• padmabati kund

ଶୀତଦିନେ ଓଠ ଫାଟିବାରୁ ରକ୍ଷା ପାଇବାକୁ ଆପାଣନ୍ତୁ 5 ଘରୋଇ ଉପଚାର


(ବେତାର ବ୍ୟୁରୋ) ଶୀତଦିନରେ ତ୍ଵଚା ଶୁଖିଲା ହୋଇଯାଇଥାଏ। ଅଧିକାଂଶ ଲୋକଙ୍କ ଓଠ ମଧ୍ୟ ଫାଟିଥାଏ। ଓଠ ଫାଟିଲେ ବହୁତ କଷ୍ଟ ହୋଇଥାଏ। ବେଳେବେଳେ ଏଥିରୁ ରକ୍ତ ମଧ୍ୟ ବାହାରିଥାଏ। ଓଠ ଫାଟିବା ଦ୍ଵାରା ଆପଣ ଖାଇବା ଭଲ ଭାବରେ ଖାଇପାରିନଥାନ୍ତି। ଏହି ଓଠ ଫାଟିବା ସମସ୍ୟା ଅନେକ କାରଣରୁ ଦେଖାଯାଇଥାଏ। ଓଠରେ     ଧୁଳି ଓ ମୃତକୋଷିକା ଏକାଠି ହେବାଦ୍ଵାରା, ନିଶାଦ୍ରବ୍ୟ ସେବନ କରିବା କିମ୍ବା ଆଲର୍ଜି ଥିଲେ ଏହା ହୋଇଥାଏ। ଶୀତଦିନେ ଶରୀର ଅଧିକ ଶୁଷ୍କ ହୋଇଯାଇଥାଏ ତେଣୁ ଓଠ ଫାଟିଥାଏ।

ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ବଜାରରୁ ଅନେକ ପ୍ରକାରର ବାମ କିଣିକି ଲଗାଇଥାନ୍ତି। ଏହା ଆପଣଙ୍କୁ ଅସ୍ଥାୟୀ ସମାଧାନ ଦେଇଥାଏ ଓ ପୁଣି କିଛିଦିନ ପରେ ଏହି ସମସ୍ୟା ପୁଣି ଦେଖାଦେଇଥାଏ। ତେଣୁ ଏହି ଓଠ ଫଟା ସମସ୍ୟାକୁ ଦୂର କରିବା ପାଇଁ ଘରୋଇ ଉପଚାର ଅବଲମ୍ବନ କରନ୍ତୁ।

୧.ଡାଲଚିନି ଓ ମହୁ: ଶୀତଦିନେ ଓଠ ଫାଟୁଥିଲେ ଆପଣ ଡାଲଚିନି ଓ ମହୁର ବ୍ୟବହାର କରିପାରିବେ। ଏଥିପାଇଁ ଅଳ୍ପ ଡାଲଚିନି ଗୁଣ୍ଡ ନିଅନ୍ତୁ। ସେଥିରେ ଅଳ୍ପ ମହୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ଅଠାରେ ଲଗାଇ ୧୦-୧୫ ମିନିଟ ପର୍ଯ୍ୟନ୍ତ ସ୍କ୍ରବ କରନ୍ତୁ। ଏହାପରେ ଓଠକୁ ଅଳ୍ପ ଉଷୁମ ପାଣିରେ ଧୋଇ ଦିଅନ୍ତୁ। ଏପରି କରିବା ଦ୍ଵାରା ଆପଣଙ୍କ ଓଠ ମଶ୍ଚୁରାଇଜ ହୋଇଥାଏ। ସପ୍ତାହକୁ ଦୁଇଥର ଏପରି କରନ୍ତୁ।

୨.କଫି ଗ୍ରାଉଣ୍ଡ ଓ ଅଲିଭ ଅଏଲ: ଶୀତଦିନେ ମଧ୍ୟ ନରମ ଓ ଗୋଲାପି ଓଠ ପାଇବା ପାଇଁ ଆପଣ କଫି ଗ୍ରାଉଣ୍ଡ ଓ ଅଲିଭ ଅଏଲର ମିଶ୍ରଣ ଲଗାଇ ପାରିବେ। ଏଥିପାଇଁ ଅଧାଚାମଚ କଫି ଗ୍ର୍ରାଉଣ୍ଡରେ ଅଲିଭ ଅଏଲ ମିଶାନ୍ତୁ। ଏହି ମିଶ୍ରଣକୁ ଭଲ ଭାବରେ ହାତରେ ଗୋଳାନ୍ତୁ। ମିଶ୍ରଣକୁ ଓଠରେ ଲଗାଇବା ପରେ କିଛି ସମୟ ସ୍କ୍ରବ କରନ୍ତୁ ଓ ଅଳ୍ପ ଉଷୁମ ପାଣିରେ ଓଠକୁ ଧୋଇଦିଅନ୍ତୁ। ଦୁଇ ସପ୍ତାହରେ ଗୋଟିଏ ଥର ଏପରି କରିବା ଦ୍ଵାରା ସୁଫଳ ପାଇବେ।

୩.ଲେମ୍ବୁ, ଚିନି ଓ ନଡିଆ ତେଲ: ଏକ ଚାମଚ ନଡିଆ ତେଲରେ ଅଳ୍ପ ଲେମ୍ବୁରସ ଓ ବଡଦାନା ଚିନି ମିଶାନ୍ତୁ। ଏହି ମିଶ୍ରଣକୁ ଓଠରେ ଧୀରେ ଧୀରେ ସ୍କ୍ରବ କରନ୍ତୁ। ଏହାପରେ ଉଷୁମ ପାଣିରେ ଓଠକୁ ଧୋଇ ଦିଅନ୍ତୁ। ମାସକୁ ୩-୪ଥର ଏପରି କରନ୍ତୁ।

୪. ପୋଦିନା ପତ୍ର ଓ କୋକୋ ପାଉଡର: ଅଳ୍ପ ପୋଦିନା ପତ୍ରକୁ ପେଷ୍ଟ କରି ସେଥିରେ ଗୋଲାପ ଜଳ ମିଶାନ୍ତୁ। ଏହି ପେଷ୍ଟରେ ଅଧାଚାମଚ କୋକୋ ପାଉଡର ମିଶାନ୍ତୁ। ଏହାକୁ ଓଠରେ ଲଗାନ୍ତୁ। କିଛି ସମୟ ରଖିବା ପରେ ଓଠକୁ ଧୋଇ ଦିଅନ୍ତୁ। ସପ୍ତାହକୁ ଥରେ ଏପରି କରନ୍ତୁ।

୫.ବାଦାମ ତେଲ ଓ ଓଟ୍ ମିଲ: ଅଧାଚାମଚ ବାଦାମ ତେଲରେ ଓଟ୍ ମିଲ ମିଶାନ୍ତୁ। ଏହି ପେଷ୍ଟକୁ ଓଠରେ କିଛି ସମୟ ଲଗାଇ ରଖିବା ପରେ ଓଠକୁ ଥଣ୍ଡାପାଣିରେ ଧୋଇ ଦିଅନ୍ତୁ। ସପ୍ତାହରେ ୩-୪ଥର ଏପରି କରିବା ଦ୍ଵାରା ଓଠ ଫାଟିବା ସମସ୍ୟାରୁ ମୁକ୍ତି ପାଇ ପାରିବେ।

#health #chappedfreelips #homeremedies

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon