• padmabati kund

ଫ୍ରାଇଡେ ରିଲିଜ : ଆକ୍ସନ ଓ କମେଡିରେ ଭରପୁର ରଣବୀର ସିଂ ଙ୍କ ‘ସିମ୍ବା’


(ବେତାର ବ୍ୟୁରୋ) ରଣବୀର ସିଂ ଓ ସାରା ଅଲ୍ଲୀ ଖାନଙ୍କ ଅଭିନୀତ ତଥା ଏବର୍ଷର ଶେଷ ଫିଲ୍ମ ‘ସିମ୍ବା’ ରିଲିଜ ହୋଇଯାଇଛି। ରୋହିତ ଶେଟ୍ଟୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଜଣେ ପୋଲିସ ଅଫିସର ଭୂମିକାରେ ରଣବୀର ସିଂ ନିଜ ଫ୍ୟାନଙ୍କୁ ଉପହାର ଦେଇଛନ୍ତି। ଏହି ଫିଲ୍ମରେ ମନୋରଞ୍ଜନର ସମସ୍ତ ଗୁଣ ରହିଛି। ଫିଲ୍ମରେ ଆକ୍ସନ ସହିତ କମେଡି ମଧ୍ୟ ଭରପୁର ରହିଛି। ‘ସିମ୍ବା’ରେ ସିଙ୍ଘମର ଝଲକ ଦେଖିବାକୁ ମିଳିଛି ଓ ଏଥିପାଇଁ ମଧ୍ୟ ଫିଲ୍ମଟିକୁ ଫ୍ୟାନମାନେ ବହୁତ ପସନ୍ଦ କରିଛନ୍ତି।

କାହାଣୀ

ଫିଲ୍ମର କାହାଣୀ ସଂଗ୍ରାମ ଭାଲେରାଓ ସିମ୍ବା (ରଣବୀର ସିଂ)ଙ୍କ ଠାରୁ ଆରମ୍ଭ ହୋଇଛି। ‘ସିଙ୍ଘମ’ର ବାଜିରାଓ ସିଙ୍ଘମର ଗାଁ ଶିବଗଡର ଏହି ପିଲାଟି ଅନାଥ ଅଟେ। ପିଲାବେଳୁ ହିଁ ସେ ଜଣେ ପୋଲିସ ଅଫିସର ହେବାକୁ ଚାହେଁ ଓ ପୋଲିସ ପୋଷାକ ପିନ୍ଧି ଅଧିକ ଅର୍ଥ ରୋଜଗାର କରିବାକୁ ଚାହେଁ। ମନରେ ଏହି ଲୋଭ ସହିତ ସିମ୍ବା ବଡ ହୋଇ ପୋଲିସ ଅଫିସର ହୁଏ ଓ ଗୋଆର ମିରାମାର ଅଞ୍ଚଳରେ ତାର ପୋଷ୍ଟିଙ୍ଗ ହୁଏ।

ଏହି ମୀରାମାର ଅଞ୍ଚଳରେ ଦୂର୍ଗା ରାଣାଡେ (ସୋନୁ ସୂଦ)ର ରାଜତ୍ଵ ଚାଲୁଥାଏ। ଯଦି କେହି ତା ରାସ୍ତାରେ ଆସେ ତେବେ ସେ ତାକୁ ଜମା ବି ଛାଡିନଥାଏ। ଅଧିକ ପଇସା ରୋଜଗାର କରିବା ଲକ୍ଷ୍ୟରେ ସିମ୍ବା, ଦୂର୍ଗା ରାଣାଡେ ସହିତ ହାତ ମିଶାଏ ଓ ଦୁନିଆ ଉପରେ ରାଜତ୍ଵ କରିବାର ସ୍ଵପ୍ନ ଦେଖେ।

ଇତିମଧ୍ୟରେ ପୋଲିସ ଷ୍ଟେସନ ଆଗରେ ଏକ କ୍ୟାଣ୍ଟିନ ଚଲାଉଥିବା ସଗୁନ (ସାରା ଅଲ୍ଲୀ ଖାନ)ସହିତ ସିମ୍ବାର ଦେଖାହୁଏ ଓ ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଯାଏ। ଏହିପରି ଭାବରେ ଫିଲ୍ମର କାହାଣୀ ଆଗକୁ ଆଗେଇଛି ଓ ହଠାତ ଏପରି ଏକ ଘଟଣା ଘଟିଛି ଯାହାକି ସିମ୍ବାକୁ ବେଇମାନରୁ ଇମାନଦାର ପୋଲିସ ଅଫିସର କରିଛି। ଏହାସହିତ ପରସ୍ପରକୁ ଭାଇ ବୋଲି କହୁଥିବା ଦୂର୍ଗା ଓ ସିମ୍ବା ପରସ୍ପରର ଶତ୍ରୁ ହୋଇଯାଇଛନ୍ତି।

ଅଭିନୟ

ଫିଲ୍ମରେ ରଣବୀର ସିଂ ଙ୍କ ଅଭିନୟକୁ ଦର୍ଶକ ପସନ୍ଦ କରିଛନ୍ତି। ପରିସ୍ଥିତି ଅନୁସାରେ ରଣବୀର ନିଜ ଚରିତ୍ରରେ ନାଚ, ଆକ୍ସନ ଓ କମେଡିର ପ୍ରଦର୍ଶନ କରିଛନ୍ତି। ସାରା ଅଲ୍ଲୀ ଖାନଙ୍କ ଚରିତ୍ର ସେତେ ମଜଭୁତ ନଥିଲେ ମଧ୍ୟ ସାରାଙ୍କ ଉପସ୍ଥିତି ଫିଲ୍ମରେ ଭିନ୍ନ ରଙ୍ଗ ଭରିଦେଇଛି। ଏହାବ୍ୟତୀତ ସୋନୁ ସୁଦ ଓ ଆଶୁତୋଷ ରାଣା ମଧ୍ୟ ନିଜ ଚରିତ୍ରକୁ ଭଲ ଭାବରେ ଉପସ୍ଥାପନ କରିଛନ୍ତି। ସିଦ୍ଧାର୍ଥ ଯାଦବ ନିଜ କମେଡି ମାଧ୍ୟମରେ ଦର୍ଶକଙ୍କୁ ହସାଇବାରେ ସଫଳ ହୋଇପାରିଛନ୍ତି। ଏହାସହିତ ଅଜୟ ଦେବଗନଙ୍କୁ ମଧ୍ୟ ଏହି ଫିଲ୍ମରେ ଅତିଥି କଳାକାର ଭୂମିକାରେ ଦେଖିବାକୁ ମିଳିବ।

ସଙ୍ଗୀତ

ଫିଲ୍ମର ଗୀତକୁ ଦର୍ଶକମାନେ ଖୁବ ପସନ୍ଦ କରିଛନ୍ତି। ଫିଲ୍ମ ରିଲିଜ ଆଗରୁ ‘ଆଁଖ ମାରେ’ ଓ ‘ତେରେ ବିନ’ ଗୀତଟି ସୁପରହିଟ ହୋଇଛି। ଏହାସହିତ ଫିଲ୍ମର ଟାଇଟିଲ ଗୀତ ମଧ୍ୟ ଖୁବ ଦମଦାର ରହିଛି। ଫିଲ୍ମର ଅନ୍ୟଏକ ଗୀତ ‘ମେରା ୱାଲା ଡ୍ୟାନ୍ସ’କୁ ମଧ୍ୟ ଦର୍ଶକମାନେ ଖୁବ ପସନ୍ଦ କରୁଛନ୍ତି।

ଅକ୍ଷୟକୁମାରଙ୍କ କାମିଓ

ଏହାସହିତ ଫିଲ୍ମର ଶେଷ ଭାବରେ ଅକ୍ଷୟ କୁମାରଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ଅକ୍ଷୟ କୁମାର ଏଥିରେ ଇନ୍ସପେକ୍ଟର ବୀର ସୂର୍ଯ୍ୟବଂଶୀ ଭାବରେ ଏଣ୍ଟ୍ରୀ କରିଛନ୍ତି ଏବଂ ଅକ୍ଷୟ କୁମାର ଓ ରୋହିତ ଶେଟ୍ଟୀଙ୍କ ଆଗାମୀ ଫିଲ୍ମ ‘ସୂର୍ଯ୍ୟବଂଶୀ’ ବିଷୟରେ କହିଛନ୍ତି। ଏହାର ସୁଟିଙ୍ଗ 2019 ଏପ୍ରିଲ ମାସରୁ ଆରମ୍ଭ ହେବ।     

#entertainmetnt #bollywood #simmba #moviereview

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon