରିଖ ପୂର୍ବରୁ ଅପରେଟରଙ୍କ ସହ ଯୋଗାଯୋଗ ନକଲେ ଚ୍ୟାନେଲ ଗୁଡିକ ବନ୍ଦ ହୋଇପାରେ ବୋଲି ମଧ୍ୟ ଖବର ପ୍ରଚାର ହେଉଥିଲା। ତେବେ ଟେଲିକମ ରେଗୁଲେଟରୀ ଅଥରୀଟି ଅଫ ଇଣ୍ଡିଆ (TRAI) ତରଫରୁ ପକ୍ଷରୁ ଦେଶର ସମସ୍ତ କେବୁଲ , ଟିଭି ଉପଭୋକ୍ତାଙ୍କୁ ଭରସା ଦିଆଯାଇଛି ଯେ, ୨୯ ଡିସେମ୍ବରରୁ ଆପଣଙ୍କର ଟେଲିଭିଜନ ବ୍ଲାକ୍ ଆଉଟ୍ ହେବ ନାହିଁ ଆଉ ପୂର୍ବ ଭଳି ସମସ୍ତ ଚ୍ୟାନେଲ ଉପଭୋକ୍ତାଙ୍କ ଟିଭିରେ ଆସିବ ।

ଟ୍ରାଇ ପକ୍ଷରୁ ଗତ ବୁଧବାର ଏକ ଅଧିସୂଚନା ଜାରି କରାଯାଇ ସମସ୍ତ ଉପଭୋକ୍ତାଙ୍କୁ ନିଶ୍ଚିନ୍ତରେ ରହିବାକୁ ଭରସା ଦିଆଯାଇଛି । ଏହି ଅଧିସୂଚନାରେ ଉଲ୍ଲେଖ କରାଯାଇଛି ଯେ, ନୂଆ ଯୋଜନା ଅନୁସାରେ ନିଜ ଚ୍ୟାନେଲର ଚୟନ କରିବା ପାଇଁ ଉପଭୋକ୍ତାଙ୍କୁ ପର୍ଯ୍ୟାପ୍ତ ସମୟ ଦିଆଯିବ ଏବଂ ଟ୍ରାଇ ଏହି କାମ ପାଇଁ ପୃଥକ ଭାବେ ସମୟ ସୀମା ନିର୍ଦ୍ଧାରଣ କରିବ।

ନୂତନ ଦର

ଗତ କିଛିଦିନ ହେବ ଟେଲିଭିଜନରେ ଦେଶର ପ୍ରମୁଖ ପ୍ରସାରଣକାରୀ ସଂସ୍ଥାଗୁଡିକ ନିଜର ସବୁ ଚ୍ୟାନେଲର ଅଲଗା ଅଲଗା ଦର ନିର୍ଦ୍ଧାରଣ କରିଛନ୍ତି । ଏ ସମ୍ପର୍କରେ ଟିଭି ସ୍କ୍ରିନରେ ସୂଚନା ମଧ୍ୟ ଦିଆଯାଉଛି । ଫଳରେ କେଉଁ ଚ୍ୟାନେଲର ଦାମ କେତେ ତାହା ଗ୍ରାହକମାନେ ଜାଣିପାରିବେ । ଏଥିସହିତ ଏହି ସବୁ ଚ୍ୟାନେଲକୁ ଦେଖିବା ପାଇଁ ୨୯ ଡିସେମ୍ବର ପୂର୍ବରୁ ନିଜ ନିଜ ଅପରେଟରଙ୍କ ସହ ଯୋଗାଯୋଗ କରିବାକୁ କୁହାଯାଉଛି । ନଚେତ ଆପଣ ଏହି ଚ୍ୟାନେଲ ଦେଖିପାରିବେ ନାହିଁ ବୋଲି ଲୋକଙ୍କୁ ଭୟଭୀତ କରାଯାଉଛି । ଯାହା ଦ୍ୱାରା ଲୋକଙ୍କୁ ଲାଗୁଛି କି, ଯଦି ସେମାନେ ନିଜ କେବୁଲ ଅପରେଟର ତଥା ଡିଟିଏଚ ପ୍ରଦାନକାରୀ କମ୍ପାନୀମାନଙ୍କ ସହ ଯୋଗାଯୋଗ ନକରନ୍ତି ତେବେ ତାଙ୍କ ଟିଭି ୨୯ ଡିସେମ୍ବରରୁ ବ୍ଲାକ ଆଉଟ ହୋଇଯିବ ।

ପୂର୍ବରୁ କେବୁଲ ଓ ଡିଟିଏଚ ସେବା ପାଇଁ ମାସକୁ ଏକ ନିର୍ଦ୍ଦିଷ୍ଟ ପରିମାଣର ବିଲ ଦେବାକୁ ପଡୁଥିଲା । କିନ୍ତୁ ନୂଆ ନିୟମ ଲାଗୁ ହେବା ଦ୍ୱାରା ପ୍ରତି ଚ୍ୟାନେଲ ପାଇଁ ଅଲଗା ଅଲଗା ଦାମ ଗଣିବାକୁ ପଡିବ । ଟିଭି ଉପଭୋକ୍ତାମାନଙ୍କୁ ପ୍ରଥମେ ଶହେଟି ଚ୍ୟାନେଲ ପାଇଁ ୧୩୦ ଟଙ୍କା ସହିତ ଟିକସ ଦେବାକୁ ପଡିବ । କିନ୍ତୁ ଲୋକପ୍ରିୟ ଚ୍ୟାନେଲଗୁଡିକୁ ଗ୍ରାହକମାନେ ନିଜ ପସନ୍ଦ ଅନୁସାରେ ଚୟନ କରିବେ । ସେହି ଅନୁସାରେ ଗ୍ରାହକଙ୍କୁ ପେମେଣ୍ଟ କରିବାକୁ ପଡିବ ।

ଟ୍ରାଇ ତରଫରୁ ଲାଗୁ ହେବାକୁ ଥିବା ନୂଆ ଯୋଜନା ଅନୁସାରେ, ସମସ୍ତ ଉପଭୋକ୍ତାଙ୍କ ନିକଟରେ ନିଜ ପସନ୍ଦର ଚ୍ୟାନେଲ ଚୟନ କରିବାର ଅଧିକାର ରହିବ ଏବଂ ଅପରେଟର ସେମାନଙ୍କଠାରୁ ସେହି ଚ୍ୟାନେଲ ମୁତାବକ ଶୁଳ୍କ ନିଆଯିବ । ବର୍ତ୍ତମାନ ଟିଭି ଉପଭୋକ୍ତା ମାନଙ୍କୁ ଏଭଳି ଅନେକ ଚ୍ୟାନେଲ ପାଇଁ ପଇସା ଦେବାକୁ ପଡୁଛି ଯାହାର ଆବଶ୍ୟକତା ନାହିଁ , ହେଲେ ପ୍ୟାକେଜରେ ସାମିଲ ହେବା କାରଣରୁ ତାଙ୍କୁ ଏଭଳି କରିବାକୁ ପଡୁଛି । ତେଣୁ ନୂଆ ଯୋଜନା ଲାଗୁ ହେବା ଦ୍ୱାରା ଉପଭୋକ୍ତା କେବଳ ନିଜ ମନପସନ୍ଦର ଚ୍ୟାନେଲ ଦେଖିବେ ଓ ସେଥିପାଇଁ ବିଲ ଦେବେ।

#TRAI #cable #DTH

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon