• ବେତାର ବ୍ୟୁରୋ

ଟାଉନ ପ୍ଲାନର ପରୀକ୍ଷା ଫିସ ଦାଖଲର ଆଜି ଶେଷ ତାରିଖ : ଜାଣନ୍ତୁ କିପରି କରିବେ ଆବେଦନ


(ବେତାର ବ୍ୟୁରୋ) ଓଡିଶା ପବ୍ଲିକ ସର୍ଭିସ କମିଶନ ତରଫରୁ ୧୭ଟି ଆସିଷ୍ଟାଣ୍ଟ ଟାଉନ ପ୍ଲାନର ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଓଡିଶା ସରକାରଙ୍କ ଆବାସ ଓ ସହର ବିକାଶ ବିଭାଗ ଅଧୀନରେ ଏହି ନିଯୁକ୍ତି କରାଯିବ। ଏହି ପଦରେ ଆବେଦନ କରିବା ପାଇଁ ନଭେମ୍ବର 20 ତାରିଖରୁ ଡିସେମ୍ବର 19 ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା। ଆବେଦନ ଫି ପଇଠ କରିବାର ଶେଷ ତାରିଖ ଡିସେମ୍ବର 24 ତାରିଖ ପର୍ଯ୍ୟନ୍ତ ରହିଥିଲା। ତେବେ ଏହି ଫି’ ଦାଖଲ କରିବାର ତାରିଖକୁ ଡିସେମ୍ବର 28 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ଯେଉଁପ୍ରାର୍ଥୀ ମାନେ ଏହି ଆସିଷ୍ଟାଣ୍ଟ ଟାଉନ ପ୍ଲାନର ପଦ ପାଇଁ ଆବେଦନ କରିଦେଇଛନ୍ତି ଓ ଫି’ ପଇଠ କରିପାରି ନାହାନ୍ତି, ସେମାନେ ଡିସେମ୍ବର 28 ତାରିଖ ଶୁକ୍ରବାର ପଇଠ କରିପାରିବେ। ଅନଲାଇନରୁ ଚାଲାଣ ସିପ କାଢିବା ପରେ ଏସ.ବି.ଆଇ ବ୍ୟାଙ୍କର ଯେ କୌଣସି ବ୍ରାଞ୍ଚକୁ ଯାଇ ଏହା ପଇଠ କରିପାରିବେ।

ପୂର୍ବରୁ ଏହି ଆବେଦନ ଫି’ ପଇଠ କରିବାର ଶେଷ ତାରିଖ ଡିସେମ୍ବର 24ତାରିଖ ପର୍ଯ୍ୟନ୍ତ ରହିଥିଲା। କିନ୍ତୁ ଡିସେମ୍ବର 26 ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ବ୍ୟାଙ୍କ ଗୁଡିକର ଷ୍ଟ୍ରାଇକ ରହିଥିଲା। ଏଥିପାଇଁ ଆବେଦନ ଫି’ ପଇଠ କରିବାର ଶେଷ ତାରିଖକୁ ବର୍ଦ୍ଧିତ କରାଯାଇଛି। ପୂର୍ବରୁ ଥିବା ସମସ୍ତ ସର୍ତ୍ତରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

କିପରି ପଇଠ କରିବେ

.ଯେଉଁ ପ୍ରାର୍ଥୀ ମାନେ ଏହି ପଦ ପାଇଁ ଆବେଦନ କରିଛନ୍ତି ସେମାନଙ୍କୁ ଫି’ ପଇଠ କରିବାକୁ ପଡିବ। ଏଥିପାଇଁ ପ୍ରାର୍ଥୀଙ୍କୁ ଟ.500 ଫି’ ଦେବାକୁ ପଡିବ। ଫି’ ପଇଠ କରିବା ପାଇଁ ପ୍ରଥମେ ଓଡିଶା ପବ୍ଲିକ ସର୍ଭିସ କମିଶନର ଅଫିସିଆଲ ୱେବସାଇଟ www.opsc.gov.in ରେ ଲଗଇନ କରନ୍ତୁ। ଏହାପରେ apply online ଉପରେ କ୍ଲିକ କରନ୍ତୁ।

.ଏହାପରେ on-line application submission system ପେଜରେ ଆସିଷ୍ଟାଣ୍ଟ ଟାଉନ ପ୍ଲାନର ପାଇଁ ଥିବା application/challaan re-print ଉପରେ କ୍ଲିକ କରନ୍ତୁ।

.ଏହାପରେ ନିଜର ରେଜିଷ୍ଟ୍ରେଶନ ଆଇଡି ଓ ପାସୱାର୍ଡ ଦେଇ ଚାଲାଣ ଫର୍ମ ଡାଉନଲୋଡ କରନ୍ତୁ। କୌଣସି ଏସବିଆଇ ବ୍ରାଞ୍ଚକୁ ଯାଇ ଫି’ ପଇଠ କରନ୍ତୁ।

ଶିକ୍ଷାଗତ ଯୋଗ୍ୟତା ଓ ବୟସସୀମା

ଏହି ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ଶିକ୍ଷାଗଗତ ଯୋଗ୍ୟତା କୌଣସି ସ୍ଵୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ପ୍ଲାନିଙ୍ଗରେ ଗ୍ରାଜୁଏସନ କିମ୍ବା ପିଜି ଡିଗ୍ରୀ ହାସଲ କରିଥିବା ଆବଶ୍ୟକ। ପ୍ରାର୍ଥୀଙ୍କ ବୟସ ଜାନୁୟାରୀ 1 ତାରିଖ 2018 ସୁଦ୍ଧା ସର୍ବନିମ୍ନ 21 ବର୍ଷ ଓ ସର୍ବାଧିକ 32ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଅନୁସୂଚିତ ଜାତି, ଜନଜାତି, ଏସ.ଇ.ବି.ସି ଓ ଭୂତପୂର୍ବ ସୈନିକ ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସସୀମା 5ବର୍ଷ କୋହଳ କରାଯାଇଛି ଓ ଶାରୀରିକ ଭାବେ ଅକ୍ଷମ ବ୍ୟକ୍ତିଙ୍କ ପାଇଁ ସର୍ବାଧିକ ବୟସସୀମା 10ବର୍ଷ କୋହଳ କରାଯାଇଛି।

#jobs #opsc #townplanner

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon