• padmabati kund

ବକ୍ସିଙ୍ଗ ଡେ’ ଟେଷ୍ଟରେ ଶତକ ହାସଲ କରି ଏହି ରେକର୍ଡ ଭାଙ୍ଗିଲେ ଚେତେଶ୍ଵର ପୁଜାରା


(ବେତାର ବ୍ୟୁରୋ) ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଛି। ଏହି ମ୍ୟାଚର ଦ୍ଵିତୀୟ ଦିନରେ ଭାରତୀୟ ବ୍ୟାଟ୍ସମ୍ୟାନ ଚେତେଶ୍ଵର ପୁଜାରା ଭଲ ବ୍ୟାଟିଙ୍ଗ କରି ନିଜ ଟେଷ୍ଟ କ୍ୟାରିୟରର 17ତମ ଶତକ ମାରିଛନ୍ତି। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଏହି ଚାରିଟିକିଆ ସିରିଜରେ ଚେତେଶ୍ଵର ପୁଜାରାଙ୍କ ଏହା ଦ୍ଵିତୀୟ ଶତକ ଅଟେ। ଏହି ଶତକ ହାସଲ କରିବା ସହିତ ଚେତେଶ୍ଵର ପୁଜାରା ଅନେକ ରେକର୍ଡ ଭାଙ୍ଗିଛନ୍ତି।

ମେଲବର୍ଣ୍ଣ ମ୍ୟାଚର ପ୍ରଥମ ଦିନରେ ଅର୍ଦ୍ଧଶତକ ହାସଲ କରିଥିବା ଚେତେଶ୍ଵର ପୁଜାରା ମ୍ୟାଚର ଦ୍ଵିତୀୟ ଦିନରେ ଏହି ଶତକ ହାସଲ କରି ଦଳକୁ ଏକ ମଜଭୁତ ସ୍ଥିତିରେ ପହଞ୍ଚାଇଛନ୍ତି। ଏହି ଶତକ ସହିତ ଟେଷ୍ଟ ଶତକ ମାମଲାରେ ଚେତେଶ୍ଵର ପୁଜାରା ଭାରତର ପୂର୍ବତନ କ୍ୟାପଟେନ ସୌରଭ ଗାଙ୍ଗୁଲିଙ୍କୁ ପଛରେ ପକାଇ ଦେଇଛନ୍ତି।

ସୌରଭ ଗାଙ୍ଗୁଲୀ ଟେଷ୍ଟ କ୍ରିକେଟରେ 16ଟି  ଶତକ ମାରିଛନ୍ତି। ଟେଷ୍ଟ ଶତକ ତାଲିକାରେ ଭାରତୀୟ ଦଳର ପୂର୍ବତନ ଖେଳାଳୀ ଭି.ଭି.ଏସ ଲକ୍ଷ୍ମଣଙ୍କ ସହ ସେ ସମାନ ହୋଇଛନ୍ତି। ଭି.ଭି.ଏସ ଲକ୍ଷ୍ମଣ ଟେଷ୍ଟ କ୍ରିକେଟରେ ମୋଟ 17ଟି ଶତକ ମାରିଛନ୍ତି।

ଅଷ୍ଟ୍ରେଲିଆରେ ଶତକ ପାଇଁ ଅଧିକ ବଲ ଖେଳିବାରେ ତୃତୀୟ

ଚେତେଶ୍ଵର ପୁଜାରା ଏହି ଶତକ ହାସଲ କରିବା ପାଇଁ ମୋଟ 280ଟି ବଲ ଖେଳିଛନ୍ତି। ଏହାସହିତ ସେ ମୋଟ 10ଟି ଚୌକା ମଧ୍ୟ ମାରିଛନ୍ତି। ନିଜ ଟେଷ୍ଟ କ୍ୟାରିୟରରେ ଶତକ ହାସଲ କରିବା ପୁଜାରା ସବୁଠାରୁ ଅଧିକ ବଲ ଖେଳିଛନ୍ତି। ଏହାପୂର୍ବରୁ 2012ରେ ଇଂଲଣ୍ଡ ବିରୁଦ୍ଧରେ ମୁମ୍ବାଇରେ ଖେଳାଯାଉଥିବା ମ୍ୟାଚରେ ଶତକ ହାସଲ କରିବା ପାଇଁ ସେ 248ଟି ବଲ ଖେଳିଥିଲେ। ଭାରତ ପାଇଁ ଟେଷ୍ଟ ଶତକ ହାସଲ କରିବାରେ ସବୁଠାରୁ ଅଧିକ ବଲ ଖେଳିଥିବା ବ୍ୟାଟ୍ସମ୍ୟାନ ତାଲିକାରେ ପୁଜାରା ତୃତୀୟ ସ୍ଥାନରେ ରହିଛନ୍ତି।

ଏହାପୂର୍ବରୁ ଭାରତର ପୂର୍ବତନ ଖେଳାଳୀ ରବି ଶାସ୍ତ୍ରୀ 1992 ମସିହାରେ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ 307ଟି ବଲରେ ଟେଷ୍ଟ ଶତକ ହାସଲ କରିଥିଲେ। ଏହାସହିତ ସୁନୀଲ ଗାଭାସ୍କର 1985 ମସିହାରେ ଆଡିଲେଡ ଗ୍ରାଉଣ୍ଡରେ 286 ବଲରେ ଟେଷ୍ଟ ଶତକ ହାସଲ କରିଥିଲେ।

ବକ୍ସିଙ୍ଗ ଡେ’ ଟେଷ୍ଟରେ ଶତକ

ବକ୍ସିଙ୍ଗ ଡେ’ ଟେଷ୍ଟ ମ୍ୟାଚରେ ଶତକ ମାରିବା ବହୁତ ଖାସ ହୋଇଥାଏ। ସବୁ ବ୍ୟାଟ୍ସମ୍ୟାନ ମାନେ  ଏହି ଟେଷ୍ଟ ମ୍ୟାଚରେ ଶତକ ହାସଲ କରିବାକୁ ଚାହିଁଥାନ୍ତି। ଚେତେଶ୍ଵର ପୁଜାରା ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଶତକ ହାସଲ କରିବାରେ ପଞ୍ଚମ ବ୍ୟାଟ୍ସମ୍ୟାନ ହୋଇପାରିଛନ୍ତି। ସର୍ବ ପ୍ରଥମେ 1999 ମସିହାରେ ସଚିନ ତେନ୍ଦୁଲକର ବକ୍ସିଙ୍ଗ ଡେ’ ଟେଷ୍ଟରେ ଶତକ ମାରିଥିଲେ ଓ ଏହାପରେ 2003ରେ ବିରେନ୍ଦ୍ର ସେହ୍ଵାଗ ଶତକ ମାରିଥିଲେ।

#cricket #boxingdaytestmatch #cheteswarpujara

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon