• padmabati kund

ଚେହେରା ଅନୁଯାୟୀ ବାଛନ୍ତୁ କାନଫୁଲ


(ବେତାର ବ୍ୟୁରୋ) ବିବାହ ହେଉ ବା ଯେକୌଣସି ଉତ୍ସବ ହେଉ ପ୍ରତ୍ୟେକ ମହିଳା ସୁନ୍ଦର ଦେଖାଯିବାକୁ ଚେଷ୍ଟା କରିଥାନ୍ତି। ଏଥିପାଇଁ ସୁନ୍ଦର ସୁନ୍ଦର ପୋଷାକ ସହିତ ଅନେକ ପ୍ରକାରର ଗହଣା ମଧ୍ୟ ପିନ୍ଧିଥାଆନ୍ତି। ସେଥିମଧ୍ୟରୁ କାନଫୁଲ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଥାଏ। ପିନ୍ଧିଥିବା ପୋଷାକ ସହିତ କାନଫୁଲ ମ୍ୟାଚ କରି ଲଗାଇଲେ ଏହା ଆପଣଙ୍କୁ ଏକ ପରଫେକ୍ଟ ଲୁକ ଦେଇଥାଏ। ବର୍ତ୍ତମାନ ବଜାରରେ ଅନେକ ପ୍ରକାରର କାନଫୁଲର ଟ୍ରେଣ୍ଡ ଚାଲିଛି। ତେବେ କାନଫୁଲ କିଣିବା ସମୟରେ ନିଜ ମୁହଁର ଆକାର ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡିଥାଏ।

ନିଜ ମୁହଁର ଆକାରର ଅନୁସାରେ କାନଫୁଲ ପିନ୍ଧିଲେ ଆପଣ ଏକ ପରଫେକ୍ଟ  ଲୁକ ପାଇପାରିବେ। ତେବେ ଜାଣିରଖନ୍ତୁ କେଉଁ ଆକୃତିର ମୁହଁ ପାଇଁ କିପରି କାନଫୁଲ ବାଛିବେ।

୧.ଅଣ୍ଡାକୃତି ଚେହେରା : ଯଦି ଆପଣଙ୍କ ଚେହେରା ଅଣ୍ଡାକୃତି ଆକାରର ହୋଇଥାଏ ତେବେ କାନଫୁଲ ବାଛିବା ସମୟରେ ଆପଣଙ୍କୁ ଅଧିକ ଭାବିବାକୁ ପଡିବ ନାହିଁ। ଆପଣଙ୍କ ଚେହେରାକୁ ସବୁ ପ୍ରକାରର କାନଫୁଲ ମାନିବ। ଯଦିବି ଆପଣ ନିଜ ଚେହେରା ମୁତାବକ କାନଫୁଲ କିଣିବାକୁ ଚାହୁଁଛନ୍ତି ତେବେ ଅଧିକ ଓହଳୁଥିବା କାନ ଫୁଲ ପିନ୍ଧନ୍ତୁ। ଏହା ଆପଣଙ୍କ ସୌନ୍ଦର୍ଯ୍ୟକୁ ଦୁଇଗୁଣ କରିଥାଏ।

୨.ଗୋଲାକାର ଚେହେରା: ଏହି ଆକୃତିର ଚେହେରା ପାଇଁ ଆୟତାକାର, ତ୍ରିଭୁଜାକାର ଆକୃତିର କାନଫୁଲ ସୁନ୍ଦର ଦେଖାଯାଇଥାଏ। ଏପରି କାନଫୁଲ ଗୁଡିକ ଆପଣଙ୍କ ଚେହେରାର ଚଉଡାପଣକୁ କମ କରିଥାଏ। ଗୋଲାକାର ମୁହଁରେ କେବେବି ଗୋଲ କାନଫୁଲ ପିନ୍ଧନ୍ତୁ ନାହିଁ।

୩.ଲମ୍ବା ଚେହେରା : ଯଦି ଆପଣଙ୍କ ଚେହେରା ଲମ୍ବାକୃତିର ହୋଇଥାଏ ତେବେ ସେମାନେ ଅତି ସାଧାରଣ କାନଫୁଲ ପିନ୍ଧାନ୍ତୁ। ଛୋଟ ବଟମ ଟପ୍ସ ଆପଣଙ୍କୁ ଭଲ ମାନିଥାଏ। ଲମ୍ବା କାନଫୁଲ ପିନ୍ଧନ୍ତୁ ନାହିଁ। ଏପରି କାନଫୁଲ ପିନ୍ଧିଲେ ଆପଣଙ୍କ ଚେହେରା ଆହୁରି ଅଧିକ ଲମ୍ବା ଦେଖାଯାଇଥାଏ ଓ ଦେଖିବାକୁ ସୁନ୍ଦର ଲାଗିନଥାଏ।

୪.ଆୟତାକାର ଚେହେରା: ବହୁତ କମ ମହିଳାଙ୍କ ଚେହେରା ଅୟତାକୃତି ହୋଇଥାଏ। ଯଦି ଆପଣଙ୍କ ଚେହେରା ଆୟତକୃତି ହୋଇଥାଏ ତେବେ ଗୋଳାକୃତି ଆକାରର କାନଫୁଲ ପିନ୍ଧାନ୍ତୁ। ଏହା ଆପଣଙ୍କ ସୌନ୍ଦର୍ଯ୍ୟକୁ ବଢାଇଥାଏ।

୫.ବର୍ଗାକୃତି ଚେହେରା: ଏପରି ଆକୃତିର ଚେହେରା ଥିବା ମହିଳା ମାନେ ଏପରି କାନଫୁଲ ପିନ୍ଧାନ୍ତୁ ଯାହାର ଲମ୍ବ ଅଧିକ ହୋଇଥିବା ଓ ଚଉଡା କମ ଥିବ। ଆପଣଙ୍କ ଉପରେ ଅଧିକ ଓଜନିଆ କାନଫୁଲ ମଧ୍ୟ ବେଶ ମାନିବ। ଯଦି ଆପଣ ଟପ୍ସ ପିନ୍ଧିବେ ତାହା ମଧ୍ୟ ଆପଣଙ୍କୁ ଭଲ ମାନିବ।

#fashion #earrings

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon